ଓଡିଆ ଯୁବକଙ୍କୁ ନିଯୁକ୍ତି ପାଇଁ କେନ୍ଦ୍ରକୁ ଦୋଷ ଦେଲା ରାଜ୍ୟ

An Independent Media

ଭୁବନେଶ୍ୱର (ପ୍ରଶାନ୍ତ ସାଗର ମହାନ୍ତି) କେନ୍ଦ୍ର ସରକାର ବେକାର ଯୁବକଙ୍କୁ ନିଯୁକ୍ତି ପାଇଁ ଉନ୍ନତ ଶିକ୍ଷା ଦକ୍ଷତା ବିକାଶ ତାଲିମ୍ ବେସରକାରୀ ସଂସ୍ଥାରେ ନିଯୁକ୍ତି ସୁଯୋଗ ମୁଦ୍ରାରୁଣରେ ଆତ୍ମନିଯୁକ୍ତି ଇତ୍ୟାଦି ଅନେକ ସୁନ୍ଦର ଯୋଜନା କରିଛି । ରାଜ୍ୟସରକାର ଏନେଇ ସମାନ୍ତରାଳ ଯୋଜନା ଘୋଷଣା କରୁଥିଲେ ମଧ୍ୟ ଆବଶ୍ୟକ ସଂସ୍ଥା କରିନପାରି ଯୁବକଙ୍କୁ ନିଯୁକ୍ତି ଦେବାରେ ପଛରେ ପଡିଛି । ରାଜ୍ୟର ଯୁବକ ରାଜ୍ୟ ସରକାରଙ୍କ ନାଲିଫିତା ଲାଂଚ ଅଫିସରରାଜ୍ ଉତ୍ପାତରେ ଖଣ୍ଡେ ଛୋଟ ଉଦ୍ୟୋଗ ଖୋଲିବାକୁ ସମର୍ଥ ନହୋଇ ନିରାଶରେ ବାହାର ରାଜ୍ୟରେ ଦାଦନ ଶ୍ରମିକ ପାଲଟୁଛି ।

କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଫଳତାରେ ସମକକ୍ଷ ହୋଇନପାରି ରାଜ୍ୟ ବିଜେଡି ନିଜ ଅପାରଗତା ଲୁଚାଇବାକୁ କେନ୍ଦ୍ର ବିରୋଧି ବିଭ୍ରାନ୍ତ ଆରମ୍ଭ କରିଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ରାଷ୍ଟ୍ରାୟାତ ଉଦ୍ୟୋଗରେ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିନଥିବା ଅଭିଯୋଗ କରି ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଏମସିଏଲ, ଆଇଓସିଏଲ,ରେଳସଦନ,ନାଲକୋ , ରାଉରକେଲା ଷ୍ଟିଲ ପ୍ଲାଂଟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ପ୍ରତିବର୍ଷ ୨କୋଟି ଯୁବକଙ୍କୁ ନିଯୁକ୍ତି ଏକ ପ୍ରତାରଣା ବୋଲି ବିଜେଡି ଅଭିଯୋଗ କରିଥିବା ବେଳେ ବିଜେପି ନେତା ଅମର ବିଶ୍ୱାଳ ଏହାକୁ ଖଣ୍ଡନ କରି ଗତ ୩ବର୍ଷ ମଧ୍ୟରେ କେବଳ ମୁଦ୍ରା ଯୋଜନାରେ ୯କୋଟି ଯୁବକକୁ ଆତ୍ମନିଯୁକ୍ତି ଦିଆଯାଇଥିବା ଜବାବ ରଖିଛନ୍ତି । କେନ୍ଦ୍ର ଯୋଜନାରେ ବେକାର ଯୁବକକୁ ନିଯୁକ୍ତିରେ ବାଧକ ସାଜି ମେକ୍ ଇନ୍ ଓଡିଶାରେ ବାହାର ରାଜ୍ୟ ପୁଂଜିପତିଙ୍କୁ ନିମନ୍ତ୍ରଣ କରିବା ନବୀନ ସରକାରଙ୍କ ଅପାରଗତା ବୋଲି ନେତାଜୀ ଯୁବ ବାହିନୀ ସମାଲୋଚନା କରିଛି । ବିଜେଡିର ବିକ୍ଷୋଭ ସମାବେଶରେ ଯୋଗଦେଇ ପୂର୍ବତନମନ୍ତ୍ରୀ ସଂଜୟ ଦାସବର୍ମା କେନ୍ଦ୍ର ଅନୁଦାନ ଦେଉନଥିବା ଅଭିଯୋଗ କରିଛନ୍ତି ।

error: Thank You Keep Visiting