ବିଜେଡ଼ି ଏମ୍ଏଲ୍ଏ ଓ ନେତାମାନେ ଓଡ଼ିଆ ଯୁବକର ରୋଜଗାରକୁ ଛଡ଼ାଇ ନେଇଛନ୍ତି:ଯୁବମୋର୍ଚ୍ଚା

Straight to the Point

ଭୁବନେଶ୍ୱର: ରାଜ୍ୟର ଯୁବ ପିଢୀଙ୍କୁ ରୋଜଗାର ଦାବି ଏବଂ ଶାସକ ବିଜେଡି ସରକାରର ପିସି କାରବାର ବିରୋଧରେ ଏକ ନିର୍ଣ୍ଣାୟକ ଲଢେଇ ପାଇଁ ଆନ୍ଦୋଳନ କରିବ ଯୁବ ମୋର୍ଚ୍ଚା । ରାଜ୍ୟର ସମସ୍ତ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯୁବ ସଂଯୋଜକମାନେ ପ୍ରତିନିଧି ଭାବେ ଯୋଗଦେଇ ଏହି ଅନ୍ଦୋଳନର ଏକ ନକ୍ସା ପ୍ରସ୍ତୁତ କରିବେ । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ବିଜେପି ଯୁବ ମୋର୍ଚ୍ଚା ତରଫରୁ ନୂଆ ଓଡ଼ିଶା ଯୁବ ସଂଯୋଜକମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହେବ ଓ ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ବୋଲି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ରାଜ୍ୟ ସରକାର ୫ ଲକ୍ଷଟଙ୍କା ପର୍ଯ୍ୟନ୍ତ ବିଭିନ୍ନ କାମ ପାଇଁ ଟେଣ୍ଡର ନକରି ଇଚ୍ଛାମୁତାବକ କାମବାଂଟିବାକୁ ନିୟମ କରିଛନ୍ତି । ଏହା ଦ୍ୱାରା ବିଜେଡ଼ି ଏମ୍ଏଲ୍ଏ ମାନେ ଛାୟା କଂଟ୍ରାକଟର୍ ହୋଇଯାଇଛନ୍ତି । ଯେଉଁ କାମ ସାଧାରଣ ଓଡ଼ିଆ ଯୁବକ କରି ରୋଜଗାର ରାସ୍ତାରେ ଯାଇଥାନ୍ତା ନବୀନ ପଟ୍ଟନାୟକ ସରକାରଙ୍କର ପିସିକୁ ପ୍ରୋତ୍ସାହନ ଦେବା ପାଇଁ ନୀତି କାରଣରୁ ଏମ୍ଏଲ୍ଏ ମାନେ ସାଧାରଣ ଯୁବକଙ୍କ ଠାରୁ ଏହି କାମ ଛଡ଼ାଇ ନେଇଛନ୍ତି ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି ।

ଶ୍ରୀ ତ୍ରିପାଠୀ କହିଛନ୍ତି ବିଜେଡ଼ି ନେତା ହେଲେ କଂଟ୍ରାକଟର୍- ଓଡ଼ିଆ ଯୁବକ ବେକାର ଓ ଏକ୍ ହେବା- ହକ୍ ନେବା ନାରାକୁ ଲୋକମାନଙ୍କ ପାଖକୁ ନେବା ପାଇଁ ଏହି ଯୁବ ସଂଯୋଜକ ସମ୍ମିଳନୀରେ ବ୍ୟାପକ କାର୍ଯ୍ୟକ୍ରମ ପାଇଁ ଆଲୋଚନା କରାଯିବ ବୋଲି ଶ୍ରୀ ତ୍ରିପାଠୀ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାଶ, ରାଜ୍ୟ ସାଧାରଣ ସଂପାଦକ ବିଶ୍ୱରଂଜନ ବଡଜେନା ଓ ଏନ.ରାଜେନ୍ଦ୍ର କୁମାର, ରାଜ୍ୟ ସଂପାଦକ ଓମ୍ ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting