ଶେଷରେ ଯନ୍ତାରେ ପଡିଲା ମଣିଷ ଖିଆ ବାଘୁଣୀ ସୁନ୍ଦରୀ

An Independent Media

ଅନୁଗୋଳ: ଲୁଚକାଳି ଖେଳୁଥିବା ମଣିଷ ଖିଆ ବାଘୁଣୀ ସୁନ୍ଦରୀ ଶେଷରେ ଯନ୍ତାରେ ପଡିଲା । ସାତକୋଶିଆରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯାଇଥିବା ପିସିସିଏଫ୍ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବାକୁ ସ୍ୱତନ୍ତ୍ର ଟିମ୍ ନିୟୋଜିତ ହୋଇଥିଲେ । ନନ୍ଦନକାନନରୁ କୁମକୀ ହାତୀ ଯଶୋଦାକୁ ଏହି ଅଭିଯାନରେ ନିୟୋଜିତ କରାଯାଇଥିଲା । ଯାହା ସଫଳ ହୋଇଛି । ନନ୍ଦନକାନନ ଏବଂ ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ଆସିଥିବା ସ୍ୱତନ୍ତ୍ର ଟିମ୍ ନିୟୋଜିତ ହୋଇଥିଲେ । ଏବେ ସୁନ୍ଦରୀକୁ ରାଇଗୁଡ଼ାକୁ ନିଆଯିବ ।

ସୁନ୍ଦରୀ ଧରାପଡ଼ିଥିବା ଖବର ପ୍ରସାରିତ ହେବା ପରେ ସାତକୋଶିଆ ଅଞ୍ଚଳରେ ଲୋକେ ଶାନ୍ତିରେ ନିଶ୍ୱାସ ମାରିଛନ୍ତି । କାରଣ ସୁନ୍ଦରୀକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଏତେ ଥିଲା ଯେ, ଲୋକେ ସନ୍ଧ୍ୟା ହେବାପରେ ଘରୁ ବାହାରୁ ନଥିଲେ । ପିଲାମାନେ ସ୍କୁଲ ଯିବା ବନ୍ଦ କରି ଦେଇଥିଲେ । ଖାଲି ସେତିକି ନୁହେଁ ଗୃହପାଳିତ ପଶୁଙ୍କୁ ଗୁହାଳରୁ ଲୋକେ ବାହାର କରିବାକୁ ମଧ୍ୟ ଡରୁଥିଲେ । ସୂଚନାଯୋଗ୍ୟ, ଅନୁଗୋଳ ସାତକୋଶିଆ କୋର ଜଙ୍ଗଲରେ ସୁନ୍ଦରୀକୁ ଛଡ଼ାଯାଇଥିଲା । ହେଲେ ସୁନ୍ଦରୀ ଜଙ୍ଗଲ ଭିତରେ ରହିବା ବଦଳରେ ଜନବସତି ଆଡ଼କୁ ଚାଲି ଆସିଥିଲା । ସେତିକି ନୁହେଁ ବ୍ୟାଘ୍ର ପ୍ରକଳ୍ପର ହାତିବାରୀ ଓ ଟାଇଁସିରେ ଦୁଇ ଜଣ ଲୋକଙ୍କୁ ମାରିଥିବା ଅଭିଯୋଗ ମଧ୍ୟ ତା’ ମୁଣ୍ଡରେ ଲାଗିଛି ।

error: Thank You Keep Visiting