ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ କଲା ବିଜେଡ଼ି

Straight to the Point

ଅନୁଗୋଳ : ଅନୁଗୋଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭିତ୍ତିଭୂମି ସ୍ଥାପନ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ସମୟରେ ମୁଣ୍ଡରିବେଡା ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ସମାରୋହରେ ପ୍ରକାଶ କରିଥିଲେ ଯେ ପାଲଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୦୦୯ ମସିହା ସାଧାରଣ ନିର୍ବାଚନରେ ଭୋଟର ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ । ଏଥର ସେ ୨୦୧୯ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହେଲେ ଜନତା ତାଙ୍କୁ ଗ୍ରହଣ କରିବେ ତ ?

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ପ୍ରାକ୍ତନ ରାଜ୍ୟସଭା ସାଂସଦ ରୁଦ୍ର ପାଣି, ୨୦୧୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଅଶୋକ ମହାନ୍ତି, ୨୦୧୯ ସାଧରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହେବାପାଇଁ ଅଣ୍ଟା ଭିଡିଥିବା ଯୁବ ବିଜେପି ନେତା ତଥା ବ୍ଲକ ଚେୟାରମ୍ୟାନ ମୁକେଶ ପାଲ । କଛି ଖବରକାଗଜ ଓ ସୋସିଆଲ ମିଡିଆରେ ଓ ସୋସିଆଲ ମିଡିଆରେ ପ୍ରସାର ହୋଇଛି ଧର୍ମେନ୍ଦ୍ର ପ୍ରଧାନ ପାଲଲହଡାରୁ ପ୍ରାର୍ଥୀ ହେବେ । ଏହାର ଜବାବ୍ରେ ବିଜୁ ଜନତା ଦଳ ଏହାକୁ ସ୍ୱାଗତ କରିବ ବୋଲି ପ୍ରକାଶ କରିଛି ।

error: Thank You Keep Visiting