ରାଜ୍ୟସରକାରଙ୍କ ପାତର ଅନ୍ତରରେ ବଳିପଡିଲେ ସାମ୍ବାଦିକ:ବିଜେପି

Straight to the Point

ଭୁବନେଶ୍ୱର: ବିଶ୍ୱକପ ହକିର କଭରେଜ ପାଇଁ ଆଗ ଧାଡିର ସାମ୍ବାଦିକ ମାନଙ୍କୁ ଅନୁମତି ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମିଡିଆ ପାସ୍ ବଂଟନରେ ବ୍ୟାପକ ଅନିୟମିତତା ହୋଇଛି । ସାମ୍ବାଦିକମାନଙ୍କୁ ପାସ୍ ଦେବାରେ ରାଜ୍ୟ ସରକାର ପାତର ଅନ୍ତର ନୀତି ଅବଲମ୍ବନ କରିଛନ୍ତି ବୋଲି ରାଜ୍ୟ ବିଜେପି ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା କହିଛନ୍ତି ।
ବିଜୁ ପଟ୍ଟନାୟକ ସ୍ପୋର୍ଟସ ଆୱାର୍ଡର ପ୍ରଥମ ବିଜେତା ଖେଳ ସାମ୍ବାଦିକ ସମ୍ବିତ ମହାପାତ୍ରଙ୍କୁ ସୁଯୋଗ ଦିଆଯାଇ ନାହିଁ । ସେହିପରି ଓଡିଶାର ନମ୍ବର ୱାନ ନିଉଜ ଚ୍ୟାନେଲ ଓ ଟିଭି, ବିଭିନ୍ନ ଲିଡିଙ୍ଗ୍ ୱେବ ନିଉଜ ପୋର୍ଟାଲ ଏବଂ ପ୍ରିଣ୍ଟ ମିଡିଆର ଫଟୋ ସାମ୍ବାଦିକ ଟିକନ ବିଶ୍ୱରଂଜନଙ୍କ ପରି ଅନେକ ନାମୀ ଦାମୀ ସାମ୍ବାଦିକମାନଙ୍କୁ ହକି କଭରେଜ ପାଇଁ ମିଡିଆ ପାସ୍ ନଦେବା କିମ୍ବା ପଡିଆ ଭିତରକୁ ଯିବା ପାଇଁ ଅନୁମତି ନଦେବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ଶାସକ ଦଳ ଏଜେଣ୍ଡାରେ ପାସ୍ ବଂଟନ କରାଯାଇଛି ବୋଲି ଶ୍ରୀ ଶର୍ମା କହିଛନ୍ତି ।
ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିଜ ମତ ଉପସ୍ଥାପନ କରିବାର ଅଧିକାର ରହିଛି । ଏହାର ଅର୍ଥ ନୁହେଁ କି ଜାଣିଶୁଣି ସାମ୍ବାଦିକ ମାନଙ୍କୁ ତାଙ୍କ କର୍ତବ୍ୟରୁ ବଂଚିତ ରଖିବା । ସାମ୍ବାଦିକମାନଙ୍କୁ ପାସ ଦେବା ପାଇଁ ଏକ ନିୟମ କରାଯାଇ ଅନ ଲାଇନରେ ଆବେଦନ କରିବା ପାଇଁ ଆହ୍ୱାନ ଦେବା ଏବଂ ପରେ ଶାସକ ବିଜେଡିର ନିର୍ଦ୍ଦେଶରେ ଆବେଦନ କରିଥିବା ସାମ୍ବାଦିକ ମାନଙ୍କର ନାଁ କାଟି ଖେଳ ନିଉଜ କଭରେଜରୁ ବଂଚିତ କରିବା ଅତ୍ୟନ୍ତ ର୍ଦୁଭାଗ୍ୟପୂର୍ଣ୍ଣ । ସାମ୍ବାଦିକମାନଙ୍କୁ ପାସ ନଦେଇ ଶାସକ ଦଳ ନିଜର ରାଜନୈତିକ ଏବଂ ବ୍ୟବସାୟିକ ବନ୍ଧୁ ମାନଙ୍କୁ ପାସ୍ ଯୋଗାଇଛି ବୋଲି ଶ୍ରୀ ଶର୍ମା ଅଭିଯୋଗ କରିଛନ୍ତି ।

error: Thank You Keep Visiting