ବିଜେଡିରେ ବାବା ଓ ଅରୂପଙ୍କ ଲଢେଇ

An Independent Media

କଟକ: ଭୁବନେଶ୍ୱରର ୪ର୍ଥ ଥର ପାଇଁ ସାଂସଦ ହୋଇଥିବା ବାବା ପ୍ରଶନ୍ନ ପାଟ୍ଟଶାଣୀଙ୍କୁ ଦଳ ଏଥର ଟିକେଟ ଦେବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ବାବାଙ୍କ ବଦଳରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଥିବା ଅରୂପଙ୍କୁ ଟିକେଟ ଦେବେ ବୋଲି ଦଳୀୟସ୍ତରରେ ଚର୍ଚ୍ଚା ହେଉଥିବାର ଜଣାପଡିଛି । ଦଳୀୟ ମତରେ ଭୁବନେଶ୍ୱରର ଭୋଟର ସଚେତନ ଓ ଶିକ୍ଷିତ ହୋଇଥିବାରୁ ମୁମ୍ବାଇର ଏହି ପୂର୍ବତନ ପୋଲିସ କମିଶନରଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଗଲେ ଭୁବନେଶ୍ୱର ଆସନରେ ରାଜଧାନୀବାସୀ ଅତି ସହଜରେ ଗ୍ରହଣ କରିବେ ବୋଲି ବିଜେଡି ଶିବିରରେ ଚର୍ଚ୍ଚା ହେଉଛି ।


ଅପରପକ୍ଷରେ ବାବାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ଫଟୋରେ ବାବା ଗୋଡ ମୋଡା ସେବା ପାଉଥିବାର ଦେଖିବାକୁ ମିଳିଛି । ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ବାବା ରାଜନୀତିରୁ ଦୂରେଇ ରହି ଜନସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ତେବେ ଘଟଣାର ପ୍ରକୃତ ରହସ୍ୟ ବାବଙ୍କୁ ହିଁ ଜଣା ।
ବର୍ତ୍ତମାନ ରାଜନୈତିକ ମହଲରେ ଚାଲିଥିବା ଦଳ ପରିବର୍ତ୍ତନ ଓ ଦଳ ବିରୋଧି ସ୍ଲୋଗାନକୁ ବାବ ଆପଣେଇବେ ନା କୁହୁକ ବାଡ଼ି ଧରି ନୂଆ କରି ରାଜନୈତିକ ଦୁନିଆରେ ପାଦ ଦେଉଥିବା ଅରୂପଙ୍କ ରାଜନୈତିକ ଚଲା ପଥର ସାଥି ହେବେ ତାହା ଦେଖିବାକୁ ବାକି ରହିଲା ।

error: Thank You Keep Visiting