ଅନୁଗୁଳ-ତାଳଚେରରୁ କଟକ ଆସୁଥିବା ବସ ‘ଜଗନ୍ନାଥ’ ଦୁର୍ଘଟଣା ଗ୍ରସ୍ତ

An Independent Media

କଟକ: ଆଜି ସଂଧ୍ୟାରେ “ଜଗନ୍ନାଥ’ ନାମକ ବସ(OD 35 A 0211)ଟି ଅନୁଗୁଳ ତାଲଚେରରୁ କଟକ ଆସିବା ବାଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ବସଟି ଅପରାହ୍ଣ ୨ଟା ୪୫ରେ ତାଳଚେରୁ ବସଟି ଛାଡିଥିଲା । ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବାନୁଯାୟୀ, ବସଟି ମଇଁଷିକୁ ଧକ୍କା ଦେଇ ବ୍ରିଜର ବାଡ ଭାଙ୍ଗି ମହାନଦୀ ପୋଲରୁ ୩୦ ଫୁଟ୍ ତଳକୁ ଖସିପଡ଼ିଥିଲା । ତେବେ ବସଟି ପାଣିରେ ନପଡ଼ି ବାଲିରେ ପଡ଼ିଥିବା ଦେଖାଯାଇଛି । ଶେଖରପୁର ନଦୀ ଘାଟ ନିକଟରେ ଏହି ବସଟି ପଡ଼ିରହିଛି । ସମସ୍ତ ଆହତକଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ କମିସନରେଟ୍ ପୋଲିସ, ଦମକଳ ବାହିନୀ, ଓଡ୍ରାଫ ଟିମ୍ ଓ ୧୪ଟି ଆମ୍ବୁଲାନ୍ସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ୫୦ ରୁ ୬୦ ଜଣ ଯାତ୍ରୀ ସେଠାରେ ଫସି ରହିଥିବା ଜଣାପଡ଼ିଛି ।
ପ୍ରକାଶ ଥାଉକି, ଖବରଟି ଲେଖାଯିବା ସୁଦ୍ଧା ଏହି ବସ୍ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ଏବେ ବି ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରାତି ହେବାରୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି । ସେଠାରେ ବର୍ତ୍ତମାନ ବ୍ରିଜରେ ଭିଡ଼ ପରିଲିକ୍ଷିତ ହୋଇଛି । ସେତୁରେ ରାସ୍ତାର ଦୁଇପଟରେ ଶହଶହ ଗାଡ଼ି ଅଟକି ରହିଛି । ରାତି ହେବାରୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ ସୁଦ୍ଧା ସେଠାରେ କଟକ ଡିସିପି ଅଖିଳେଶ୍ୱର ସିଂହ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚିଥିବା ଜଣାପଡ଼ିଛି ।
କଟକ ମହାନଦୀ ପୋଲରୁ ଯାତ୍ରୀବାହୀ ବସ୍ ଖସିପଡ଼ିବା ଘଟଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତର ସହ ନେଇଛନ୍ତି । ଦୁର୍ଘଟଣାରେ ଆହତ ଯାତ୍ରୀଙ୍କ ଚିକିତ୍ସା ପାଇଁ ମାଗଣାରେ ସମସ୍ତ ବ୍ୟବସ୍ଥା କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ନିର୍ଦ୍ଦେଶ ଦଇଛନ୍ତି । ଏଥିସହ ଶ୍ରୀ ଜେନାଙ୍କୁ ଘଟଣାସ୍ଥଳ ତୁରନ୍ତ ପରିଦର୍ଶନ କରିବା ପାଇଁ କହିଛନ୍ତି । ଆହତ ବସ ଯାତ୍ରୀଙ୍କ ଚିକିତ୍ସା ପାଇଁ ଏସସିବିରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାବେଳେ ଯୁଦ୍ଧାକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ କର୍ମଚାରୀ, ଓଡ୍ରାଫ ଟିମ୍ ଓ ଜିଲ୍ଲା ପ୍ରଶାସନକୁ ଆଦେଶ ଦେଇଛନ୍ତି ।

error: Thank You Keep Visiting