ଭାତ ହାଣ୍ଡିରୁ ଗୋଟିଏ ସଦୃଶ : ବିଜେପି

Straight to the Point

 ପ୍ରଶାସନର ନାକ ତଳେ କିପରି ଭାବେ ଏକ ବେଆଇନ ସେଲ୍ଟର ହୋମ ଚାଲୁଥିଲା, ଯେଉଁଠି ସରଳ ନୀରିହ ଛୋଟ ଛୋଟ ଝିଅ ଏବଂ ପୁଅମାନଙ୍କୁ ଯେଉଁଭଳି ବ୍ୟଭିଚାର କରାଯାଉଥିଲା
 ସେଲଟର୍ ହୋମ୍ ପରିଚାଳନା ନେଇ କଡ଼ା ନିୟମ କାନୁନ ଥିବାବେଳେ ରାଜ୍ୟସରକାରଙ୍କର ଖାମ୍ ଖିଆଲି ନୀତି ଓ ଉଚ୍ଚ ଚାପର ବଶବର୍ତି ହୋଇ ଓଡ଼ିଆ ଝିଅମାନଙ୍କର ମାନ୍ ଇଜ୍ଜତରେ ମଧ୍ୟ ବୁଝାମଣା କରିଥିବା ସ୍ପଷ୍ଟ
 ଖୁବ୍ ଶୀଘ୍ର ରାଜ୍ୟର ସବୁ ୨୪ଟି ବା ଏହାଠାରୁ ଅଧିକ ସଟ୍ଷ୍ଟେ ହୋମଗୁଡ଼ିକୁ ବିଜେପି ମହିଳା ମୋର୍ଚ୍ଚାର ପ୍ରତିନିଧିମାନେ ଯିବେ

ଭୁବନେଶ୍ୱର: ଗୁଡ଼୍ ନିୟୁଜ୍ ଇଣ୍ଡିଆ ପରିଚାଳିତ ଢେଙ୍କାନାଳ ଜିଲ୍ଲାର ବେଲଟିକିରି ଠାରେ ଥିବା ସେଲଟର ହୋମ୍ ରେ ବାଳିକା ଯୌନ ନିର୍ଯ୍ୟାତନା ଓ ଝିଅ ଚାଲାଣ ମାମଲା ଭାତ ହାଣ୍ଡିରୁ ଗୋଟିଏ ଚିପିଲା ପରି ଘଟଣା । ପ୍ରଶାସନର ନାକ ତଳେ କିପରି ଭାବେ ଏକ ବେଆଇନ ସେଲ୍ଟର ହୋମ ଚାଲୁଥିଲା, ଯେଉଁଠି ସରଳ ନୀରିହ ଛୋଟ ଛୋଟ ଝିଅ ଏବଂ ପୁଅମାନଙ୍କୁ ଯେଉଁଭଳି ବ୍ୟଭିଚାର କରାଯାଉଥିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ସାଙ୍ଘାତିକ ବିଷୟ । ରାଜ୍ୟସରକାର ଏବଂ ପ୍ରଶାସନର ପ୍ରୋତ୍ସାହନ ଯୋଗୁଁ ନୀରିହ ଆଦିବାସୀମାନଙ୍କୁ ଆଶ୍ରୟ ଦେବା ନାଁରେ ଧର୍ମ ପରିବର୍ତନ କରାଯାଉଥିବାର ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରୀମତି ପ୍ରଭାତି ପରିଡା ଅଭିଯୋଗ କରିଛନ୍ତି ।

