ହକିର ପ୍ରଚାର ନାଁରେ ଚାଲିଛି ଦଳୀୟ ପ୍ରଚାର:ଜୁଏଲ ଓରାମ

An Independent Media

ଭୁବନେଶ୍ୱର: କୋଟି କୋଟି ଅର୍ଥ ବ୍ୟୟରେ ହକି ଉଦଘାଟନ ସେରିମୋନି କରାଯାଉଛି କିନ୍ତୁ ରାଜ୍ୟରେ ହକିର ବିକାଶ କରାଯାଉ ନାହିଁ ବୋଲି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ କହିଛନ୍ତି ।
ସୁନ୍ଦରଗଡ ହେଉଛି ହକିର ଗଡ । ସୁନ୍ଦରଗଡ ଜିଲ୍ଲାରେ ହକିର ବିକାଶ ପାଇଁ ରାଜ୍ୟସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ସୁନ୍ଦରଗଡରେ ଥିବା ରାଜ୍ୟସରକାରଙ୍କ ସାଇ ହଷ୍ଟେଲ, ପାନପୋଷ ଏବଂ ସେଲ୍ର ହକି ଷ୍ଟାଡିୟମ ଗୁଡିକର ବିକାଶ ହୋଇପାରୁ ନାହିଁ । ରାଜ୍ୟରେ ହକି ବିଶ୍ୱକପ ଆୟୋଜନ କରି ହକିର ବିକାଶ ନାଁରେ ଶାସକ ବିଜେଡି ଦଳୀୟ ପ୍ରଚାର କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି ଶ୍ରୀ ଓରାମ କହିଛନ୍ତି ।

-ଭାରତ ହକି ବିଶ୍ୱକପ ଜିତିବା ନେଇ ଆଶାବାଦୀ
-ରାଜ୍ୟରେ ଥିବା ହକି ଷ୍ଟାଡିୟମଗୁଡିକର ବିକାଶ ହେଉନାହିଁ
-ଭୁବନେଶ୍ୱରଠାରେ ହକି ବିଶ୍ୱକପ ଆୟୋଜିତ ହେଉଥିବାରୁ ହକି ଇଣ୍ଡିଆକୁ ସାଧୁବାଦ
-ମିଡିଆ ପାସ୍ ବଣ୍ଟନରେ ଅନିୟମିତତାକୁ ଦୃଢ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

ଓଡିଶାର ଭୁବନେଶ୍ୱରଠାରେ ହକି ବିଶ୍ୱକପ ଆୟୋଜିତ ହେଉଥିବାରୁ ଶ୍ରୀ ଓରାମ କେନ୍ଦ୍ର ସରକାର ଏବଂ ହକି ଇଣ୍ଡିଆକୁ ସାଧୁବାଦ ଜଣାଇଛନ୍ତି । ଭାରତ ହକି ବିଶ୍ୱକପ ଜିତିବା ନେଇ ଆମେ ଆଶାବାଦୀ ଅଛୁ । ଚଳିତ ବର୍ଷ ଭାରତ ବିଶ୍ୱକପ ଜିତି ଭାରତ ଏବଂ ଓଡିଶା ପାଇଁ ଗୌରବ ଆଣିବ ବୋଲି ଶ୍ରୀ ଓରାମ କହିଛନ୍ତି ।
ଭାରତର ପୂର୍ବତନ ହକି କ୍ୟାପଟେନ ଦଳର ଗୋଲରୁ ନେଇ ସନ୍ଦେହ ପ୍ରକାଶ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ଅନ୍ୟପଟେ ମିଡିଆ ପାସ୍ ବଂଟନରେ ଅନିୟମିତତାକୁ ଶ୍ରୀ ଓରାମ ଦୃଢ ଭାବେ ନିନ୍ଦା କରିଛନ୍ତି । ଓଡିଶାରେ ବିଶ୍ୱକପ ଆୟୋଜନ ହେଉଥିବାରୁ ଭାରତର ମନୋବଳ ବୃଦ୍ଧି କରିବା ପରିବର୍ତେ ଦିଲୀପ ତିର୍କି ନିରୁତ୍ସାହିତ କରୁଛନ୍ତି ବୋଲି ଶ୍ରୀ ଓରାମ କହିଛନ୍ତି ।

error: Thank You Keep Visiting