କେନ୍ଦ୍ରାପଡାରେ ନକଲି ଔଷଧ ଓ କ୍ୱାକ୍ ର‌୍ୟାକେଟ୍ ସକ୍ରିୟ,ରୋଗୀ ଛାନିଆ

An Independent Media

ଦଲାଲ ରଖି ପଣି ଆଦାୟ କରୁଛି ଲେଡି ଡ୍ରଗ୍ ଇନ୍ସପେକ୍ଟର

ଭୁବନେଶ୍ୱର (ପ୍ରଶାନ୍ତ ସାଗର ମହାନ୍ତି) କେନ୍ଦ୍ରାପଡା ଜିଲ୍ଲାରେ ସରକାରୀ ସ୍ୱାସ୍ଥ୍ୟସେବା କୋମାକୁ ଗଲାଣି । ଡାକ୍ତରମାନେ ବଡବଡ ନର୍ସିଂହୋମରେ ଚିକିତ୍ସା କରୁଥିବା ବେଳେ ଡାକ୍ତରଖାନାରେ ରୋଗୀମାନେ ଡାକ୍ତରଙ୍କ ଦର୍ଶନ ନପାଇ ଗାଁ ଗଣ୍ଡାରେ କ୍ୱାକ୍ ମାନଙ୍କ ଶରଣ ପଶୁଛନ୍ତି । କୈାଣସି ଚିକିତ୍ସା ଅଭିଜ୍ଞତା ଓ ଶିକ୍ଷା ନଥିବା ଏହି କ୍ୱାକ୍ମାନେ ରୋଗ ଉପଶମ ବଦଳରେ ରୋଗୀଙ୍କୁ ମରଣ ମୁହଁକୁ ଠେଲି ଦେଉଛନ୍ତି । ମେଡିକାଲ କର୍ତୃପକ୍ଷ ଏବଂ ମହିଳା ଡ୍ରଗ୍ ଇନ୍ସପେକ୍ଟର ଯାଂଚ କରୁନଥିବା ବେଳେ ଲୋକେ ମଧ୍ୟ ମୁହଁ ଚୁପ୍ ରଖିବା ପାଇଁ ବାଧ୍ୟ ହେଉଛନ୍ତି । ମେଡିକାଲ ଓ ପୋଲିସ ମିଳିତ ଭାବେ ଏହି ଠକ କ୍ୱାକ ମାନଙ୍କ ଉପରେ ଚଢାଉ କରି ଗିରଫ କରିବା ଆବଶ୍ୟକ ଥିଲେ ରାଜନୀତି ଚାପରେ ପୋଲିସ ମଧ୍ୟ ହାତ ବାନ୍ଧି ବସିଛି ।

ସରକାରୀ ମେଡିକାଲରେ ନିରାମୟ ଯୋଜନାରେ ଆସୁଥିବା ଦାମୀ ଔଷଧ ଗୁଡିକୁ ସଂପୃକ୍ତ କର୍ମଚାରୀ ବିଭିନ୍ନ ଔଷଣ ଦୋକାନ ଏବଂ କ୍ୱାକ୍ ମାନଙ୍କୁ କଳା ବଜାରରେ ବିକ୍ରୀ କରୁଥିବା ପୂର୍ବରୁ ଅଭିଯୋଗ ହୋଇଆସିଛି । ସେହିପରି ସହର ଉପକଣ୍ଠ ଜାତୀୟ ରାଜପଥ ୫ନଂ (କ) ଗୋପଛକର ସୁଲିଚନା ଔଷଧ ଦୋକାନ, କଳପଡା ଠାରେ ଥିବା ବିଜୟା ଔଷଧ ଦୋକାନ ଓ ଗ୍ରାମାଂଚଳ ଅଧିକାଂଶ ଔଷଧ ଦୋକାନରେ ସରକାରୀ ନିରାମୟ ଔଷଧ ଓ ନକଲି ଔଷଧ ଗୁଡିକ ଖୋଲାଖୋଲି ବିକ୍ରୀ ଚାଲିଛି । ଏଥି ଯୋଗୁ ରୋଗୀମାନେ ଆତଙ୍କିତ ହୋଇପଡିଛନ୍ତି । ଜିଲ୍ଲାର ଜଣେ ମାତ୍ର ଲେଡି ଡ୍ରଗ୍ ଇନ୍ସପେକ୍ଟର କୈାଣସି ଦୋକାନକୁ ବର୍ଷ ବର୍ଷ ହେଲା ଯାଂଚ କରିବାକୁ ଯାଉନଥିବା ଘୋର ସଂଦେହ ସୃଷ୍ଟିି କରିଛି ।

ଫାର୍ମାସିଷ୍ଟ ଲାଇସେନ୍ସ ନଥିବା ଛତୁଫୁଟା ଔଷଧ ଦୋକାନ ରୋଗୀଙ୍କ ଜୀବନ ସହିତ ଖୋଳୁଥିବା ବେଳେ ଏହି ଲେଡି ଡ୍ରଗ୍ ଇନ୍ସପେକ୍ଟର ମାସିକିଆ ପଣି ନେଇ ଶୋଇ ରହୁଥିବା ଜନସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ଦୀର୍ଘ ୬ବର୍ଷ ହେଲା କେନ୍ଦ୍ରାପଡାରେ ନିଯୁକ୍ତ ଥିବା ଏହି ଡ୍ରଗ୍ ଇନ୍ସିପେକ୍ଟର ଜିଲ୍ଲା ମେଡିକାଲ ପ୍ରଶାସନ ଏପରିକି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଉଚ୍ଚଅଧିକାରୀଙ୍କୁ ସାଲିସ କରି ଏଠାରେ ଚେର ମଜବୁତ୍ କରିଥିବା ସାଧାରଣରେ ଚଚ୍ଚର୍୍ା ହେଉଛି । ଲେଡି ଡ୍ରଗ୍ ଇନ୍ସିପେକଲ୍ଟରଙ୍କୁ ତୁରନ୍ତ ଏଠାରୁ ବଦଳି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ କରାଯାଇଛି ।

error: Thank You Keep Visiting