ଅନ୍ତୋଦୟ କାର୍ଡରେ ସରକାରୀ ସୁବିଧା ନେଉଛନ୍ତି ଜିଲ୍ଲା ପରିଷଦ ସଭାପତି କମଳିନୀ ପାତ୍ର

Straight to the Point

କେନ୍ଦୁଝର: ଗରୀବ ଲୋକଙ୍କ ପାଇଁ ସରକାର କରିଛନ୍ତି ଅନ୍ତୋଦୟ ଯୋଜନା ଭଳି ମାଳ ମାଳ ଯୋଜନା । କିନ୍ତୁ ଏହି ଯୋଜନାରୁ ପ୍ରଭାବଶାଳୀ ଲୋକମାନେ ଫାଇଦା ନେଉଥିବା ବେଳେ ଗରିବ ବିଚାରା କାର୍ଡ ଖଣ୍ଡିଏ ପାଇଁ ଏ ଅଫିସିରୁୁ ସେ ଅଫିସ ଦୌଡି ଦୌଡି ଚପଲ ଛିଡି ଯାଉଥିବାବେଳେ, ସରକାରଙ୍କର ମାଳ ମାଳ ଯୋଜନା ଭଳି, କେନ୍ଦୁଝର ଜିଲ୍ଲାରେ ଏଭଳି ମାଳ ମାଳ ଅଭିଯୋଗ । ଏଭଳି ଅନୁରୁପ ଏକ ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ପରିଷଦ ସଭାପତି କମଳିନୀ ପାତ୍ରଙ୍କ ବିରୋଧରେ । କେନ୍ଦୁଝର ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ରହିଛନ୍ତି କମଳିନୀ ପାତ୍ର ।

କମଳିନୀ ଶାସକ ଦଳ ସମର୍ଥିତ ଅଧ୍ୟକ୍ଷ । କିନ୍ତୁ ତାଙ୍କ ନାମରେ ଅନ୍ତୋଦୟ କାର୍ଡ ରହିଥିବା ଘଟଣା ବିଳମ୍ବରେ ହେଲେବି ଲୋକଲୋଚନକୁ ଆସିବା ପରେ ଚର୍ଚ୍ଚାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ କମଳିନୀ ପାତ୍ରଙ୍କ ନାମରେ ରହିଛି ଅନ୍ତୋଦୟ କାର୍ଡ । ଯାହାର ନମ୍ବର ରହିଛି ୧୮୧୦୧୧୧୦୩୭୩ । ଆଉ ଏହି କାର୍ଡରେ କମଳିନୀଙ୍କ ପରିବାର ଦ୍ୱାରା ନିୟମିତ ଭାବେ ସରକାରଙ୍କ ନିକଟରୁ ରାସନ ସମାଗ୍ରୀ ଉଠାଣ କରାଯାଉଛି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେବାପରେ କମଳିନୀଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ମିଳିଥିବା ସତ୍ୱେ ସେ ଏହି କାର୍ଡରେ ଗରୀବଙ୍କ ପାଇଁ ଉଦ୍ଧିଷ୍ଠ ରାସନ ସାମଗ୍ରୀ ଉପଭୋଗ କରିଚାଲିଛନ୍ତି । ଏହି ଘଟଣାକୁ କମଳିନୀ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ସ୍ୱୀକାର କରିଛନ୍ତି । ଏପରି ଘଟଣାକୁ ଦୁର୍ଭାଗ୍ୟ ପୁର୍ଣ୍ଣ ବୋଲି ଉଭୟ ବିଜେପି ଓ କଂଗ୍ରେସ କହିଥିବା ବେଳେ କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡା ତାଙ୍କ ପ୍ରତିକ୍ରିୟାରେ, କମଳିନୀଙ୍କର ପୂର୍ବରୁ ଯଦି କାର୍ଡ ରହିଥିଲା ତେବେ ସଭାପତି ହେବା ପରେ ଫେରାଇଦେବା ଉଚିତ ଥିଲା ।

ଶାସକ ଦଳର ଜଣେ ସଦସ୍ୟ ହୋଇ ଜିଲା୍ଲ ର ଜଣେ ପ୍ରଭାବଶାଳୀ ନେତ୍ରୀ ସହ ଏକ ମର୍ଯ୍ୟଦା ପୂର୍ଣ୍ଣ ପଦବୀରେ ରହି ଗରୀବ ଙ୍କ ପାଇଁ ଉଦ୍ଧିଷ୍ଟ ସରକାରୀ ସାମଗ୍ରୀ ନେବାକୁ ସମାଲୋଚନା ମଧ୍ୟ କରିଛନ୍ତି । ଏପରିକି ଜିଲ୍ଲା ପରିଷଦ ସଭାପତି ଜିଲ୍ଲାର ପ୍ରଥମ ନାଗରିକ ଓ ତେଣୁ ତାଙ୍କର ଏପରି କାମକୁ ନାପସନ୍ଦ କରିଛନ୍ତି କଂଗ୍ରେସ ନେତା ଏପରିକି ଶାସକ ଦଳ ପାଖରେ ସବୁ ସମ୍ଭବ ବୋଲି କହିଛନ୍ତି । ବିଜେଡି ସରକାରରେ ସବୁ ସମ୍ଭବ ବୋଲି ବିରୋଧି ମାନେ ସମାଲୋଚନା କରିବାସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ।

ଅପରପକ୍ଷେ ସମସ୍ତ ପ୍ରମାଣ ହସ୍ତଗତ ପରେ ମଧ୍ୟ ଅଭିଯୋଗ ହେଲେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ପରେଶ ମହାନ୍ତି କହିଛନ୍ତି । ଏହି ଘଟଣାରେ ପ୍ରତିକ୍ରିୟା ରଖି ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର କହିଛନ୍ତି ତାଙ୍କର ଆୟ ଅନୁସାରେ ସେ ଅନ୍ତୋଦୟ କାର୍ଡ ପାଇବାକୁ ଯୋଗ୍ୟ । ଜିଲ୍ଲାପରିଷଦ ଅଧ୍ୟକ୍ଷା କାର୍ଡ ରଖିପାରିବେ କି ନାହିଁ ସେ ଜାଣନ୍ତି ନାହିଁ । ତଦନ୍ତ ପରେ ଯଦି ସରକାର ଚାହବେିଁ ସେ କାର୍ଡ ଫେରାଇ ଦେବେ ବୋଲି ସଫେଇ ରେ କହିଛନ୍ତି । ଏଭଳି ଏକ କାର୍ଡ ପାଇିଁ କଟକ ମେୟରଙ୍କର ପଦବୀ ଯିବା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏବେ କମଳିନୀଙ୍କ କ୍ଷେତ୍ରରେ ସରକାର ବା ଦଳ କଣ ନିଷ୍ପତି ନେଉଛି ସମସ୍ତେ ତାହାର ଅପେକ୍ଷାରେ ରହିଛନ୍ତି ।

error: Thank You Keep Visiting