ବିଶିଷ୍ଟ ଗାୟକ ମହମ୍ମଦ ଅଜିଜଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

An Independent Media

ଭୁବନେଶ୍ୱର: ବିଶିଷ୍ଟ ଗାୟକ ମହମ୍ମଦ ଅଜିଜଙ୍କ ବିୟୋଗରେ ରାଜ୍ୟ ବିଜେପି ସଭାପତି ଶ୍ରୀ ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରି ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି ।
ସ୍ୱର୍ଗତଃ ଅଜିଜ୍ ନିଜର ସୁମଧୁର ସ୍ୱର ପାଇଁ ବେଶ୍ ଜଣାଶୁଣା ଥିଲେ । ୧୯୫୪ ମସିହାରେ ସ୍ୱର୍ଗତଃ ମହମ୍ମଜ ଅଜିଜ ପଶ୍ଚିମ ବଙ୍ଗରେ ଜନ୍ମ ଗ୍ରହଣ କରିଥିଲେ । ସ୍ୱର୍ଗତଃ ଅଜିଜ୍ ୯୦ ଦଶକରେ ଅନେକ ସୁପରହିଟ୍ ଗୀତ ଗାଇ ସଂଗୀତର ଯାଦୁରେ ଯୁବପିଢୀମାନଙ୍କୁ ବାନ୍ଧି ରଖିଥିଲେ । ସେ ହିନ୍ଦୀ, ବଙ୍ଗାଳୀ, ଓଡିଆ ସମେତ ଅନେକ ଆଂଚଳିକ ଭାଷାରେ ଗୀତ ଗାଇଛନ୍ତି । ଓଡିଆ ଚଳଚ୍ଚିତ୍ର ସହ ସେ ଅନେକ ଭଜନ ଓ ଆଲବମ୍ ଗୀତରେ କଣ୍ଠଦାନ କରିଛନ୍ତି । ମୃତ୍ୟୁବେଳକୁ ସ୍ୱର୍ଗତଃ ଅଜିଜ୍ଙ୍କୁ ୬୪ ବର୍ଷ ହୋଇଥିଲା । ସ୍ୱର୍ଗତଃ ଅଜିଜ୍ଙ୍କ ବିୟୋଗ ସଂଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ ପଣ୍ଡା ଏବଂ ଶ୍ରୀ ସିଂହଦେଓ କହିଛନ୍ତି ।

error: Thank You Keep Visiting