ପରକୀୟା ପ୍ରିତିର କରୁଣ ପରିଣତି,ଗୁପ୍ତାଙ୍ଗ ହରାଇଲା ପ୍ରେମିକ

An Independent Media

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଜାମୁଜୋଡି ଗ୍ରାମ ପଞ୍ଚଳୟତର ବଡନୂଆଗାଁ ଗ୍ରାମର ଜଣେ ମହିଳାଙ୍କ ସହ ପରକ୍ରୀୟା ପ୍ରିତିରେ ସାମାନ୍ୟ ଝଗଡାକୁ ନେଇ ମହିଳା ଜଣକ ଝାରବେଡା ଗ୍ରାମର ରାଜେନ୍ଦ୍ର ନାଏକ (୨୫)ଙ୍କ ଗୁପ୍ତାଙ୍ଗ କାଟିବା ଘଟଣାରେ ଉକ୍ତ ମହିଳାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଥାନାରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରେମିକ ରାଜେନ୍ଦ୍ରଙ୍କ ସହ କମଳା ପାତ୍ର(୨୪)ଙ୍କ ସହ କିଛିବର୍ଷ ତଳେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ରାଜେନ୍ଦ୍ର ଚେନ୍ନାଇରେ ଏକ ଘରଇ କମ୍ପାନୀରେ କାର୍ଯ୍ୟ କରୁଥିଲେ ।

ଚେନ୍ନାଇରୁ ଛୁଟି ନେଇ ଘରକୁ ଯେବେ ଆସନ୍ତି କମଳା ପାତ୍ରଙ୍କ ଘରେ ସମ୍ପର୍କୀୟ ଭାଇର ପରିଚୟ ଦେଇ ରହିଥାନ୍ତି । ରହିବା ଇତିମଧ୍ୟରେ କମଳାଙ୍କ ସହ ରାଜେନ୍ଦ୍ରର ଦିନକୁ ଦିନ ପ୍ରେମ ସମ୍ପର୍କ ନିବିଡ଼ ହେବା ସହ ଶାରୀରିକ ସମ୍ପର୍କ ଗଢି ଉଠିଥିଲା । ଛୁଟି ସାରି ରାଜେନ୍ଦ୍ର ଚେନ୍ନାଇକୁ ଯିବା ପରେ କମଳାଙ୍କ ଚରିତ୍ରକୁ ସନ୍ଦେହ କରି ଫୋନ ଯୋଗେ ବିଭିନ୍ନ ଭାଷାରେ ଗାଳିଗୁଲଜ କରୁଥିଲେ ଘଟଣା ଦିନ ମଧ୍ୟ କମଳାଙ୍କ ଚରିତ୍ରକୁ ସନ୍ଦେହ କରି ଅନ୍ୟ କାହା ସହ ସମ୍ପର୍କ ରଖିଛୁ କହି ରାଜେନ୍ଦ୍ର ଅନେକ ଝଗଡ଼ା କରିଥିଲେ । କମଳା ରାଗି ଯାଇ ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଏକ ଧାରୁଆ ଅସ୍ତ୍ରରେ ରାଜେନ୍ଦ୍ରଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିବା ନିଜେ ପ୍ରକାଶ କରିଛନ୍ତି । ସ୍ଥାନୀୟ ପୋଲିସ ଘଟଣାସ୍ଥଳକୁ ଯାଇ ଘର ପଛ ପାଖରେ ଏକ ବାଲି ଗଦା ଖୋଳି କଟାଯାଇଥିବା ଗୁପ୍ତାଙ୍ଗକୁ ଉଦ୍ଧାର କରିବା ସହ ଆକ୍ରମଣରେ ବ୍ୟବହୃତ ହୋଇଥିବା ଅସ୍ତ୍ରଟିକୁ ଜବତ କରିଛି ।

error: Thank You Keep Visiting