ରାଜ୍ୟ ମହିଳା ବିଜେଡିରେ ଏକ ବଡଧରଣର ପରିବର୍ତ୍ତନ

An Independent Media

ମିନତୀ ବେହେରା ମହିଳା ବିଜେଡି ସଭାନେତ୍ରୀ। ରାଜ୍ୟ ମହିଳା ବିଜେଡିରେ ସୋମବାର ଏକ ବଡଧରଣର ପରିବର୍ତ୍ତନ କରାଯାଇଛି । ରାଜ୍ୟ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଥିବା ମିନତୀ ବେହେରାଙ୍କୁ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି । ଆଗକୁ ଆସୁଥିବା ସାଧାରଣ ନିର୍ବାଚନରେ ରାଜ୍ୟ ରାଜନୈତିକ ଦଳଗୁଡ଼ିକ ମହିଳା ସଙ୍ଗଠନ ଉପରେ ଅଧିକ ଫୋକସ୍‌ କରିଛନ୍ତି । ସଙ୍ଗଠନକୁ ସୁଦୃଢ଼ କରିବାକୁ ଶତଚେଷ୍ଟା ଜାରି ରଖିଛନ୍ତି । ପ୍ରଥମେ କଂଗ୍ରେସ ଏ ଦିଗରେ କିଛି ଦିନ ତଳେ ପଦକ୍ଷେପ ନେଇଥିବା ବେଳେ ବିଜେଡ଼ି ମଧ୍ୟ ପାଦେ ଆଗେଇଛି । ପୁର୍ବରୁ ସଭାନେତ୍ରୀ ଥିଲେ ବିଧ।ୟିକା ପ୍ରମିଳା ମଲ୍ଲିକ । ତାଙ୍କୁ ମହିଳା ଜନତା ଦଳର ଉପଦେଷ୍ଟା ଭାବେ ନିଯୁକ୍ତି କରାଯାଇଛି । ସହ ଉପଦେଷ୍ଟା ଭାବେ ଜୋତି ପାଣିଗ୍ରାହୀ ଓ କସ୍ତୁରୀ ମହାପାତ୍ରଙ୍କୁ ମନୋନୀତ କରାଯାଇଛି । କାର୍ଯ୍ୟକାରୀ  ସଭାନେତ୍ରୀ ଭାବେ ସୁଲୋଚନା ଦାସ, ଗୀତାଞଳି ବସ୍ତିଆ, ଲୋପାମୁଦ୍ରା ବକ୍ସିପାତ୍ର ଏବଂ ଶ୍ୱେତାସ୍ନିଗ୍ଧା ମିଶ୍ରଙ୍କୁ ମନୋନୀତ କରାଯାଇଥିବା ବେଳେ ସାଧାରଣ ସଂପାଦିକା ଭାବେ ସୁଲତା ଦେଓ ଏବଂ ସମ୍ପାଦିକା ଭାବେ ଏଲିନା ଦାଶଙ୍କୁ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସବୁ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି ।

error: Thank You Keep Visiting