ମୋଦି ବିରୋଧି ସଂଗଠନରେ ସାମିଲ ହେବେ ନବୀନ!

An Independent Media

ଭୁବନେଶ୍ୱର : ସାରା ଦେଶରେ ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ଉଦ୍ୟମ ଜୋରଦାର ହେବାରେ ଲାଗିଛି । ଏଥିପାଇଁ ବିଜେପି ବିରୋଧୀଙ୍କୁ ଏକାଠି କରିବାକୁ ଅଣ୍ଟା ଭିଡିଛନ୍ତି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମର ମୁଖ୍ୟ ଏନ.ଚନ୍ଦ୍ରବାବୁ ନାଇଡୁ । ମୋଦୀ ବିରୋଧୀ ସଂଗଠନରେ ସାମିଲ ହେବାକୁ ସେ ନବୀନଙ୍କୁ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନ ଯୋଗେ କଥା ହୋଇ ସେ ତାଙ୍କ ସମର୍ଥନ ଆଶା କରିଛନ୍ତି ।
ଆସନ୍ତା ୨୨ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ବିଜେପି ବିରୋଧୀ ବିଭିନ୍ନ ଦଳର ବୈଠକକୁ ସେ ନବୀନଙ୍କୁ ନିମନ୍ତ୍ରଣ କରିଛନ୍ତି । କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇବା ସହ ବିଜେପିକୁ ବିରୋଧ କରୁଥିବା ନବୀନଙ୍କୁ ଶ୍ରୀ ନାଇଡୁ ବିଜେପି ବିରୋଧୀ ସଂଗଠନରେ ସାମିଲ ହେବା ଲାଗି ଆମନ୍ତ୍ରଣ କରିଛନ୍ତି । ତେବେ ନବୀନ ବାବୁ ଚନ୍ଦ୍ରବାବୁଙ୍କ ଏହି ଆମନ୍ତ୍ରଣକୁ ଗ୍ରହଣ କରୁଛନ୍ତି ତାହାର ସ୍ପଷ୍ଟୀକରଣ ଆସନ୍ତା ୨୨ ତାରିଖରେ ଦେଖିବାକୁ ମିଳିବ ।

error: Thank You Keep Visiting