ବର୍ଷୀୟାନ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ

An Independent Media

କଟକ : ବର୍ଷୀୟାନ ଓଡିଆ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ ଘଟିଛି । କଟକର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ସେ ଗତ କିଛି ଦିନ ଧରି ଅସୁସ୍ଥତା ଅନୁଭବ କରୁଥିଲେ । ମଙ୍ଗଳବାର ସକାଳୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶ୍ରୀ ଜେନା ଅନେକ ଲୋକପ୍ରିୟ ଓଡିଆ ସିନେମାରେ କଣ୍ଠଦାନ କରିଥିଲେ । ଉଡିଗଲା ଗେଣ୍ଡାଳିଆ, ରୂପ ହୋଇଥିବ ଲାବଣ୍ୟବତୀ, ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର, ଏ ପର୍ବତ କୁଞ୍ଚି କୁଞ୍ଚିକା ତାଙ୍କର ପ୍ରସିଦ୍ଧ ଗୀତ ଅଟେ । ତାଙ୍କ ବିୟୋଗରେ ଓଡିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି ।

error: Thank You Keep Visiting