ଅନୁଗୋଳ ଜିଲ୍ଲା ପାଞ୍ଚ ବିଧାୟକ ପୁଣି ପ୍ରାର୍ଥୀ:ପୂର୍ବତନ ମନ୍ତ୍ରୀ ଶ୍ରୀ ସାହୁ

An Independent Media

ଅନୁଗୋଳ: ଅନୁଜୋଳ ଜିଲ୍ଲାରେ ପାଞ୍ଚଜଣ ବିଧାୟକ । ସମସ୍ତେ ସରକାରୀ ଦଳର । ଅନୁଗୋଳ, ତାଳଚେର ଓ ପାଲଲହଡା (ବିଧାୟକ) ଢେଙ୍କାନାଳ ଲୋକସଭା କ୍ଷେତ୍ରର ଏବଂ ଆଠମଲ୍ଲିକ ଓ ଛେଣ୍ଡିପଦା (ବିଧାୟକ) ସମ୍ବଲପୁର ଲୋକସଭା କ୍ଷେତ୍ରର । ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ୰ ଅଦୈତ୍ୟ ପ୍ରସାଦ ସିଂଙ୍କ ସୁପୁତ୍ର । ରାଜ୍ୟ ସରକାରରେ ଶ୍ରୀ ସିଂ ମନ୍ତ୍ରୀ ହୋଇଥିଲେ । ୩ ଥର ବିଜୟୀ ହୋଇଛନ୍ତି । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଜଣେ ସୁଦକ୍ଷ ଯୁବ ନେତା ଏବଂ ଶ୍ରମିକ ମାନଙ୍କର ଦୁଃଖ ଓ ସୁଖର ସାଥି । ସାରା ଦେଶରେ ପରିଚିତ ।

କୌଣସି ପ୍ଲାଣ୍ଟ କିମ୍ବା ଖଣି ଦୁର୍ଘଟଣା ହେଉ ବା କୌଣସି ବଡ ରୋଗରେ ଆକ୍ରାନ୍ତ ହୋଇଥିବା ଗରିବ ଲୋକ ତାଙ୍କ ପାଖକୁ ଯାଇ ପହଞ୍ôଚବା ପୂର୍ବରୁ ବିଧାୟକ ନିଜେ ଯାଇ ସାହାଯ୍ୟର ହାତ ବଢାଇଥାଆନ୍ତି ରାନଜିତୀଠୁ ଉଦ୍ଧ୍ୱରେ ରହି । ପାଲଲହଡା ବିଧାୟକ ମହେଶ ସାହୁ ହେଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ । ପୂର୍ବରୁ ତାଳଚେରରେ ୩ ଥର ବିଧାୟକ ଥିଲେ । ୨୦୦୬-୦୭ରେ ରାଜ୍ୟ ସରକାରଙ୍କ ଠାରୁ ଶ୍ରେଷ୍ଠ ବିଧାୟକ ଭାବରେ ନୀଳ କଣ୍ଠେଶ୍ୱର ପଦବୀ ପୁରସ୍କାର ପାଇଥିଲେ । ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ରାଜ୍ୟ ପଣ୍ୟାଗାର ଅଧ୍ୟକ୍ଷ ଭାବରେ ଥାଇ ଜିଲ୍ଲାରେ ଗୋଦାମ ଘର କରିଛନ୍ତି । ରାଜ୍ୟ ସରକାରଙ୍କର ୨୩ କୋଟି ଟଙ୍କା ଲାଭ କରିଛନ୍ତି । ରାଜ୍ୟ ସରକାରଙ୍କର ଡିଭିଜନକୁ ୪୬ ଲକ୍ଷ ଓ କେନ୍ଦ୍ର ସରକାରଙ୍କର ଡିଭିଜନକୁ ୩୬ ଲକ୍ଷ ଟଙ୍କା, ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ଦେଇଥିଲେ ।

ପାଲଲହଡା ବିଧାନସଭାର ପାଲଲହଡା ବ୍ଲକରେ ବିଜୁ ଯୁବ ବାହିନୀ ୧୭୪୫ ଓ କଣିହାଁ ବ୍ଲକର ୧୯ ପଞ୍ଚାୟତରେ ୧୪୯୮ ବିଜୁ ଯୁବ ବାହିନୀ ସଦସ୍ୟ କରି ରାଜ୍ୟରେ ଚର୍ଚ୍ଚାରେ ଅଛନ୍ତି । ଆଠମଲ୍ଲିକ ବିଧାୟକ ସଂଜିବ ସାହୁ ଜଣେ ଦକ୍ଷ ସଂଗଠକ ଓ ରାଜନେତା । ରାଜ୍ୟ ସୁପ୍ରିମୋ ଶ୍ରୀ ସାହୁଙ୍କୁ ଦେବଗଡ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ୱ ସେଥିପାଇଁ ଦେଇଛନ୍ତି । ରାଜ୍ୟ ସରକାରଙ୍କର ପୂର୍ବତନ ପରିବହନ ମନ୍ତ୍ରୀ ଥିଲେ ଶ୍ରୀ ସାହୁ । ଛେଣ୍ଡିପଦା ବିଧାୟକ ଜଣେ ଜଣାଶୁଣା ଯୁବନେତା ଓ ସଂଗଠକ । ଦଳର ପ୍ରତ୍ୟେକ କାର୍ଯ୍ୟକ୍ରମ ସଠିକ ଭାରେ ପରିଚାଳନା କରିବା ସହ ଜଣେ ଦକ୍ଷ ରାଜନେତା । ଆମ ଜିଲ୍ଲା ପ୍ରତିନିଧି ପ୍ରକାଶ ସାହୁଙ୍କ ସହିତ ଅନୁଗୋଳ ସର୍କିଟ ହାଉସ୍ ଠାରେ ପୂର୍ବତନ ମନ୍ତ୍ରୀ ଓ ବିଜେଡି ବରିଷ୍ଠ ନେତା ତଥା ଆଠମଲ୍ଳିକ ବିଧାୟକ ସଂଜିବ ସାହୁଙ୍କ ସହ ସାକ୍ଷାତକାରରେ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ଯେ ଜିଲ୍ଲାର ସମସ୍ତ ବିଧାୟକ ପୁଣି ବିଜେଡି ଦଳରୁ ପ୍ରାର୍ଥୀ ହେବେ ।

error: Thank You Keep Visiting