ଭାରତୀୟ ଇଞ୍ଜିନିୟରିଂ ସେବା ପରୀକ୍ଷାରେ କିଟ୍‍ ଛାତ୍ର ଟପର୍‍

Straight to the Point

ଭୁବନେଶ୍ୱର : ୟୁପିଏସ୍‍ସି ଦ୍ୱାରା ପରିଚାଳିତ ସର୍ବଭାରତୀୟ ଇଂଜିନିୟରିଂ ସେବା ପରୀକ୍ଷା ୨୦୧୮ରେ କିଟ୍‍ ଛାତ୍ର ଶଶାଙ୍କ ଶେଖର ଟପର୍‍ ହୋଇଛନ୍ତି । ୨୦୧୩ରେ କିଟ୍‍ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରୋନିକ୍‍ସ ଏବଂ ଟେଲିକମ୍ୟୁନିକେସନ୍‍ ଇଂଜିନିୟରିଂରେ କୃତୀତ୍ୱର ସହ ଉତ୍ତୀର୍ଣ୍ଣ ହେବା ପରେ ଆଇଆଇଟି ଖଡ଼ଗପୁରରେ ଏମ୍‍ଟେକ୍‍ କରି ସେ ଏକ ଘରୋଇ କଂପାନୀରେ ନିଯୁକ୍ତି ପାଇଥିଲେ । ନିଜ ପ୍ରତିକ୍ରିୟାରେ ଶଶାଙ୍କ କହିଛନ୍ତି ଭାରତୀୟ ଇଂଜିନିୟରିଂ ସେବା ପରୀକ୍ଷା ପାଇଁ ମୁଁ କୌଣସି କୋଚିଂ ନେଇ ନ ଥିଲି । କେବଳ କିଟ୍‍ରେ ବିଟେକ୍‍ କରିବା ସମୟରେ ଯାହା ପଢ଼ିଥିଲି ତାହା ହିଁ ଏହି ସଫଳତା ଆଣି ଦେଇଛି ।

କିଟ୍‍ରେ ବିଟେକ୍‍ କରିବା ସମୟରେ ଆମକୁ ଯାହା ପଢ଼ାଯାଉଥିଲା ତାହା ହିଁ ମୋତେ ଭାରତୀୟ ଇଂଜିନିୟରିଂ ସେବା ପରୀକ୍ଷାରେ ବହୁମାତ୍ରାରେ ସାହାଯ୍ୟ କରିଥିଲା । କେବଳ ଯେ ଆଇଆଇଟି ଓ ଏନ୍‍ଆଇଟି ଛାତ୍ରଛାତ୍ରୀମାନେ ଭାରତୀୟ ଇଂଜିନିୟରିଂ ସେବା ପରୀକ୍ଷାରେ ଟପ୍‍ପର ହେବେ ଏବଂ ଭାରତୀୟ ଇଂଜିନିୟରିଂ ସେବା ଯେ କେବଳ ସେମାନଙ୍କ ପାଇଁ ବୋଲି ଯେଉଁ ଧାରଣା ରହିଛି ତାହା ଠିକ୍‍ ନୁହେଁ । ଧୈର୍ଯ୍ୟ, ନିଷ୍ଠା ଓ ମେଧାଶକ୍ତି ବଳରେ ଯେ କୌଣସି ଇଂଜିନିୟରିଂ ଛାତ୍ର ଭାରତୀୟ ଇଂଜିନିୟରିଂ ସେବା ପରୀକ୍ଷାରେ ସଫଳତା ହାସଲ କରିପାରିବେ ବୋଲି ଶଶାଙ୍କ କହିଛନ୍ତି ।

ଶଶାଙ୍କଙ୍କ ଏହି ସଫଳତାରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଏହା ସହ କିଟ୍‍ କୁଳପତି ପ୍ରଫେସର ହୃଷିକେଶ ମହାନ୍ତି, କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ ତଥା କିଟ୍‍ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ ଶଶାଙ୍କଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଏହି ସଫଳତାରେ ଆନନ୍ଦ ପ୍ରକାଶ କରିଛନ୍ତି ।

error: Thank You Keep Visiting