ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ ଦେଲେନି ସୁପ୍ରିମକୋର୍ଟ

Straight to the Point

ଭୁବନେଶ୍ୱର: ପୋଲାଭରମ ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟ ଓଡିଶା ସରକାରଙ୍କୁ ନିରାଶ କରିଛନ୍ତି । ପ୍ରକଲ୍ପ କାର୍ଯ୍ୟ ଉପରେ ସ୍ଥଗିତାଦେଶ ଦେବା ପାଇଁ ଓଡିଶାର ଆବେଦନକୁ ଗ୍ରହଣ କଲେ ନାହିଁ ସୁପ୍ରିମକୋର୍ଟ । ଅନ୍ୟ ପଟରେ ଜନଶୁଣାଣି ଲାଗି ଓଡିଶା ଓ ଛତିଶଗଡକୁ ଆବଶ୍ୟକ ତଥ୍ୟ କେନ୍ଦ୍ରକୁ ମାଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରେ ହେବ ବୋଲି କୋର୍ଟ କହିଛନ୍ତି ।
ଆନ୍ଧ୍ରପ୍ରଦେଶ ସରକାର ପୋଲାଭରମ ପ୍ରକଳ୍ପ ନିର୍ମାଣ ମନମୁଖୀ ଚଲାଇଥିବା ଏବଂ କେନ୍ଦ୍ର ସରକାର ଏହାକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇଥିବା ଘଟଣାକୁ ନେଇ ଓଡିଶା ଆପତ୍ତି ଉଠାଇଥିିଲା ।

ଏହି ପ୍ରକଳ୍ପ ଓଡିଶା ସ୍ୱାର୍ଥ ବିରୋଧୀ ହୋଇଥିବାରୁ ରାଜ୍ୟ ସରକାର ଏନେଇ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିବା ଲାଗି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପୂର୍ବରୁ ସୁପ୍ରିମକୋର୍ଟ ଏହି ପ୍ରକଳ୍ପ ହେଲେ ଓଡିଶା ଓ ଛତିଶଗଡର କେତେ ଅଞ୍ଚଳ ପ୍ରଭାବିତ ହେବ ସେ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଏକ ଯୁଗ୍ମ କମିଟି ଗଠନ କରିଥିଲେ । କମିଟି ତାର ରିପୋର୍ଟ ସୁପ୍ରମିକୋର୍ଟକୁ ଦେଇସାରିଛନ୍ତି । ଓଡିଶାର ପ୍ରତିବାଦ ସର୍ତ୍ତ୍ବ ଆନ୍ଧ୍ର ସରକାର ଚାଲୁ ରଖିଛନ୍ତି । ଏଣୁ ଏହାକୁ ବନ୍ଦ କରିବା ପାଇଁ ଓଡିଶା ଆବେଦନ କରିଥିଲା । ଆନ୍ତଃ ରାଜ୍ୟ ପ୍ରକଳ୍ପ ହୋଇଥିଲେ ମଧ୍ୟ ଏହାର ଜନଶୁଣାଣି କରାଯାଇନଥିଲା ।

ସୁପ୍ରିମକୋର୍ଟଙ୍କ ଏକ ତିନିଜଣିଆ ଏକ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣି କରିଥିଲେ । ବିଚାରପତି ଦୀପକ ଗୁପ୍ତା ଓ ମଦନ.ବି.ଲୋକୁରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିଲେ । ଜନଶୁଣାଣି ନେଇ ଆବଶ୍ୟକ ତଥ୍ୟ ଓଡିଶା ଓ ଛତିଶଗଡକୁ ଦେବା ପାଇଁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକଳ୍ପ ଦ୍ୱାରା ଉଭୟ ରାଜ୍ୟର କେଉଁ କେଉଁ ଅଂଚଳ ବୁଡିବ ଓ କେତେ କ୍ଷତି ଗ୍ରସ୍ତ ହେବ ସେ ନେଇ ସବୁ ତଥ୍ୟ କେନ୍ଦ୍ର ସରକାର ଏହି ଦୁଇ ରାଜ୍ୟକୁ ଯୋଗାଇ ଦେବେ । ଏଥିସହ ଏ ସବୁ କାର୍ଯ୍ୟକୁ ନେଇ ଏକ ସତ୍ୟପାଠ କେନ୍ଦ୍ର ସରକାର କୋର୍ଟରେ ଦାଖଲ କରିବେ । କେନ୍ଦ୍ରରୁ ତଥ୍ୟ ପାଇଲା ପରେ ଓଡିଶା ଓ ଛତିଶଗଡରୁ ଜନଶୁଣାଣି କରିବେ ବୋଲି କୋର୍ଟ କହିଛନ୍ତି । ଓଡିଶା ପକ୍ଷରୁ ମାମଲା ଫଇସିଲା ନ ହେବା ଯାଏଁ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖିବା ପାଇଁ ଆବେଦନକୁ କୋର୍ଟ ଗ୍ରହଣ କରିନାହାନ୍ତି । ଆଗାମୀ ଶୁଣାଣି ପ ର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ଜାରି ରହିବ ବୋଲି କୋର୍ଟ ମତ ରଖିଥିବା କୁହାଯାଉଛି ।

error: Thank You Keep Visiting