ଗତ କାଲି ଶ୍ରୀମତୀ ପରିଡାଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚାର ଏକ ୬ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଘଟଣାସ୍ଥଳ ପରିଦର୍ଶନ କରି ବାସ୍ତବ ସ୍ଥିତି ସଂପର୍କରେ ପୁଙ୍ଖନୁପୁଙ୍ଖ ସ୍ଥାନୀୟ ବାସିନ୍ଦାଙ୍କଠାରୁ ପଚାରି ବୁଝିଥିଲେ । ଜିଲ୍ଲା ପ୍ରଶାସନ ନିଜ ଦୋଷ ଦୁର୍ବଳତା ପଦାରେ ପଡିଯିବା ଭୟରେ ଏହି ପ୍ରତିନିଧି ଦଳ ଘଟଣା ସ୍ଥଳ ପହଂଚିବା ପୂର୍ବରୁ ରାତିଅଧିଆ ତରବରିଆ ଭାବେ ପିଲାମାନଙ୍କୁ ସ୍ଥାନାନ୍ତରଣ କରିବା ସହ ଅନୁଷ୍ଠାନକୁ ସିଲ୍ କରିଦେଇଥିଲେ । ଏପରିକି ଏହି ପ୍ରତିନିଧି ଦଳକୁ ଅନ୍ତେବାସୀମାନଙ୍କ ସହ ଭେଟିବାକୁ ନଦେବା ନିହାତି ଦୁର୍ଭାଗଜନକ ଏବଂ ଅଗଣତାନ୍ତ୍ରିକ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପରିଡା ପୁଣି ଥରେ ଅଭିଯୋଗ କହିଛନ୍ତି ।

ଶ୍ରୀମତୀ ପରିଡା ସୁଚନା ଦେଇ କହିଛନ୍ତି ଯେ, ୨୦୧୧ ମସିହାରୁ ଏହି ସଂସ୍ଥା ଢେଙ୍କାନାଳଠାରେ ଏକ ଆଶ୍ରୟ ଗୃହ ଚଲାଇଥିଲା । ୨୦୧୭ ମସିହାରେ ସରକାର ଏହାକୁ ବେଆଇନ ଘୋଷଣା କରି ଅନ୍ତେବାସୀଙ୍କୁ ତାଙ୍କ ନିଜ ନିଜ ଘରକୁ ପଠାଇ ଦେଇଥିଲା । ଗୁଡ଼୍ ନିୟୁଜ୍ ଇଣ୍ଡିଆର ସାରା ରାଜ୍ୟରେ ୨୬ଟି ସେଲଟର ହୋମ୍ ଥିବା ଜଣାପଡ଼ିଛି । ସେଲଟର୍ ହୋମ୍ ପରିଚାଳନା ନେଇ କଡ଼ା ନିୟମ କାନୁନ ଥିବାବେଳେ ରାଜ୍ୟସରକାରଙ୍କର ଖାମ୍ ଖିଆଲି ନୀତି ଓ ଉଚ୍ଚ ଚାପର ବଶବର୍ତି ହୋଇ ଓଡ଼ିଆ ଝିଅମାନଙ୍କର ମାନ୍ ଇଜ୍ଜତରେ ମଧ୍ୟ ବୁଝାମଣା କରିଥିବା ସ୍ପଷ୍ଟ ବୋଲି ଶ୍ରୀମତି ପରିଡା କହିଛନ୍ତି ।
କେବଳ ନିର୍ଯ୍ୟାତନା ବା ଚାଲାଣ ନୁହେଁ ବରଂ ଅର୍ନ୍ତରାଷ୍ଟ୍ରୀୟ ଶକ୍ତି ଓ ରାଜ୍ୟରେ ଥିବା ସେହି ଶକ୍ତିମାନଙ୍କ ଚାପରେ ରାଜ୍ୟସରକାର ଧର୍ମ ପରିବର୍ତନ ଭଳି ମାମଲାରେ ଏହି ସଂଗଠନକୁ ସୁରକ୍ଷା ଦେଇ ଆସିଛନ୍ତି । ଧର୍ମ ପରିବର୍ତନ ନେଇ ରାଜ୍ୟରେ କଡ଼ା ନିୟମ ରହିଛି । ମାତ୍ର ଗୁଡ଼୍ ନିୟୁଜ୍ ଇଣ୍ଡିଆ ପରି ସଂସ୍ଥାଙ୍କ ସେଲଟର୍ ହାଉସ୍ ଗୁଡ଼ିକ ଧର୍ମ ପରିବର୍ତନର କେନ୍ଦ୍ର ଭଳି କାମ କରୁଥିଲା । ଓଡ଼ିଶାରେ ମୁଖ୍ୟତଃ ଆଦିବାସୀ ଅଂଚଳରେ ପ୍ରଲୋଭନ ଦେଖାଇ ନିରୀହ ଆଦିବାସୀମାନଙ୍କୁ ଠକି ଧର୍ମ ପରିବର୍ତନରେ ଯେଉଁମାନଙ୍କର ଭୂମିକା ଥିଲା, ସେହିମାନେ ଶାସକ ଦଳର ଛତ୍ରଛାୟା ତଳେ ରହି ଧର୍ମ ପରିବର୍ତନ ଓ ବାଳିକା ଯୌନ ନିର୍ଯ୍ୟାତନା ଏବଂ ଝିଅ ଚାଲାଣ କରୁଛନ୍ତି । ସେମାନେ ଆଜି ପୁଣି ବିଜେପି ନାଁରେ ରାଜନୀତି କରିବାର ମିଛ ଅଭିଯୋଗ ଆଣିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯେଉଁ ପରିବାରର ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ଓ ଏହା ପରବର୍ତି ହିଂସାରେ ହାତ ଲାଲ ହୋଇଛି, ସେହି ପରିବାରର ପୃଷ୍ଠଭୂମିର ଲୋକ ବାଳିକା ଯୌନ ନିର୍ଯ୍ୟାତନା ଓ ଝିଅ ଚାଲାଣ ମାମଲାରେ ଧର୍ମ ପରିବର୍ତନକାରୀଙ୍କ ବିରୋଧରେ ସ୍ୱର ଉଠାଇଲେ ସମାଲୋଚନା କରିବା ଦୁଃଖ ଓ ପରିତାପର ବିଷୟ ବୋଲି ଶ୍ରୀମତୀ ପରିଡା କହିଛନ୍ତି ।

