ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଛି ପ୍ରଶାସନ

An Independent Media

ବାଲେଶ୍ୱର : ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରାସଗୋବିନ୍ଦପୁରର ଖୁଣ୍ଟା ଗ୍ରାମନିବାସୀ ଜୈନିକ ଝିଅ ରୂପ୍ସା ଥାନା ଅନ୍ତର୍ଗତ ନୂଆଁ ଗାଁ ଗ୍ରାମରେ ବିବାହ କରିଥିଲେ । ବିବାହ ପରେ ମହିଳା ଜଣକଙ୍କ ଉପରେ ଶ୍ୱଶୁର ଅଶାଳୀନ ବ୍ୟବହାର କରିଆସୁଥିଲେ । ଏ ନେଇ ମହିଳା ଜଣଙ୍କ ତାଙ୍କର ସ୍ୱାମୀଙ୍କୁ ଜଣାଇଥିଲେ ମଧ୍ୟ ତାଙ୍କର ସ୍ୱାମୀ ତାଙ୍କୁ ଚୁପ ରହିବାକୁ ଧମକାଉଥିଲେ । ମହିଳା ଜଣଙ୍କ ଏହା ସହି ନପାରି ତାଙ୍କର ବାପ ଘରକୁ ପଳାଇଥିଲେ । ପରେ ଦୁଇ ପରିବାର ମଧ୍ୟରେ ଆପସ ବୁଝାମଣା ହୋଇଥିଲା, ପରିବାର ମଧ୍ୟରେ କୈାଣସି ଘଟଣା ଘଟିଲେ ପଡୋସୀ ତଥା ସାଂସଦ ପ୍ରତିନିଧି ମହାଦେବ ଦାସ ସମସ୍ତ କଥା ବୁଝିବେ ବୋଲି ଲେଖା ପଢା ହୋଇଥିଲା ।

ମାତ୍ର ମହାଦେବ ଦାସ ତାଙ୍କର କଥା ବୁଝିବା ଆଳରେ ମହିଳା ସହିତ ଜୋର ଜବରଦସ୍ତ ଅନୈତିକ ଶାରୀରିକ ନିର୍ଯାତନା ଦେଇଆସୁଥିଲେ । ଏହି ଘଟଣା ସାମ୍ନାକୁ ଆସିବାପରେ ମହାଦେବ ଦାସ ବସ୍ତା ବିଜେଡିର ପ୍ରଭାବଶାଳୀ ନେତା ସହିତ ସାଂସଦଙ୍କ ପ୍ରତିନିଧି ହୋଇଥିବାରୁ ତାଙ୍କୁ ସୁରକ୍ଷା ଦେବା ପାଇଁ ଜିଲ୍ଲା ବିଜେଡି ତରଫରୁ ତତ୍ପରତା ପ୍ରକାଶ ପାଇଥିଲା । ଜିଲ୍ଲା ପୋଲିସଠାରୁ ଆରମ୍ଭ କରି ରୂପସ୍ା ଥାନା ଅଧିକାରୀ ପର୍ଯ୍ୟନ୍ତ ଏ ଭଳି ଅଭିଯୁକ୍ତକୁ କାହିଁକି ଗିରଫ କରୁନାହାନ୍ତି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ବିଜେପି ପ୍ରତିନିଧି ମଣ୍ଡଳ ପ୍ରଶ୍ନ ବାଢ଼ିଥିଲା । ଏହି ଘଟଣାକୁ ନେଇ ବାଲେଶ୍ୱର ଜିଲ୍ଲା ସଭାପତି ଶ୍ରୀ ମଦନ ମେହାନ ଦତ୍ତ, ମୟୁର ପୂର୍ବ ଜିଲ୍ଲା ସଭାପତି ଡା କୃଷ୍ଣ ଚନ୍ଦ୍ର ମହାପାତ୍ର ଏକ ପ୍ରତିନିଧି ଦଳ ସହିତ ବାଲେଶ୍ୱର ଜିଲ୍ଲା ଏସ୍.ପି ଙ୍କୁ ଭେଟି ଅଭିଯୁକ୍ତ ମହାଦେବ ଦାସଙ୍କୁ ତୁରନ୍ତ ଗିରଫ କରିବାକୁ ଦାବୀ କରିଥିଲେ ।

ଆସନ୍ତା ୨ଦିନ ମଧ୍ୟରେ ଦୋଷୀ ଗିରଫ ନହେଲେ ଭାଜାପା ରାଜା ରାସ୍ତାକୁ ଓହ୍ଲାଇବ ବୋଲି ଏସ୍.ପି ମହାଶୟଙ୍କୁ ଚେତାବନୀ ଦେଇଥିଲେ । ଏହି ପ୍ରତିନିଧି ମଣ୍ଡଳରେ ରାଜ୍ୟ ସମ୍ପାଦିକା ଶୋଭନା ମହାନ୍ତି, ଜିଲ୍ଲା ସଧାରଣ ସମ୍ପାଦକ ମିହିର ପାଣି, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ମନିସା ଚିନ୍ମୟୀ ବେହେରା, ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ସଯୁକ୍ତା ମହାପାତ୍ର, ବସ୍ତା ଭାଜପା ନେତା ରବିନ୍ଦ୍ର ଜୈନ, ମିଡିଆ ସଂଯୋଜକ ଗୈାରାଙ୍ଗ ଦାସ, ମୟୁରଭଞ୍ଜ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ପ୍ରଦୀପ ମହାନ୍ତ, ଯୁବ ମୋର୍ଚ୍ଚା ଉପ-ସଭାପତି ବିକାଶ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting