ଦାନ୍ତ ଜନିତ ସମସ୍ୟାରେ ସମ୍ମୁଖୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Straight to the Point

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ଦାନ୍ତ ପରୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ପହଞ୍ଚି ଦାନ୍ତ ପରୀକ୍ଷା କରାଇଥିଲେ ବୋଲି ସୂଚନା ମିଳିଛି । ପ୍ରାୟ ଅଧଘଣ୍ଟା ରହିବା ପରେ ମୁଖ୍ୟମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲରୁ ଚାଲି ଯାଇଥିଲେ । ହସ୍ପିଟାଲ ନିର୍ଦ୍ଦେଶକ ଡା.ଚନ୍ଦ୍ରିକା ପ୍ରସାଦ ଦାସଙ୍କ ସୂଚନା ଅନୁଯାୟୀ, ଗତକାଲି ମୁଖ୍ୟମନ୍ତ୍ରୀ ଦାନ୍ତରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ କ୍ୟାପିଟାଲ୍ ହସ୍ପିଟାଲକୁ ଆସି ଚିକିତ୍ସିତ ହୋଇଥିଲେ । ପୂର୍ବରୁ ଅନେକ ଥର ମୁଖ୍ୟମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲକୁ ଆସି ଦାନ୍ତ ପରୀକ୍ଷା କରିଥିଲେ ।

କିନ୍ତୁ ଗତକାଲି ତାଙ୍କର ଦାନ୍ତ ମାଢ଼ି ଅଧିକ ଫୁଲି ଯାଇଥିଲା ବୋଲି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡକ୍ଟର ଚନ୍ଦ୍ରିକା ପ୍ରସାଦ ସୂଚନା ଦେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଦାନ୍ତ ପରୀକ୍ଷା ହେଉଥିବା ୱାର୍ଡରେ ବରିଷ୍ଠ ଡାକ୍ତରମାନେ ମୁଖ୍ୟମନ୍ତ୍ରୀଙ୍କ ପରୀକ୍ଷା କରିଥିବା ଡା.ଦାସ କହିଛନ୍ତି । ମୁଖ୍ୟମନ୍ତ୍ରୀ ହସ୍ପିଟାଲକୁ ଆସୁଛନ୍ତି ବୋଲି ସୂଚନା ପାଇବା ପରେ କମିଶନରେଟ୍ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

error: Thank You Keep Visiting