ପେଟ୍ରୋଲ ଓ ଡିଜେଲର ଖୁଚୁରା ବ୍ୟବସାୟ ନିମନ୍ତେ ଉପଲବ୍ଧ ହେଲା ୱେବସାଇଟ

An Independent Media

ପାରାଦୀପ: ଆଇଓସିଏଲ, ଏଚ.ପି.ସିଏଲ ଓ ଦି ପି.ସି.ଏଲ ତିନୋଟି ତୈଳ କମ୍ପାନୀ ମିଳିତ ସହଯୋଗରେ ସ୍ଥାନୀୟ ଏମ୍ପେୟାର ହୋଟେଲ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମଳନୀ ଅନୁଷ୍ଠୀତ ହୋଇଥିଲା , ଜଗତସିଂହପୁର ଜିଲ୍ଲାର ଇଛୁକ ଉଦ୍ୟୋଗୀମାନଙ୍କ ନିମନ୍ତେ ସମସ୍ତ ବିବରଣୀ, ପ୍ରଣାଳୀ, ବ୍ୟୟ ଅଟକଳ, ସ୍ଥାନ ନିରୁପଣ, ଶିକ୍ଷାଗତ ଯୋଗ୍ୟତା, ଇତ୍ୟାଦି ବିଷୟ ବିଟ୍ ଆବେଦନ କରିବା, ଚୟନ ପ୍ରକ୍ରିୟା, ନୂତନ ଜ୍ଞାନ କୌଶଳ ଦ୍ୱାରା ଖୁଚୁରା ବିକ୍ରୟ କେନ୍ଦ୍ରର ସମସ୍ତ ଅନୁଧ୍ୟାନ ପ୍ରଥମ ଥର ପାଇଁ କମ୍ପୁଟର ଆଧାରିତ ୱେବସାଇଟ (www.petrolpumpdealerchayan.in) କୁ ସାର୍ବଜନୀନ କରାଇଥିଲେ କେ.କିରଣ ପାତ୍ର ସିନିୟର ମ୍ୟାନେଜର ଆଇଓସିଏଲ, ବହୁ ଆଗରୁ ଏକ ତୈଳ ଟାଙ୍କୀ ବ୍ୟବସାୟ କରିବା ପାଇଁ ବହୁ କଷ୍ଟ ଅଧିକ ଖର୍ଚ୍ଚାନ୍ତ ଅଧିକ ସମୟ ଲାଗୁଥିଲା ତାହା ପୁଣି ନିରାଣ ହେବାକୁ ପଡୁଥିବା ବେଳେ ଆଜିର ଉର୍ଜ୍ଜା ଶକ୍ତିର ଆବଶ୍ୟକତା, ଭାରତ ସରକାରଙ୍କ ଇଜି ଅଫ ଡୁଇଂ ବିଜିନେସ ଆଧାରରେ ପେଟ୍ରୋଲ ଡିଜେଲ ପମ୍ପ ଡିଲର ଚୟନ ପ୍ରକ୍ରିୟାକୁ ଅତି ସରଳ, ଆବେଦନ ଫର୍ମକୁ ଅତି ସହଜ, ଅଳ୍ପ କାଗଜପତ୍ର ଖର୍ଚ୍ଚାନ୍ତରୁ କ୍ଷାନ୍ତ ଧାଁ ଦଉଡରୁ ବିରତ, ହୋଇପାରିବ ବୋଲି ଶ୍ରୀ ପାତ୍ର କହିଥିଲେ ଓ ସମସ୍ତ କିଛି ବିଧିବଦ୍ଧ ବ୍ୟବସ୍ଥା ହିଁ ୱେବସାଇଟରେ ଉପଲବ୍ଧ ।

ଖୁଚୁରା ଉଦ୍ୟୋଗୀମାନେ ନେଟୱାର୍କ ମାଧ୍ୟମରେ ନୁଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବା ସହିତ ଫରଚ୍ୟୁନ ନୁଆ ନିଜୁକ୍ତି ସୁଯୋଗ ସୃଷ୍ଟି କରିପାରିବା ସହିତ ଫରଚ୍ୟୁନ ୫୦୦ କମ୍ପୀନୀମାନଙ୍କ ସହିତ ଯୋଡି ହେବାର ମଧ୍ୟ ସୁଯୋଗ ରହିଅଛି । ତୈଳ ଟାଙ୍କୀ ବ୍ୟବସାୟ ପାଇଁ ଆଶାୟୀ ଉଦ୍ୟୋଗୀମାନେ ଗ୍ରାମାଞ୍ଚଳ ସ୍ତରୀୟ ରାଜ୍ୟ ରାଜରାସ୍ତା ପାଶ୍ୱର୍ବର୍ତ୍ତୀ ଜାତୀୟ ରାଜପଥ ପାଶ୍ୱ ନିକଟବର୍ତ୍ତୀ ଜମି ଥିବା ଲିଜ ସୁତ୍ରରେ ଇତ୍ୟାଦି କ୍ଷେତ୍ର ପାଇଁ ଆବେଦନ କରିବା ପାଇଁ ୱେବସାଇଟ ଏକ ମାତ୍ର ମାଧ୍ୟମ । ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାରେ ଆଇଓସିଏଲର ୨୩ଟି ଟାଙ୍କୀ ବିପିସିଏଲର ୧୪ଟି ଟାଙ୍କୀ ଓ ଏଚପିସିଏଲର ୯ଟି ତେଲ ଟାଙ୍କୀ ଉଦ୍ୟୋଗ କାର୍ଯ୍ୟକ୍ଷମ କରୁଅଛି । ଏହି ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ଏ.ବାନାର୍ଜୀ ମ୍ୟାନେଜର ଆଇଓସିଏଲ ସୁଶାନ୍ତ ଗୋୟଏ, ଏଚ.ପି.ସି.ଏଲ ଓ ସୌମ୍ୟ ପ୍ରଧାନ, ବିପିସିଏଲର ଅଧିକାରୀ ଉପସ୍ଥିତ ଥିଲେ ।

error: Thank You Keep Visiting