କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଧାରଣା

An Independent Media

ତାଳଚେର : କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ନୀତି ଓ ଯୋଜନାକୁ ବିରୋଧ କରି ତାଳଚେର ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜଗନ୍ନାଥ କ୍ଷେତ୍ର ପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ରାଜ୍ୟର ଖଣିଜ ସଂପଦ, ଜଳ, ବିଦ୍ୟୁତ ଓ ଭିତ୍ତିଭୂମିକୁ ଆଧାର କରି କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କାର୍ଯ୍ୟ କରୁଥିବା ବଳେ ଓଡିଆ ଯୁବକ ଓ ଯୁବତୀଙ୍କୁ କିନ୍ତୁ ନିଯୁକ୍ତି କ୍ଷେତ୍ରରେ ଅବହେଳା କରାଯାଉଛି ବୋଲି ଅତିଥି ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଯୋଗ ଦେଇ ଅଭିଯୋଗ ଆଣିଥିଲେ ।

କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ଆର୍ଥିକ ନୀତି ଯୋଗୁଁ ମୁଦଆର ମୂଲ୍ୟ ହାସ, ବିମୁଦ୍ରାକରଣ ଓ ଜିଏସ୍ଟି ନୀତିକୁ ବିରୋଧ କରି ବିଜେଡି ନେତା ମାନେ ମନ୍ତବ୍ୟ ରଖିଥିଲେ । ବିଜେଡି ନେତା ସନ୍ତୋଷ ସାହୁ, ମନୋଜ ସାହୁ, ରାଜେଶ ଦାସଙ୍କ ସମେତ ବହୁ ଦଳୀୟ ନେତା ଏଥିରେ ସାମିଲ ହୋଇଥିଲେ ।

କଣିହାଁ : କେନ୍ଦ୍ର ସରକାରଙ୍କ ଅବହେଳଳା ବିରୋଧରେ ବିଜେଡି ପକ୍ଷରୁ ଏନ୍ଟିପିସି ବାଇପାସ୍ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ଅନୁଗୋଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡା ବିଧାୟକ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ଯୁବ ବିଜେଡି ଛାତଅ ଓ ନେତାମାନେ କହିଥିଲେ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଓଡିଶାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । ତେଣୁ କେନ୍ଦ୍ରରୁ ମୋଦି ସରକାର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିଧାୟକ ଶ୍ରୀ ସାହୁ ଏବଂ ବିଧାୟକ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ । ଏହି ପ୍ରତିବାଦ ସଭାରେ ବ୍ଲକ ବିଜେଡି ସଭାପତି ଶ୍ୟାମ ସୁନ୍ଦର ସାହୁ, ସଂପାଦକ ପ୍ରଦୀପ ସାହୁ, ସରପଞ୍ଚ ଦୁଃଶାସନ ସାହୁ, ସରପଞ୍ଚ ବାବୁଲା ସେଠୀ, ପୂର୍ବତନ ସମିତି ସଭ୍ୟ ବୁଦ୍ଧିମନ୍ତ ସାହୁ, ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ପୂର୍ବତନ ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ଧଳ, ଯୁବ ବିଜେଡି ସଭାପତି ବିକାଶ ଚନ୍ଦ୍ର ପ୍ରଧାନ, ଛାତ୍ର ବିଜେଡି ସଭାପତି ପ୍ରଫୁଲ୍ଲ ସ୍ୱାଇଁଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

ନାଲକୋ ନଗର : ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲକୋର ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତିରେ କେନ୍ଦ୍ର ସରକାରଙ୍କ ଉଦାସୀନତା ପ୍ରତିବାଦରେ ଯୁବ ବିଜେଡି ପକ୍ଷରୁ ନାଲକୋ ସ୍ଲେଲଟର ସିପିପି ପ୍ଲାଣ୍ଟର ପ୍ରଶାସନିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସଭାରେ ବିଜେଡି ନେତାମାନେ କହିଥିଲେ ନାଲକୋ କାରଖାନା ଦ୍ୱାରା ପ୍ରଭାବିତ ଚାଷୀମାନେ କୃଷି ଜୀବିକା ହରାଇଛନ୍ତି । ଏପରି ସ୍ଥଳରେ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ନାଲକୋରେ ନିଯୁକ୍ତି ପ୍ରଦାନରେ କେନ୍ଦ୍ର ସରକାର ଅବହେଳିତ କରୁଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଅଞ୍ଚଳର ବେକାରୀ ସମସ୍ୟା ପ୍ରତି କେନ୍ଦ୍ର ସରକାର ଦୃଷ୍ଟି ଦେବାକୁ ଦାବି କରାଯାଇଥିଲା । ଏହି ପ୍ରତିବାଦ ସଭାରେ ବିଜେଡିୁ ନେତା ସୁଜିତ ଦ୍ୱିବେଦୀ, ରାଜୀବ ଲୋଚନ ଦାସ, ସରୋଜ ନାରାୟଣ ସାହୁ, ବିଜୟ ନାଥ, ଅଜିତ ପ୍ରସାଦ ଦ୍ୱିବେଦୀ, ସରୋଜ ନାଏକ, ଶେଷଦେବ ଦେହୁରୀ, ବିଶ୍ୱ ରଞ୍ଜନ ସାହୁ, ପ୍ରବୀଣ ସାମଲ, ଶିବରାମ ମାଝୀ, ସୁବାସ ଚନ୍ଦ୍ର ପଟ୍ଟନାୟକ, ସୁଶୀଲ ବିଶୋଇ ପ୍ରମୁଖ ସଭାରେ କେନ୍ଦ୍ର ସରକାରଙ୍କ ବିରୋଧରେ କହିଥିଲେ ।

error: Thank You Keep Visiting