ଦୁଇ ସନ୍ତାନର ମା’ ହେଲେ ୫୩ ବର୍ଷୀୟ ମହିଳା

Straight to the Point

ଅନୁଗୋଳ : ବିବାହର ୩୨ ବର୍ଷ ପରେ ୨ ଟି ସନ୍ତାନର ମା’ ହୋଇଛନ୍ତି ଜଣେ ୫୩ ବର୍ଷୀୟା ମହିଳା । ମହିଳାଙ୍କ ଘର ତୁରଙ୍ଗ ଅଞ୍ଚଳରେ ହୋଇଥିବା ବେଳେ ଅନୁଗୋଳର ଏକ ନସିଂହୋମ୍ରେ ତାଙ୍କର ଅସ୍ତ୍ରୋପଚାର କରି ସଫଳତାର ସହ ଦୁଇଟି ଜାଆଁଳ ଶିଶୁ କନ୍ୟାକୁ ପ୍ରସବ କରାଇଛନ୍ତି ଅଭିଜ୍ଞ ସ୍ତ୍ରୀ ଓ ପ୍ରସୂତି ଡାକ୍ତର ଉମେଶ ଚନ୍ଦ୍ର ଦାଶ, ଶଲ୍ୟ ବିଶେଷଜ୍ଞ ଶଙ୍କର୍ଷଣ ମହାପାତ୍ର, ନିଶ୍ଚେତକ ବିଶେଷଜ୍ଞ କୁମାର ସାହୁ ଓ ଶିଶୁରୋଗ ବିଶେଷଜ୍ଞ ନନ୍ଦ କିଶୋର ସାହୁ । ଉଭୟ ଶିଶୁଙ୍କୁ ଏକ ମିନିଟ୍ ବ୍ୟବଧାନରେ ପ୍ରସବ କରାଯାଇଥିବା ବେଳେ ପ୍ରଥମ ଶିଶୁଟିର ଓଜନ ୨ କେଜି ୪୦୦ ଗ୍ରାମ ଓ ଦ୍ୱିତୀୟ ଶିଶୁଟିର ଓଜନ ୨ କେଜି ୫୦୦ ଗ୍ରାମ ରହିଛି ।

ଶିଶୁ ଦ୍ୱୟ ଓ ମା’ ଉଭୟ ସୁସ୍ଥ ଥିବା ଡାକ୍ତର ପ୍ରକାଶ କରିଛନ୍ତି । ତେବେ ଦୀର୍ଘ ବର୍ଷର ଅଭିଜ୍ଞତା ଓ ଚିକିତ୍ସାରେ ଏଭଳି ଘଟଣା ଅନୁଗୋଳ ଇତିହାସରେ ପ୍ରଥମ ବୋଲି ଅସ୍ତ୍ରୋପଚାର କରିଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି । ଏପଟେ ବିବାହର ଦୀର୍ଘ ବର୍ଷ ପରେ ଦୁଇଟି ସନ୍ତାନର ମା’ ଓ ବାପା ହୋଇଥିବାରୁ ଉଭୟ ବହୁତ ଖୁସି ଥିବା ଜଣା ପଡିଛି । ତେବେ ବିବାହର ଦୀର୍ଘ ବର୍ଷ ପର୍ଯ୍ୟନ୍ତ ମହେନ୍ଦ୍ର କୁମାର ସାହୁ ଓ ଅନ୍ନପୂର୍ଣ୍ଣା ସାହୁ ଅନେକ ଡାକ୍ତରଙ୍କୁ ଉପଚାର ନିମନ୍ତେ ଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିଲା । ସେଥି ପାଇଁ ସେମାନେ ଅନେକ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି ।

error: Thank You Keep Visiting