ଶେଷ ହେଲା କଟକ ଐତିହାସିକ ବାଲିଯାତ୍ରା

Straight to the Point
କଟକ: ଗତକାଲି ଶେଷ ହୋଇଛି କଟକର ଐତିହାସିକ ବାଲିଯାତ୍ରା। ଗତକାଲି ଛୁଟିଦିନ ଥିବାରୁ ବାଲିଯାତ୍ରାରେ ଭିଡ ଦେଖିବାକୁ ମିଳିଥିଲା । ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା ଏବଂ ବିଭିନ୍ନ ଦୋଳି, ଖାଦ୍ୟ ଦୋକାନରେ ଭିଡ ଦେଖିବାକୁ ମିଳିଥିଲା । ଭିନ୍ନକ୍ଷମମାନେ ଏହି ଐତିହାସିକ ବାଲିଯାତ୍ରାକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ।
ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ମାଗଣାରେ ରହିବା, ଖାଇବାକୁ ଦିଆଯିବ ବୋଲି କହିଥିଲେ ମଧ୍ୟ ତାହା କେବଳ କହିବାରେ ରହିଯାଇଥିଲା। ଏଥିପାଇଁ ଭିନ୍ନକ୍ଷମମାନେ ବାଲିଯାତ୍ରାରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି । ଭିନ୍ନକ୍ଷମମାନଙ୍କୁ ସମାଜସେବୀ ବିଭୁତି କୁମାର ରାୟ ତାଙ୍କ ଗରୀବର ରଥ କୁହାଯାଉଥିବା ଅଟୋ ମାଧ୍ୟମରେ ଭିନ୍ନକ୍ଷମମାନଙ୍କୁ ମାଗଣ ରେ ନେବା ଆଣିବାରେ ସହଯୋଗ କରିଥିଲେ । ବାଲିଯାତ୍ରାରେ ବ୍ରହ୍ମପୁରରୁ ଆସିଥିବା ଆଚାର ଷ୍ଟଲରେ ଖଚାଖଚ୍ ଭିଡ ଦେଖିବାକୁ ମିଳିଥିଲା । ଓରମାସ୍ ର ବିଭିନ୍ନ ପ୍ଲାଷ୍ଟିକ ତିଆରି ଫୁଲ ଓ ଖାଦ୍ୟ ଷ୍ଟଲ ପାଖରେ ଭିଡ ଜମିଥିଲା। ସେହିପରି ଉପର ପଡିଆରେ ଥିବା ମୃଦୁପାନିୟ ଲିଚି, ଷ୍ଟଲରେ ଲୋକଙ୍କ ଆସର ଜମିଥିଲା।
error: Thank You Keep Visiting