୬ ଲୁଟେରା ବ୍ଲା୍ଙ୍କ୍ ଫାୟାରିଙ୍ଗ୍ କରି ୪ ଲକ୍ଷରୁ ଉର୍ଦ୍ଧ ଟଙ୍କା ନେଇ ଫେରାର

Straight to the Point

ଜଗତସିଂହପୁର: ଏରସମା ଥାନାର ଗଡବିଶୁନପୁର ପଂଚାୟତର ଦାସମଠ ଗ୍ରାମର ଗଡ-ଓଲରା ମୁଖ୍ୟ ରାସ୍ତାର ଅଶୋକ ରମା ମାଛ ଫେସାରିରେ ଆଜିି ଅପରାହ୍ନରେ ୬ଜଣ ଦୁର୍ବୁତ୍ତ ୪ଟି ମଟରସାଇକେଲରେ ସଂଘ ବଦ୍ଧ ଭାବରେ ଆସି ଫେସାରିରେ ପହଂଚି ଫେସାରିରେ ଥିବା ୬ଜଣ ପିଲାଙ୍କୁ ମାଡମାରି ବନ୍ଧୁକ ଦେଖାଇ ବ୍ଲାଙ୍କ୍୍ ଫାୟାରିଙ୍ଗ୍ କରି ଫେସାରିରୁ ୪ଲକ୍ଷ ରୁ ଉର୍ଦ୍ଧ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ଏରସମା ଅଂଚଳରେ ଏହି ଲୁଟ ତରାଜ ସାଧାରଣ କଥାରେ ବନ୍ଧୁକ ଦେଖାଇ ଗୁଳି ଫୁଟାଇବା ଏକ ସାଧାରଣ କଥା ହୋଇଯାଇଛି । ସାମାନ୍ୟ ଟିକେ କଥାରେ ଦୁର୍ବୁତ୍ତ ମାନେ ବନ୍ଧୁକ ଦେଖାଇ ଗୁଳି ଫୁଟାଇ ଲୁଟ୍ କରୁଥିବା ସାଧାରଣ ଜନତାଙ୍କ ପ୍ରତି ଅସୁରକ୍ଷିତ ମନେ ହେଉଛି । ସ୍ପଷ୍ଟ ଦିବା ଲୋକରେ ର୍ଦୁବୃତ ମାନେ ବାରମ୍ବାର ଏଭଳି ଅଘଟଣ ଘଟାଇଚାଲିଛନ୍ତି । କିନ୍ତୁ ପୋଲିସ ପ୍ରଶାସନ କିଂ କର୍ତବ୍ୟ ବିମୁଢ ହୋଇ ଚାହିଁ ରହିଛି । ଆଜିର ଏହି ମାଛ ଫେସାରିର ଲୁଟ୍ ଘଟଣାକୁ ନେଇ ସ୍ଥାନୀୟ ଦାସମଠ,ଓଲରା ଓ ଗଡ ପଂଚାୟତର ଶତାଧିକ ଜନସାଧାରଣ ଏକତ୍ରୀତ ହୋଇ ଗଡ-ଓଲରା ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଏ ଘଟଣା ସମ୍ପର୍କରେ ଖବର ପାଇ ଏରସମା ପୋଲିସ ଘଟଣା ସ୍ଥଳରେ ପହଂଚି ଅନୁସନ୍ଧାନ ଚଲାଇଥିବା ଜଣାଯାଇଛି । ଏହି ରାହାଯାନିକୁ ମିଶାଇ ବାରମ୍ବାର ଏରସମାର ବିଭିନ୍ନ ସ୍ଥାନରେ ରାହାଜାନି ଘଟାଇ ର୍ଦୁବୃତ ମାନେ ଫେରାର ହୋଇଯାଉଛନ୍ତି । ପୋଲିସ ତାଙ୍କର କୌଣସି ସୁରାକ ପାଉନାହିଁ । ଆଜିର ଏହି ଘଟଣାରେ ସ୍ଥାନୀୟ ଦାସମଠ,ଓଲରା ଓ ଅସିଆ ଗ୍ରାମର କିଛି ଯୁବକ ଏହି ଘଟଣାରେ ସମ୍ପୃକ୍ତ ଥିବାର ସ୍ଥାନୀୟ ଜନସାଧାରଣ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଖବର ଲେଖାହେଲା ବେଳକୁ ଘଟଣା ସ୍ଥଳରେ ଏରସମା ପୋଲିସ ପହଂଚି ଘଟଣାର ଅନୁସନ୍ଧାନ ଚଳାଇଛି ଏବଂ ଲୋକମାନଙ୍କୁ ରାସ୍ତା ରୋକରୁ ହଟାଇଥିବା ଖବର ନେବାରେ ଜଣାଯାଇଛି ।

error: Thank You Keep Visiting