ଆସନ୍ତା ୨୬ରୁ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ

An Independent Media
କଟକ : ଆସନ୍ତା ୨୦୧୯ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (ରେଗୁଲାର ଓ ଏକ୍ସରେଗୁଲାର)ପରୀକ୍ଷା ନିମନ୍ତେ ଆସନ୍ତା ୨୬ତାରିଖ ସକାଳ ୮ଟାରୁ ଅନ୍ ଲାଇନ୍ ରେ ଫର୍ମ ପୂରଣ ଓ ଫି’ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଫି ଦାଖଲ ଶେଷ ତାରିଖ ଡିସେମ୍ବର ୧୩ତାରିଖ ରାତି ୧୧ଟା ୪୫ରଖାଯାଇଥିବା ବେଳେ ଫର୍ମ ପୂରଣ ପାଇଁ ଡିସେମ୍ବର ୧୪ମଧ୍ୟ ରଖାଯାଇଛି । ଅର୍ଥାତ୍ ଏହି ସମୟ ସୀମା ମଧ୍ୟରେ ଯେଉଁମାନେ ଫର୍ମ ପୂରଣ ସହିତ ଫି’ଦାଖଲ କରିବେ, ସେମାନଙ୍କୁ ଜରିମାନା ଦେବାକୁ ପଡିବ ନାହିଁ । ଏହା ପରେ କଲେ ଜରିମାନା ଦେବାକୁ ପଡିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।ସେହିପରି ଡିସେମ୍ବର ୧୪ତାରିଖ ମଧ୍ୟ ରାତିରୁ ୧୯ତାରିଖ ମଧ୍ୟ ରାତି ଯାଏଁ ଜୋରିମାନା ଦେଇ ଫର୍ମ ପୂରଣ କରିବା ବ୍ୟବସ୍ଥା କରାଯାଇଛି । ଡିସେମ୍ବର ୧୪ତାରିଖ ରୁ ୧୮ତାରିଖ ରାତି ୧୧ଟା ୪୫ଯାଏଁ ଫି ‘ଦାଖଲ ଜୋରିମାନା ସହିତ ଦେବାକୁ ପଡିବ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞନ ମହାନ୍ତି ସୂଚନା ଦେଇଛନ୍ତି ।
-B.K. Panda
error: Thank You Keep Visiting