ଇଂ ନଳୀନି ପ୍ରଧାନଙ୍କ ଅବସରରେ ଛାନିଆ ସାଂସଦ ଓ ବିଧାୟକ

Straight to the Point

ଅନୁଗୋଳ : ଅନୁଗୋଳ ଆଠମଲ୍ଲିକ ଉପଖଣ୍ଡର କିଶୋର ନଗର ବ୍ଲକର ଇଂ ନଳୀନି ପ୍ରଧାନ ହେଉଛନ୍ତି ରାଜ୍ୟ ପୂର୍ତ୍ତ ବିଭାଗର ସଚିବ ତଥା ଭାରତୀୟ ରୋଡ୍ କଂଗ୍ରେସ ସଭାପତି । ଇଂ ପ୍ରଧାନ ଜଣେ ଭଲ ସମାଜସେବୀ । ନିଜ ଅଞ୍ଚଳର ଗରିବ ମେଧାବି ଛାତ୍ର ଓ ଛାତ୍ରୀ ପାଠ ପଢାରେ ସହଯୋଗ କରିବା ସହିତ ରାଜ୍ୟର ପୂର୍ତ୍ତ ବିଭାଗର ଉନ୍ନତିରେ ବିଶ୍ୱକର୍ମା ଭାବରେ ଦାୟିତ୍ୱ ନେଇ ଗମନା ଗମନର ସୁବିଧା କରିଛନ୍ତି । ସମ୍ବଲପୁର ଠାରୁ ଭୁବନେଶ୍ୱର ଗମନା ଗମନ ସୁବିଧା ପାଇଁ ଅନୁଗୋଳର ବଡକେରା ଠାରୁ ବନ୍ତଳା ଦେଇ ମହିଧରପୁର ଦେଇ ଭୁବନେଶ୍ୱର, ଗୁଡିଆ କାଟେଣୀ ଠାରୁ ହିନ୍ଦୋଳ, ଟିକରପଡା ରାସ୍ତା ଆଠମଲ୍ଲିକ ଠାରୁ ମାଧପୁର ଦେଇ ବାମୁର ଜାତୀୟ ରାଜପଥ ଏପରି ଅନେକ ରାସ୍ତାର ବିକାଶ କାର୍ଯ୍ୟ କରିଛନ୍ତି ।

୨୦୧୭ ମସିହାରେ ପୂର୍ତ୍ତ ବିଭାଗ ସଚିବ ଇଂ ନଳୀନି ପ୍ରଧାନଙ୍କ ଅବସର ସମୟ ଥିଲା । ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ତଥା ରାଜ୍ୟର କିଛି ବାକି ରାସ୍ତା କାର୍ଯ୍ୟ ରହିଯାଇଥିବାରୁ ୨୦୧୮ ଡିସେମ୍ବର ମାସ ପର୍ଯ୍ୟନ୍ତ ଅବସର ସୀମା କୁ ବଢା ଯାଇଥିଲା । ମୁଖ୍ୟ କଥାଟି ହେଲା ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ତରଫରୁ ସମ୍ବଲପୁର ସାଂସଦ ବା ଆଠମଲ୍ଲିକ ବିଧାୟକ ଭାବରେ ପ୍ରାର୍ଥୀ ହେବା ପ୍ରାୟତଃ ସୁନିଶ୍ଚିତ । ସମ୍ବଲପୁର ସାଂସଦ ତଥା ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନ ଓ ଆଠମଲ୍ଲିକ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଂଜିବ ସାହୁ ଛାନିଆ ହୋଇ ପଡିଛନ୍ତି । ସେମାନେ ପ୍ରାର୍ଥୀ ନ ହେଲେ ଦଳରେ ରହିବେ କି ଦଳ ଛାଡିବେ ସମୟ କହିବ ?

error: Thank You Keep Visiting