ଆଜିଠାରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

An Independent Media

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା  ଶୁକ୍ରବାର (ଆସନ୍ତାକାଲି) ଠାରୁ ଆରମ୍ଭ ହେବ। ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ମୋଟ ୨୬,୬୪୩ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଛନ୍ତି। ପରୀକ୍ଷା ପାଇଁ ସମଗ୍ର ରାଜ୍ୟରେ ୧୦୦ଟି ପରୀକ୍ଷା କେନ୍ଦ୍ର ହୋଇଛି। ସମସ୍ତ ପରୀକ୍ଷା କେନ୍ଦ୍ରକୁ ନୋଡାଲ ସେଣ୍ଟର ମାନ୍ୟତା ଦିଆଯାଇ ପୁଲିସ ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ଗଚ୍ଛିତ ରଖାଯାଇଛି। ପ୍ରତିଦିନ ପରୀକ୍ଷା ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କେବଳ ଗଣିତ ବିଷୟରେ ୧୫ ମିନିଟ୍‌ ଅଧିକ ସମୟ ଦିଆଯିବ। ପରୀକ୍ଷାର୍ଥୀମାନେ ପୂର୍ବାହ୍ଣ ୮ଟାରେ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବେ। ପୂର୍ବାହ୍ଣ ୮.୩୦ରେ ଓଏମ୍‌ଆର୍‌ ସିଟ୍‌, ପୂର୍ବାହ୍ନ ୮.୪୫ରେ ଉଭୟ ଅବଜେକ୍ଟିଭ ଓ ସବ୍‌ଜେକ୍ଟିଭ ପ୍ରଶ୍ନପତ୍ର ପରୀକ୍ଷାର୍ଥୀମାନଙ୍କୁ ପ୍ରଦାନ କରାଯିବ। ଅବଜେକ୍ଟିଭ ପରୀକ୍ଷା ପୂର୍ବାହ୍ନ ୯ଟାରୁ ୧୦ଟା ପର୍ଯ୍ୟନ୍ତ(ଗଣିତରେ ସକାଳ ୧୦ଟା ୧୫ ଯାଏ) ଏବଂ ତା’ପରେ ସବଜେକ୍‌ଟିଭ ପରୀକ୍ଷା ହେବ। ଶୁକ୍ରବାର ପ୍ରଥମ ଦିନ ମାତୃଭାଷା ପରୀକ୍ଷା ରହିଛି। ପରୀକ୍ଷାର୍ଥୀମାନେ ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ, ତେଲୁଗୁ ଓ ଅଲଟରନେଟିଭ ଇଂରାଜୀ ମଧ୍ୟରୁ କୌଣସି ଗୋଟିଏକୁ ମାତୃଭାଷା ରୂପେ ପରୀକ୍ଷା ଦେବେ। ଏହାବାଦ ପ୍ରତିଦିନ ଗୋଟିଏ ଲେଖାଏ ବିଷୟରେ ପରୀକ୍ଷା ହୋଇ ୨୯ ତାରିଖରେ ସପ୍ଲିମେଣ୍ଟାରୀ ପରୀକ୍ଷା ଶେଷ ହେବ।

error: Thank You Keep Visiting