ବିଜେପିର ଯେକୌଣସି ବଲ୍ କୁ ସହଜରେ ସାମନା କରିବ ବିଜେଡି : ମହେଶ ସାହୁ
ଅନୁଗୋଳ : ଅନୁଗୋଳ ଜିଲ୍ଲାର ପାଲଲହଡା ବ୍ଲକର ଖମାର ଅଞ୍ଚଳରେ ଏକ ପ୍ରାଥମିକ ବିଦ୍ୟାଳୟର ଶତ ବାର୍ଷିକ ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଘୋଷଣା କରିଥିବା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ମୋର ଭୂଲ ପାଇଁ ମୁଁ ବିଧାୟକ ଭାବରେ ଛିଡା ହୋଇ ୨୦୧୪ ରେ ପରାଜିତ ହେଲି । ଆପଣ ମାନେ ପୁଣି ସହଯୋଗ କଲେ ୨୦୧୯ ସାଧାରଣ ନିର୍ବାଚନରେ ପୁଣି ପ୍ରାର୍ଥୀ ହେବି । ଏପରି ମନ୍ତବ୍ୟ ରେ ବିଜେଡି ତା’ର ଜବାବ ରଖିଥିଲା । ଶ୍ରୀ ପ୍ରଧାନ ପ୍ରାର୍ଥୀ ହେଲେ ବିଜୁ ଜନତା ଦଳ ସ୍ୱାଗତ କରିବ ।
ରାଜଧାନୀଠାରେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ ସାମ୍ବାଦିକ ସମ୍ମିଳନୀରେ ମତ ରଖିଥିଲେ ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଧାୟକ ପ୍ରାର୍ଥୀତ୍ୱ ନେଇ ବିଜେଡି ଭୟଭିତ ନୁହେଁ । ଶ୍ରୀ ପ୍ରଧାନ ପ୍ରାର୍ଥୀ ହେଲେ ତାଙ୍କ ନିଜ ବିଷୟରେ ତଥା ପରିବାର ବିଷୟରେ ବହୁ ତଥ୍ୟ ପଦାକୁ ଆସିବ । ବିଧାୟକ ହେଲେ ପାଦରେ ଚାଲି ଚାଲି ଯିବାକୁ ହେବ, କିନ୍ତୁ ଶ୍ରୀ ପ୍ରଧାନ ପବନରେ ଉଡୁଛନ୍ତି । ଏଠାରେ ପକେଟ ଟଙ୍କା ବନାମ ବସ୍ତାରେ ଟଙ୍କା ଲଢେଇ ହେବ । ସେ ଏହା ମଧ୍ୟ କହିଥିଲେ ଯେ ମୋ ଜାଣିବାରେ ଶ୍ରୀ ପ୍ରଧାନ ନା ବିଧାୟକ ପ୍ରାର୍ଥୀ ହେବେ ନା ଲୋକସଭା ପ୍ରାର୍ଥୀ ହେବେ ।