ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ କିନ୍ତୁ କିଣିବା କଷ୍ଟ ଦାୟକ

An Independent Media

ଭୁବନେଶ୍ୱର: ବିଶ୍ୱକପ ହକିର ଉଦଘାଟନୀ ଉତ୍ସବ ପାଇଁ ଆଜିଠାରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ । ତେବେ ହକିପ୍ରେମୀମାନେ www.ticketgenie.in ୱେବସାଇଟରେ ଅନଲାଇନରେ ଟିକେଟ କିଣିପାରିବେ । ଏହି ୱେବସାଇଟକୁ ଗତକାଲି ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବାବେଳେ ସେ ନିଜେ ୫୦୦ ଟଙ୍କା ଦେଇ ଅନଲାଇନରେ ନିଜପାଇଁ ଏକ ଟିକେଟ କିଣିଥିଲେ । ପରେ ଟ୍ୱିଟ୍ କରି ଟିକେଟ କିଣିବା ସଂପର୍କରେ ପ୍ରକାଶ କରାଇଥିଲେ । ଆସନ୍ତା ୨୭ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ୨୮ରେ କଟକ ବାରବାଟୀ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ସେଥିପାଇଁ ଅନଲାଇନରେ ଆଜିଠାରୁ ଟିକେଟ ଉପଲବ୍ଧ । ଭୁବନେଶ୍ୱର ପାଇଁ ୧୦ ହଜାର ୫୦୦ ଟିକେଟ ଓ କଟକ ପାଇଁ ୩୦ ହଜାର ଅନଲାଇନ ଟିକେଟ ରହିଛି ।


ଏଠାରେ ଆମେ ହକି ପ୍ରେମୀମାନଙ୍କୁ ଜଣାଇବାକୁ ଚାହୁଁଛୁ ଯେଉଁମାନେ ଟିକେଟ ସଂଗ୍ରହ କରିବାକୁ ଚାହୁଁଛନ୍ତି ସେମାନେ ଯଥା ଶୀଘ୍ର ଟିକେଟ କାଉଣ୍ଟରରୁ ଟିକେଟ ସଂଗ୍ରହ କରି ନିଅନ୍ତୁ, ଅଥବା ଯଦି ଅନଲାଇନର ସାହାଯ୍ୟରେ ଟିକେଟ ନେବାକୁ ଚାହାନ୍ତି ତେବେ ଧର୍ଯ୍ୟର ସହିତ ଅପେକ୍ଷା କରନ୍ତୁ ଟିକେଟ୍ ବିକ୍ରି ସରିବା ପୂର୍ବରୁ ଆପଣଙ୍କ ନମ୍ବର ଆସିଲେ ଆପଣମାନେ ଟିକେଟ ପାଇପାରିବେ ।


କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଉଦଘାଟନୀରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ଏବଂ ବାରବାଟୀରେ ହେବାକୁଥିବା ଉଦଘାଟନୀରେ ଏଆର ରେହେମାନ ସଙ୍ଗୀତ ପରିବେଷଣ କରିବେ । କଳିଙ୍ଗ ଷ୍ଟାଡିୟମର ଟିକେଟ ମୂଲ୍ୟ ୫୦୦ ଟଙ୍କା ରହିଥିବାବେଳେ କଟକରେ ଟିକେଟର ମୂଲ୍ୟ ୧୦୦ରୁ ୫୦୦ ଟଙ୍କା ରହିଛି । ତେବେ ଉଭୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତି ରହିବା ନେଇ ସୂଚନା ମିଳିଛି ।

error: Thank You Keep Visiting