ପଲିଥିନ ତଳେ ଜୀବନ; ଆବାସ ଘର ସାତ ସପନ

An Independent Media

ଭଦ୍ରକ : କଚ୍ଚା ଘର ରହିବ ନାହିଁ, ସମସ୍ତଙ୍କୁ ପକ୍କାଘର ମିଳିବ । ସରକାରଙ୍କ ଏହି ଘୋଷଣା ପାଣିର ଗାର ପାଲଟୁଛି । ସମସ୍ତ ଯୋଗ୍ୟତା ଥାଇ ବି ଗ୍ରାମଞ୍ଚଳର ଚାଳଛପର ଘରେ ଦୟନୀୟ ଅବସ୍ଥାରେ ରହୁଥିବା ବହୁ ପରିବାର ଏହି ଯୋଜନାରୁ ବଳି ପଡୁଛନ୍ତି । ଯାହାର ଉଦାହରଣ ଏହି ଜିଲାର ବାସୁଦେବପୁର ବ୍ଲକର ଆର୍ତ୍ତୁଂ ପଞ୍ଚାୟତର ଦାସସାହିରେ ଦେଖିବାକୁ ମିଳିଛି । ଅତି ଦୟନୀୟ ଅବସ୍ଥାରେ ପଲିଥିନ ତଳେ ରହୁଥିବା ରବୀନ୍ଦ୍ର ଦାସଙ୍କୁ ଆବାସ ଘର ସାତ ସପନ ହୋଇଛି । ପଞ୍ଚାୟତରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଘର ଖଣ୍ଡେ ପାଇଁ ଗୁହାରି କରୁଥିଲେ ବି ମିଳୁନି । କେବଳ ପ୍ରତିଶ୍ରୁତିରେ ରବୀନ୍ଦ୍ରଙ୍କ ପାଇଁ ଅଟକିଛି ଆବାସ ଯୋଜନା । ରୋଗାଗ୍ରସ୍ତ ରବୀନ୍ଦ୍ର । ସ୍ତ୍ରୀ ସଞ୍ଜୁର ମାନସିକ ସ୍ଥିତି ବି ଠିକ୍ ନାହିଁ । ଅଭାବି ପରିବାର । ଗାଁରେ ମୂଲ ମଜୁରୀ କରନ୍ତି । ରେସନ କାର୍ଡରେ ରବୀନ୍ଦ୍ରଙ୍କ ପରିବାର ଚଳୁଛି । ଛଅ ମାସ ତଳେ ଝାଟିମାଟି ଚାଳଛପର ଘର ଭାଙ୍ଗିଯିବାରୁ ପଲିଥିନ ତଳେ ଦମ୍ପତି ମୁଣ୍ଡ ଗୁଞ୍ଜିଛନ୍ତି । କାମଧନ୍ଦାରୁ ଯାହା ସଞ୍ଚୟ କରିଛନ୍ତି ସେଥିରେ ପକ୍କାଘର ଖଣ୍ଡେ କରିବାକୁ ଆଶା ରଖିଛନ୍ତି ରବୀନ୍ଦ୍ର । ଆଗରୁ ଆଜବେଷ୍ଟସ ଘର କରିବାକୁ ସିମେଣ୍ଟ ଖୁଣ୍ଟ ପକାଇଥିଲେ । ପରେ ସରକାରଙ୍କ ଆବାସ ଯୋଜନା ସଂପର୍କରେ ଜାଣିବା ପରେ ପକ୍କା ଘର କରିବାକୁ ମନ ବଳାଇଥିଲେ । ସେଥିପାଇଁ ବହୁବାର ପଞ୍ଚାୟତ କାର୍ଯ୍ୟାଳୟ ସହ ବ୍ଲକ ଅଧିକାରୀଙ୍କୁ ଗୁହାରି କଲେଣି । ତଥାପି ତାଙ୍କୁ ଏହି ପକ୍କାଘର ମିଳିପାରୁ ନଥିବା କହିଛନ୍ତି । ତେବେ ଜରି ପଲାରେ ରହୁଥିବା ରବିନ୍ଦ୍ର ବର୍ଷାଦିନ ପାଇଁ ଚିନ୍ତା ବଢୁଛି । ଅନ୍ୟପକ୍ଷରେ ରବିନ୍ଦ୍ରଙ୍କ ସମସ୍ୟା ସଂପର୍କରେ ଅବଗତ ଅଛି । ସରକାରୀ ତାଲିକାରେ ତାର ନାମ ରହିଛି । ପକ୍କା ଘର ପାଇବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ସରପଞ୍ଚଙ୍କ ପ୍ରତିନିଧି ଗୌତମ ସେଠୀ କହନ୍ତି । ସିରିଏଲ ଅନୁସାରେ ଦିଆଯାଉଛି, ତାର ସିରିଏଲ ପଡିଲେ ନିଶ୍ଚୟ ପାଇବ ବୋଲି ବିଡିଓ ବୀରକିଶୋର ପାଣିଗ୍ରାହୀ କହିଛନ୍ତି । ତେବେ ଜରିଲା ତଳେ ଜୀବନ ବିତାଉଥିବା ଏହି ଅସହାୟ ଦମ୍ପତିଙ୍କର କେବେ ସରକାରଙ୍କ ଆବାସ ଘର ମିଳିବ ତାହା କେବଳ ସମୟ ହିଁ କହିବ ।

error: Thank You Keep Visiting