ସୁବର୍ଣ୍ଣ ସୁଯୋଗ : ଶିକ୍ଷକ ହେବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ୮୩୩ ପଦବୀ

An Independent Media

ଶିକ୍ଷକ ହେବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ରାଜ୍ୟ ଚୟନ ବୋର୍ଡ, ଓଡ଼ିଶା (ଏସଏସବି) ପକ୍ଷରୁ ୮୩୩ ଅଧ୍ୟାପକ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ବାହାରିଛି। ଯଦି ଆପଣ ମାଷ୍ଟର ଡିଗ୍ରୀ ବା ସ୍ନାତକତ୍ତୋର କରିଛନ୍ତି ଓ ସରକାରୀ ଚାକିରି ଚାହୁଁଛନ୍ତି ତା’ ହେଲେ ଏହା ଆପଣଙ୍କ ପାଇଁ ଭଲ ସୁଯୋଗ। ନଭେମ୍ବର ୧୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଇଚ୍ଛୁକ ଥିବା ଛାତ୍ରଛାତ୍ରୀମାନେ ୱେବସାଇଟ୍ ଓ ନୋଟିସ୍ ଦେଖିବା ପରେ ହିଁ ଆବେଦନ କରନ୍ତୁ। ନିମ୍ନରେ ଅଧିକନ୍ତୁ ବର୍ଣ୍ଣନା କରାଗଲା –

ପଦବୀ ସଂଖ୍ୟାଅଧ୍ୟାପକ – ୮୩୩

ବୟସ ସୀମା : ୦୧-୦୯-୨୦୧୮ ସୁଦ୍ଧା

  • ସାଧାରଣ ବର୍ଗଙ୍କ ପାଇଁ ସର୍ବନିମ୍ନ ବୟସ – ୨୧ ବର୍ଷ
  • ସାଧାରଣ ବର୍ଗଙ୍କ ପାଇଁ ସର୍ବାଧିକ ବୟସ – ୪୨
  • ଅନ୍ୟାନ୍ୟ ସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ନିୟମନୁସାରେ କୋହଳ

ଶିକ୍ଷାଗତ ଯୋଗ୍ୟତା :

  •  ୫୫ ପ୍ରତିଶତ ସହ ମାଷ୍ଟର ଡିଗ୍ରୀ(ପିଜି)
  • ଏସସି,ଏସଟି – ୫୦ ପ୍ରତିଶତ

ଆବେଦନ ଶୁଳ୍କ :

  • ଅସଂରକ୍ଷିତ ବର୍ଗ – ୫୦୦ ଟଙ୍କା
  • ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଦିବ୍ୟାଙ୍ଗ – ୨୦୦ ଟଙ୍କା
  • ପେମେଣ୍ଟ ମୋଡ୍ – ଅନଲାଇନ୍

ଗୁରୁତ୍ୱପୂର୍ଣ୍ଣ ତାରିଖ :

  • ଆବେଦନ ତାରିଖ – ୧୨-୧୧-୨୦୧୮
  • ଶେଷ ତାରିଖ – ୧୧-୧୨-୨୦୧୮ (ମଧ୍ୟ ରାତ୍ର ସୁଦ୍ଧା)

ବିଜ୍ଞପ୍ତି ନୋଟିସ – http://www.ssbodisha.nic.in/documents/Final_advertisement_for_Lecturers.pdf

ୱେବସାଇଟ୍ –  http://www.ssbodisha.nic.in/index.php

error: Thank You Keep Visiting