ବାଲିଯାତ୍ରାରେ ବିଭ୍ରାଟ, ଫେରିଗଲେ ଦୋଳି ବ୍ୟବସାୟୀ 

Straight to the Point
କଟକ: ପ୍ରଶାସନିକ ଅବହେଳା ଓ ଅବ୍ୟବସ୍ଥା ଯୋଗୁହିଁ  ବାଲିଯାତ୍ରାରେ ଆଉ ଦୋଳି ର ମଜା ନେଇପାରିବେ ନାହିଁ ଦର୍ଶକ।ଉଚ୍ଚତ୍ତମ ଦୋଳିର ରଙ୍ଗବେରଙ୍ଗ ଲାଇଟ୍ ରାତିରେ ବାଲିଯାତ୍ରା ପଡିଆର ଚମକ ବଢାଉଥିବା ବେଳେ ଏଥର ଐତିହାସିକ ବାଲିଯାତ୍ରାରେ ତାହା ସମ୍ପୂର୍ଣ୍ଣ ଭାବେ ଫିକା ପଡିଯିବ ।ଦୋଳି ବ୍ୟବସାୟୀ ଆଜି ଫେରିଯାଉଥିବା ବେଳେ ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିବାପରେ ଐତିହାସିକ ବାଲିଯାତ୍ରା ଆୟୋଜନକୁ ନେଇ ଆଶଙ୍କା ସୃଷ୍ଟି ହୋଉଛି । ଦୀର୍ଘ ବର୍ଷ ଧରି ବାଲିଯାତ୍ରାକୁ ଦୋଳି ନେଇ ଆସୁଥିବା ୧୨ରୁଅଧିକ ଦୋଳି ବ୍ୟବସାୟୀ ଆଜି ପ୍ରଶାସନର ଖାମଖିଆଲ ନିଷ୍ପତ୍ତିକୁ ନେଇ ଅଭିଯୋଗ କରିଛନ୍ତି ।ଅନ୍ୟ ପକ୍ଷରେପଡିଆରେ ବଡ ଷ୍ଟଲ ଜରିଆରେ ଦର୍ଶକଙ୍କୁ ଆକୃଷ୍ଟ କରୁଥିବା ବିଭିନ୍ନ ବ୍ୟବସାୟୀକ ସଂସ୍ଥା ଠିକ୍ ସମୟରେ ଷ୍ଟଲ କାମ ଶେଷ ହେବାକୁ ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ।ଏଭଳି ସ୍ଥିତିରେ ଷ୍ଟଲ କାମ ଶେଷ ହୋଇ ବ୍ୟବସାୟ ଆରମ୍ଭ କରିବା ବେଳକୁ ୨୪-୨୫ତାରିଖ ହେବ ବୋଲି ପ୍ରାୟ ସବୁ ବ୍ୟବସାୟୀ ଆଶଙ୍କା କରୁଛନ୍ତି ।ଏଭଳି ସ୍ଥିତିରେ ବର୍ଦ୍ଧିତ ବାଲିଯାତ୍ରାର ଅର୍ଥ କ’ଣ ବୋଲି ସେମାନେ ପାଲଟା ପ୍ରଶ୍ନ କରୁଛନ୍ତି ।
-B.K. Panda
error: Thank You Keep Visiting