ଓଡ଼ିଶାର ଲୋକମାନେ ‘ସଟ୍ ଷ୍ଟେ ହୋମ’ର ଗୁମର ବୁଝିଲେଣି । ଏମାନଙ୍କୁ ଶାସକ ଦଳର ସୁରକ୍ଷା ସମ୍ପର୍କରେ ମଧ୍ୟ ଅବଗତ ହେଲେଣି । ବିଜେପି ଏହାକୁ ଲୋକମାନଙ୍କୁ ଜଣାଇବା ପାଇଁ ଆଗାମୀ ଦିନରେ ଆନ୍ଦୋଳନର ରାସ୍ତାକୁ ଓହ୍ଲାଇ ସରକାର ଓ ନ୍ୟସ୍ତ ସ୍ୱାର୍ଥଙ୍କ ମୁଖା ଖୋଲିବ । ଖୁବ୍ ଶୀଘ୍ର ରାଜ୍ୟର ସବୁ ୨୪ଟି ବା ଏହାଠାରୁ ଅଧିକ ସଟ୍ଷ୍ଟେ ହୋମଗୁଡ଼ିକୁ ବିଜେପି ମହିଳା ମୋର୍ଚ୍ଚାର ପ୍ରତିନିଧିମାନେ ଯିବେ ଓ ସତ୍ୟାସତ୍ୟ ପରଖିବା ସହ ଓଡ଼ିଶାବାସୀଙ୍କୁ ସତ ଜଣାଇବେ ବୋଲି ଶ୍ରୀମତୀ ପରିଡା ସୁଚନା ଦେଇଛନ୍ତି ।

