ରାତିଅଧିଆ ଦିଲ୍ଲୀ ଡକରାକୁ ନେଇ ରାଜନିତି ହଟଚମଟ

Straight to the Point

ଭୁବନେଶ୍ୱର: ରାଜ୍ୟ ବିଜେଡି ରାଜନୀତିରେ ପ୍ରତିମୁହର୍ତରେ ଅଦଳ ବଦଳ ହେଉଥିବା ବେଳେ ମହିଳା କମିଶନ ଅଧକ୍ଷା ଲୋପାମୁଦ୍ରା ବକ୍ସିପାତ୍ରଙ୍କ ରାତି ଅଧିଆ ଇସ୍ତପାଂକୁ ନେଇ ରାଜ୍ୟ ରାଜନିତି ମହଲରେ ଚର୍ଚା ଧରିଥିବା ବେଳେ । ଲୋପାମୁଦ୍ରାଙ୍କୁ ପଦବିରୁ ହଟାଇ ବିଜେଡିି ତାର ମହିଳା ସାଗଂଠନିକ କାର୍ଯ୍ୟରେ ନିଯୁକ୍ତି ଦେଇଛି । କିନ୍ତୁ ଏହି ନେତ୍ରୀଙ୍କ ସ୍ତାନରେ କାହାକୁ ଅବସ୍ତାପିତ କରାଯିବ ତାକୁ ନେଇ ଏବେ ଅଙ୍କକସା ଚାଲିଥିବାବେଳେ । ମହିଳା ଅଧକ୍ଷ ଭଳି ଗୁରୁଦାଇତ୍ୱ ସାମ୍ବିଧାନିକ ପଦବୀ ପାଇଁ ଦଳରେ ଦାବିଦାରଙ୍କ ଭିଡ ଜମିଯାଇଛି ।

କାରଣ ମହିଳା କମିଶନର ଅଧକ୍ଷା ପଦବି ସାଧାରଣ ବର୍ଗ ପାଇଁ ଯୋଗ୍ୟତା ମହିଳାଙ୍କର ଆଇନ ଡିଗ୍ରୀ ଥିବା ବାଧ୍ୟତା ମୁଳକ ହୋଇଥିବା ବେଳେ ଦଳ ପାଖରେ ଏବେ ଦେଖିବାକୁ ଗଲେ ଅନେକଙ୍କ ଭିତରୁ ଗୋଟିଏ ଚେହେରା ଭାବେ ବିଜେଡିର ମହିଳା ସଂଗଠନରେ ମାତ୍ରାଧୀକ ଜଡିତ ଥିବା ରାଜ୍ୟ ଯୁବ ଜନତା ଉପ ସଭାନେତ୍ରୀ ମନ୍ଦାକିନୀ କର ରହିିଥିବା ବେଳେ ରାତି ଅଧିଆ ଦିଲ୍ଲି ଡକରାକୁ ନେଇ ରାଜ୍ୟ ରାଜନୀତିକୁ ବେସ୍ ଖୋରାକ ଜୋଗାଇଛି । ସେ କଣପାଇଁ ଯାଇଛନ୍ତି ଜଣାପଡିନଥିବା ବେଳେ ଏକ ଜରୁରି ଡକରା ରାଜନୀତି ମହଲରୁ ଆସିଥିବା ସୁଚନା ମିଳିଛି ବୋଲି ଜଣାପଡିଛି । ସେ ନିକଟରେ ଦଳର ଗୋଟେ ବଡ ଭୂମିକା ଗ୍ରହଣ କରିବା ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଗଲାଣି ସେ ଦଳର ସୁପ୍ରିମୋଙ୍କ ବେସ୍ ନିକଟତର ଥିବା ଚର୍ଚାହେଉଥିବା ବେଳେ ତୃତିୟ ମହଲାରେ ଏହି ନେତ୍ରୀଙ୍କ ବେସ୍ ଦବ୍ଦବା ରହିଛି ବୋଲି ସୁଣିବାକୁ ମିଳେ ।

ନିକଟରେ ଦଳର ସୁପ୍ରିମୋଙ୍କ ମୋହରରେ ଅନ୍ୟ ନାରିନେତ୍ରୀଙ୍କୁ ପଛରେ ପକାଇ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦଶ୍ୟା ରୁପେ ବିବେଚିତ ହୋଇ ଖୁବ କମ୍ ଦିନ ଭିତରେ ବିଭିନ୍ନ ଜିଲ୍ଲାରେ ଶିଶୁ ମାନଙ୍କପ୍ରତି ଅବିଚାରକୁ ଆୟତ କରିପାରିଛନ୍ତି । କେବଳ ରାଜଧାନୀ ନୁହେଁ ମନ୍ଦାକିନୀ ନାମରେ ସାରା ରାଜ୍ୟରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ନିକଟରେ ରାଜ୍ୟ କାଯ୍ୟାଳୟରେ ଦେଖିବାକୁ ମିଳିଥିଲା ଏକ ସାଗଂଠନିକ ସଭାରେ । କିନ୍ତୁ ଦଳିୟ ଟିକେଟ ଆସାଇ ଥିବା ଏହି ନେତ୍ରୀ ଜଗତସିଂହପୁର ଜିଲ୍ଲାରୁ ୨୦୧୪ରେ ଟିକେଟ ଆସାଇ ଥାଇ ମଧ୍ୟ ଶେଷ ପ୍ରଯାୟରେ ବାଦ୍ ପଡିଥିଲେ ତେଣୁ ୨୦୧୯ରେ ଟିକେଟ ଲବିରେଥିବା ମନ୍ଦାକିନି କର ରାଜ୍ୟ ମହିଳା କମିଶନର ଅଧକ୍ଷ ପଦବୀ ଗ୍ରହଣ କାରିବାକୁ ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି । ଏନେଇ ନା ନା କଳପନା ଜଳପନା ଚାଲିଥିବା ବେଳେ ତାଙ୍କୁ ହଟାତ୍ ଦିଲ୍ଲି ଡକରାକୁ ନେଇ ରାଜ୍ୟ ରାଜନୀତି ମହଲରେ ହଟଚମଟ ସୃଟି ହୋଇଛି ।

error: Thank You Keep Visiting