ବିଧାନସଭାରେ ବିଧାୟକ ମହେଶ ସାହୁଙ୍କ ପ୍ରଶ୍ନ ପରେ ବିମାନ ବନ୍ଦର ପାଇଁ ଏନଟିପିସିକୁ ପତ୍ର ଲେଖିଲେ ରାଜ୍ୟ ଖଣି ମନ୍ତ୍ରୀ

Straight to the Point

ତାଳଚେର : ତାଳଚେର ଠାରେ ଏକ ଏୟାର ଷ୍ଟ୍ରିପ ନିର୍ମାଣ କରିବା ପାଇଁ ରାଜ୍ୟ ପୂର୍ତ୍ତ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏନ୍ଟିପିସି ମହାପ୍ରବନ୍ଧକଙ୍କୁ ଏକ ପତ୍ର ମାଧ୍ୟରେ ଜଣାଇଛନ୍ତି । ତାଳଚେରଠାରେ ଏନ୍ଟିପିସିର ଦୁଇଟି ବୃହତ ବିଦ୍ୟୁତ ପ୍ରକଳ୍ପ, ରେଙ୍ଗାଳି ଜଳ ସେଚନ ଯୋଜନା, ଏମସିଏଲର ୧୦ ଟି କୋଇଲା ଖଣି ଓ ବିଭିନ୍ନ ଶିଳ୍ପ ସଂସ୍ଥା ରହିଥିବା ବେଳେ ପ୍ରସ୍ତାବିତ ତାଳଚେର ସାରକାରଖାନା ନିର୍ମାଣ ଏବଂ ମେଡିକାଲ କଲେଜକୁ ଏଠାକୁ ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଲୋକ ବିଭିନ୍ନ କାର୍ଯ୍ୟ ପାଇଁ ଯାଆସ କରନ୍ତି ।

ତେବେ ତାଳଚେର ଠାରେ ଏହି ବିମାନ ବନ୍ଦର (ଏୟାର ଷ୍ଟ୍ରିପ୍) ନିର୍ମାଣ କରାଗଲେ ଲୋକମାନଙ୍କର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟ ସହଜ ଯୋଇ ପାରନ୍ତା ବୋଲି ଖଣି ମନ୍ତ୍ରୀ ଶ୍ରୀ ମଲ୍ଲିକ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି । ତାଳଚେର ରାଣୀପାର୍କ ଠାରେ ଏହି ନୂତନ ଏୟାର ଷ୍ଟ୍ରିପ୍ ପାଇଁ ସ୍ଥାନ ରହିଥିଲା ବେଳେ ଏନ୍ଟିପିସି କର୍ତ୍ତୁପକ୍ଷ ଏଥିପ୍ରତି ବିହିତ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏ ସମ୍ପର୍କରେ ପୂର୍ବରୁ ପାଲଲହଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ ବିଧାନସଭାରେ ଏ ସମ୍ପର୍କିତ ପ୍ରଶ୍ନ କରିଥିଲା ବେଳେ ଖଣି ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରୀ ମଲ୍ଲିକ ଏହାକୁ ଗୁରୁତର ସହ ଉପଲବ୍ଧ କରି ତାଳଚେର ପାଇଁ ଏହା ଅପରିହାର୍ଯ୍ୟ ବୋଲି ହୃଦୟଙ୍ଗମ କରିବା ସହ ଏନ୍ଟିପିସି ମହାପ୍ରବନ୍ଧକଙ୍କୁ ପତ୍ର ସଂଖ୍ୟା ଡିଓ ୯୩୫/ ତା ୨୭.୧୧.୨୦୧୮ରେ ଜଣାଇଛନ୍ତି ।

error: Thank You Keep Visiting