ଭୁବନେଶ୍ୱରରେ ଅପରାଜିତାଙ୍କୁ ସମ୍ବର୍ଦ୍ଧନା,ବୁଲିଲେ ଏକାମ୍ର କ୍ଷେତ୍ର

An Independent Media

ଭୁବନେଶ୍ୱର: ବିଜେପିରେ ଯୋଗଦେବା ପରେ ବିମାନରୁ ଓହ୍ଲଲାଇ ଅପରାଜିତା ଷଡ଼ଙ୍ଗୀ ଆସି ଭୁବନେଶ୍ୱରରେ ପହଂଚିବା ପରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଦର୍ଶନ କରିଥିଲେ । ସେଠାରେ ଏକାମ୍ର ବିଧାୟକ ପାର୍ଥି ଅମିୟ ଦାଶଙ୍କ ଅଧ୍ୟକ୍ଷତାରେ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସେ ଏହି ଅବସରରେ ବିନ୍ଦୁସାଗର ଓ ଦେବୀ ପାଦହରା ପୁଷ୍କରିଣୀ ବୁଲି ଦେଖିଥିଲେ । ମୁଁ ନୁହେଁ ଆମେ ହୋଇ କାର୍ଯ୍ୟ କରିବା ସହ ସକରାତ୍ମକ ରାଜନୀତି କରିବି, ଆଗାମୀ ଦିନରେ ଓଡ଼ିଶାକୁ ପ୍ରଗତିଶୀଳ ରାଜ୍ୟରେ ପରଣିତ କରିବା ପାଇଁ କାର୍ଯ୍ୟ କରିବି ବୋଲି ସେ କହିଥିଲେ ।

ଏଥିରେ ଦଳର ରାଜ୍ୟ ଉପସଭାପତି ସମିର ମହାନ୍ତି, ହରେକୃଷ୍ଣ ଖୁଂଟିଆ, ଦିଲ୍ଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ, ରତିକାନ୍ତ ଦାଶ, ଦୁନିଲ ପଣ୍ଡା, ମଦନ ମୋହନ ପ୍ରଧାନ, ରାଜେନ୍ଦ୍ର ପଣ୍ଡା, ଶିବ ପ୍ରସାଦ ବେହେରା, କର୍ପୋରେଟର ରଘୁ ମହାନ୍ତି, ମଣ୍ଡଳ ସଭାପତି ଶେଷ ଶେଖର ଗରାବଡ଼ୁ, ଅଜୟ ଜେନା, କୈଳାସ ଚନ୍ଦ୍ର ଜେନା, ସୁବାଷିନୀ ପୃଷ୍ଟି, ଶିବ ରେଡ଼ି, ପୂର୍ବତନ କର୍ପୋରେଟର ଗଦାଧର ସୁନ୍ଦରାୟ, କନକଲତା ସ୍ୱାଇଁ, ତୃପ୍ତୀମୟୀ ମକଦ୍ଦମ, ରଶ୍ମୀପ୍ରଭା ସାମନ୍ତରାୟ, ସୁରେନ୍ଦ୍ର ପ୍ରଧାନ, ଅନିକେତ ବଟୁ, ବିଷ୍ଣୁ ପ୍ରସାଦ ନନ୍ଦ, ପ୍ରଫୁଲ୍ଲ ସ୍ୱାଇଁ, ଅଜିତ ମହାନ୍ତି, ନିର୍ମଳ ମୁଦୁଲି, ଶଙ୍କର ମହାପାତ୍ର, ଛବି ସ୍ୱାଇଁ, ବନଶ୍ରୀ ସାମନ୍ତରାୟ, ଶିଶିର ସେନାପତି, ଶଶ୍ମିତା ପାତ୍ର, ବିଜୟ ପରିଡ଼ା, ସୁଜିତ ଜେନା, ଆଶୁତୋଷ ନନ୍ଦ, ଜ୍ଞାନରଞ୍ଜନ ବେହେରା, ହଜାରରୁ ଉର୍ଦ୍ଦ ଯୁବକ ମହିଳା ସାମିଲ ହୋଇ ରାମେଶ୍ୱର ଛକ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ ।

error: Thank You Keep Visiting