ପୋଲିସ ମାଡ଼ରେ ହସ୍ପିଟାଲରେ ଭର୍ତ୍ତି ହେଲେ ଆଇନଜୀବୀ

An Independent Media

ବୁଗୁଡା: ଓକିଲଙ୍କୁ ପୋଲିସ ମାଡ ମାରିବା ଘଟଣା କିଛି ନୂଆ କଥା ନୁହେଁ । ଗତ ଅଗଷ୍ଟ ୨୮ ତାରିଖରେ କଟକରେ ହାଇକୋର୍ଟର କାର୍ଯ୍ୟରତ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ପ୍ରତିବାଦରେ ଏଯାଏଁ କଟକ ଆଇନଜୀବୀ ସଂଘର ଆନ୍ଦୋଳନ ଜାରି ରହିଛି । ହାଇକୋର୍ଟରୁ ସୁପ୍ରିମକୋର୍ଟଙ୍କ ବାରମ୍ବାର ହସ୍ତକ୍ଷେପ ପରେ ମଧ୍ୟ ସମାଧାନ ହୋଇପାରୁନାହିଁ । ହାଇକୋର୍ଟରେ ଅଚଳାବସ୍ଥା ଜାରି ରହିଛି । ଏପରି ସ୍ଥିତିରେ ପୁଣି ଥରେ ଓକିଲଙ୍କୁ ଥାନା ଭିତରେ ପୋଲିସ ମାଡ଼ ମାରିବା ଘଟଣା ସାମ୍ନାକୁ ଆସିଛି ।
ବିଶେଷ ସୂତ୍ରନୁସାରେ, ଗଞ୍ଜାମ ଜିଲ୍ଲା ବୁଗୁଡା ଥାନାରେ ଓକିଲ ହରପ୍ରସାଦ ଦାଶଙ୍କୁ ଥାନାରେ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି । ମାଡ଼ରେ ଆହତ ହୋଇଥିବା ହରପ୍ରସାଦଙ୍କୁ ବୁଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏକ ବିବାଦୀୟ ରାସ୍ତା ସମ୍ପର୍କରେ ଓକିଲ ହରପ୍ରସାଦ ବୁଗୁଡା ଥାନାକୁ ଯାଇଥିଲେ । ପୋଲିସ ଓ ତାଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ବେଳେ ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ପୋଲିସ ଉତ୍ତ୍ୟକ୍ତ ହୋଇ ଓକିଲଙ୍କୁ ମାଡ଼ ମାରିଥିବା ଜଣା ପଡ଼ିଛି । ଆହତ ହରପ୍ରସାଦଙ୍କୁ ବୁଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସାଧାରଣ ଥିବା ସୂଚନା ମିଳିଛି ।

error: Thank You Keep Visiting