ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ: ଅରୁଣ ସିଂ

Straight to the Point

ଭୁବନେଶ୍ୱର: ନିର୍ବାଚନୀ ସମୟ ପାଖେଇ ଆସିଲେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକାରର ଯୋଜନା କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାନ୍ତି । ରାଜ୍ୟସରକାର କୃଷକ ସାଥୀ, ଗାଁ ସାଥୀ ଭଳି ଏବେ ‘ଆମ ଗାଁ ଆମ ବିକାଶ’ ମାଧ୍ୟମରେ କୋଟି କୋଟି ଟଙ୍କା ନିଜ ଦଳୀୟ କର୍ମୀମାନଙ୍କୁ ବାଂଟି ହୀନ ରାଜନୀତି କରୁଛନ୍ତି । ଦୀର୍ଘ ୧୯ ବର୍ଷ ଧରି ରାଜ୍ୟରେ ପିସି ସରକାର ଚାଲିଛି । ସବୁ ସ୍ତରରେ ବିନା ପିସିରେ କୌଣସି କାର୍ଯ୍ୟ ହେଉନାହିଁ । ଦଳୀୟ ନେତାଙ୍କ ଠାରୁ ଆରମ୍ଭ କରି ବିଧାୟକ ଏବଂ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଦୁର୍ନୀତି ଓ ଭଷ୍ଟ୍ରାଚାରରେ ବୁଡି ରହିଛନ୍ତି । ସାଧାରଣ ବର୍ଗ ଲୋକମାନେ ପ୍ରତି କ୍ଷେତ୍ରରେ ଶୋଷଣର ଶିକାର ହେଉଛନ୍ତି । ଦୀର୍ଘ ୧୯ ବର୍ଷ ଶାସନ କରିବା ପରେ ବି ମୁଖ୍ୟମନ୍ତ୍ରୀ ଓଡିଶାକୁ ବିକାଶ ପଥରେ ଆଗେଇ ନେବାରେ ସଂପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି ବୋଲି ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂ କହିଛନ୍ତି ।

  • ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଖୋର୍ଦ୍ଧାଠାରେ ଏକ ବିଶାଳ ସମାବେଶରେ ଯୋଗଦେବେ
  • ନିଶ୍ଚିନ୍ତ କୋଇଲିଠାରେ ଜନପରାମର୍ଶ ପଦଯାତ୍ରାରେ ସାମିଲ ହେଲେ ରାଜ୍ୟ ପ୍ରଭାରୀ ଅରୁଣ ସିଂ
  • ଦୀର୍ଘ ୧୯ ବର୍ଷ ଧରି ରାଜ୍ୟରେ ପିସି ସରକାର ଚାଲିଛି
  • ରାଜ୍ୟବାସୀ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଆଦି ମୌଳିକ ସୁବିଧା ପାଇବାରୁ ବଂଚିତ ଅଛନ୍ତି
  • ରାଜ୍ୟସରକାର ପିସି କାରବାର କରି କୋଟି କୋଟି ଟଙ୍କା ଲୁଟ୍ କରି ଚାଲିଛି

ଆଜି ନିଶ୍ଚିନ୍ତ କୋଇଲି ଠାରେ ବିଜେପିର ଜନପରାମର୍ଶ ପଦଯାତ୍ରାରେ ଶ୍ରୀ ସିଂ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବା ସହ ରାଜ୍ୟସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଙ୍କ ଆଗରେ ବଖାଣିଛନ୍ତି । ରାଜ୍ୟବାସୀ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଆଦି ମୌଳିକ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି । ଶାସକ ଦଳର ନେତାମାନେ ପିସି କାରବାର ମାଧ୍ୟମରେ କୋଟି କୋଟି ଟଙ୍କା ଲୁଟ୍ କରି ନିଜର ସଂପତି ବୃଦ୍ଧି କରିଛନ୍ତି । ଶାସକ ବିଜେଡି ସାଧାରଣ ଲୋକଙ୍କୁ ଦେଇଥିବା ପ୍ରତିଶୃତି ଆଜି ପାଣିର ଗାର ପାଲଟିଛି । ଏହାକୁ ଓଡିଶା ବାସୀ ବୁଝିସାରିଲେଣି ଏବଂ ଆଗାମୀ ଦିନରେ ଏହା ବିରୁଦ୍ଧରେ ଜବାବ ଦେବେ ବୋଲି ଶ୍ରୀ ସିଂ କହିଛନ୍ତି ।

ଶ୍ରୀ ସିଂ କହିଛନ୍ତି ଯେ, ମହିଳାମାନଙ୍କୁ ସଂରକ୍ଷଣ ଦେବା ନାଁ ରେ ପୁଣି ଥରେ ବିଜେଡି ହୀନ ରାଜନୀତି କରିବାକୁ ଚେଷ୍ଟା କରୁଛି । ପୂର୍ବରୁ ବିଜେପି ମାତୃଜାତିକୁ ସମ୍ମାନ ଦେଇ ଦଳର ତୃଣମୂଳସ୍ତରରୁ ଆରମ୍ଭ କରି କେନ୍ଦ୍ରୀୟ ସ୍ତର ପର୍ଯ୍ୟନ୍ତ ମହିଳାମାନଙ୍କୁ ବିଭିନ୍ନ ପଦ ପଦବୀରେ ସ୍ଥାନ ଦେଇଛି । ଏଥି ସହ ଆଗାମୀ ଡିସେମ୍ବର ୨୪ ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସି ଖୋର୍ଦ୍ଧାଠାରେ ଏକ ବିଶାଳ ସମାବେଶରେ ଯୋଗଦେବେ ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍ତି । ଏହି ଜନପରାମର୍ଶ ପଦଯାତ୍ରାରେ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ରାଜ୍ୟ ରାର୍ଯ୍ୟକାରିଣୀ ସଦସ୍ୟ ଶାରଦା ପ୍ରଧାନ, ଜିଲ୍ଲା ସଭାପତି ଚୌଧୁରୀ ହେମନ୍ତ ସାହୁ, ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଅଶୋକ ଦାସ, ସମୀର ସାମଲଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ପ୍ରମୁଖ ସାମିଲ ଥିଲେ ।

error: Thank You Keep Visiting