ଗୁଡ୍ ନିୟୁଜ୍ ଡ୍ରୀମ୍ ସଂସ୍ଥା କିଏ ଏବଂ ଏହାର କାର୍ଯ୍ୟକଳାପ ସଂପର୍କରେ ରାଜ୍ୟ ସରକାର କେମିତି ଜାଣି ପାରିଲେନାହିଁ ବୋଲି ପ୍ରତିନିଧି ଦଳର ଅନ୍ୟତମ ସଦସ୍ୟା ଡ.ଲେଖାଶ୍ରୀ ସମାନ୍ତସିଂହାର ପ୍ରଶ୍ନ କରିଛନ୍ତି । ରାଜଧାନୀ ଉପକଣ୍ଠ ଅନନ୍ତପୁର, ଫୁଲନଖରାରେ ଏକ ୬ ମହଲା ବିଶିଷ୍ଟ ଗୁଡ୍ ନିୟୁଜ୍ ସଂସ୍ଥାର ମୁଖ୍ୟକାର୍ଯ୍ୟଳୟରୁ ଏହି ସଂସ୍ଥାର ମୁଖ୍ୟ ଏବଂ ଆସାମୀ ଫୈଜ୍ ରେହମାନ୍ ଗିରଫ ହୋଇଥିଲେ । ସେଠାରେ ସନ୍ଦେହାତ୍ମକ କାର୍ଯ୍ୟକଳାପ ଚାଲୁଥିବାର ସ୍ଥାନୀୟ ଲୋକମାନେ ବାରମ୍ବାର ଅଭିଯୋଗ କରୁଥିଲେ ଏବଂ କେତୋଟି ଗଣମାଧ୍ୟମରେ ଏହାକୁ ଉପାସ୍ଥାନପନ କରିଥିଲେ । କିନ୍ତୁ ଦୁର୍ଭାଗ୍ୟ ବିଷୟ ହେଉଛି କି ଭୁବନେଶ୍ୱର-କଟକ ଭଳି ଟ୍ୱିନ୍ ସିଟି ଭିତରେ ମୁଖ୍ୟ ଆସାମୀ ଥାଇ ବି ରାଜ୍ୟସରକାର କିଛି ଜାଣିନାହାନ୍ତି କହିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ବୋଲି ଡ. ସାମନ୍ତସିଂହାର କହିଛନ୍ତି ।

ଏହି ବିଭାଗର ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲଙ୍କ ଗୃହ ଜିଲ୍ଲା ଆନନ୍ଦପୁର ଅଂଚଳରେ ସାଲଗରିଆ ହାପି ଏଣ୍ଡ ହୋଲି ସୋସାଇଟ୍ ସଂସ୍ଥାକୁ ସ୍ରୀକୃତି ଦିଆଯାଇଥିବା ରାଜ୍ୟସରକାରଙ୍କ ଶିଶୁ ଓ ମହିଳା ବିକାଶ ବିଭାଗର ନିଜସ୍ୱ ସାଇଟ୍ରେ ଦର୍ଶାଯାଇଛି । ୨୦୧୨-୨୦୧୩ ମସିହାରେ ଗୁଡ୍ ନିୟୁଜ୍ ୮ କୋଟି ଟଙ୍କା ସାଲଗରିଆ ହାପି ଏଣ୍ଡ ହୋଲି ସୋସାଇଟ୍ ସଂସ୍ଥାକୁ ଦେଇଥିଲା । ଏ ସମସ୍ତ ତଥ୍ୟ ସତ୍ୱେ ରାଜ୍ୟ ସରକାର କଣ ପାଇର୍ ଏବଂ କାହିଁକି ମନାକରୁଛନ୍ତି ? ଏତେ ବଡ ଷଡଯନ୍ତ୍ରକୁ ରାଜ୍ୟ ସରକାର କାହିଁକି ଲୁଚାଉଛନ୍ତି ଏବଂ ଏହା ପଛରେ ଅସଲି ତଥ୍ୟ କଣ ବୋଲି ପ୍ରଶ୍ନ ପଚାରିବା ସହ ରାଜ୍ୟ ସରକାର କେବେ ଖୁଲାସା କରିବେ ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ ଉପସ୍ଥିତ ଥିଲେ ।

error: Thank You Keep Visiting