ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷଙ୍କ ସମୀକ୍ଷା ବୈଠକ

Straight to the Point

ଜଗତସିଂହପୁର: ଜିଲାପାଳଙ୍କ ସଦଭାବନା ସଭାଗୃହରେ ବୁଧବାର ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ ଜିଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲାପାଳ ଯାମିନୀ ଷଢଙ୍ଗୀ, ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ, ଉପଜିଲାପାଳ ମହେନ୍ଦ୍ରପ୍ରସାଦ ମହାନ୍ତି, ଜିଲା ଯୋଜନା ବିଭାଗ ଉପ ନିର୍ଦ୍ଧେଶକ ଡକ୍ଟର କୈଳାସ ପାଣି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଜିଲାକୁ ଆସିଥିବା ସ୍ୱତନ୍ତ୍ର ପ୍ରୋବ୍ଲେମ ଫଣ୍ଡ ଅନୁଦାନ ବାବଦରେ ଜିଲାକୁ ୨୮୪ଟି ପ୍ରକଳ୍ପ ପାଇଁ ମୋଟ ୬କୋଟି ୭୪ଲକ୍ଷ ୮୦ହଜାର ଟଙ୍କା ଚଳିତ ଆର୍ଥିକବର୍ଷ ପାଇଁ ଆସିଛି ।

ଏଥିମଧ୍ୟରୁ ଜଗତସିଂହପୁର ପୌରାଞ୍ଚଳର ୬୮ଟି ପ୍ରକଳ୍ପ ପାଇଁ ୧କୋଟି ୪୨ଲକ୍ଷ ୭୦ହଜାର ଟଙ୍କା, ଜଗତସିଂହପୁର ବ୍ଲକର ୮୧ଟି ପ୍ରକଳ୍ପ ପାଇଁ ୨କୋଟି ୧ଲକ୍ଷ ୬୦ହଜାର ଟଙ୍କା, ନାଉଗାଁ ବ୍ଲକର ୨୧ଟି ପ୍ରକଳ୍ପ ପାଇଁ ୫୬ଲକ୍ଷ, ବାଲିକୁଦା ବ୍ଲକର ୨୧ଟି ପ୍ରକଳ୍ପ ପାଇଁ ୬୧ଲକ୍ଷ, ଏରସମା ବ୍ଲକର ୨୬ଟି ପ୍ରକଳ୍ପ ପାଇଁ ୭ଲକ୍ଷ ୮୦ହଜାର, ତିର୍ତୋଲ ବ୍ଲକର ୨୦ଟି ପ୍ରକଳ୍ପ ପାଇଁ ୪୮ଲକ୍ଷ, ବିରିଡିର ୪୭ଟି ପ୍ରକଳ୍ପ ପାଇଁ ୧କୋଟି ୧୬ଲକ୍ଷ ୭୦ହଜାର ଓ ରଘୁନାଥପୁର ବ୍ଲକର ୨୦ଟି ପ୍ରକଳ୍ପ ପାଇଁ ୪୦ଲକ୍ଷ ଟଙ୍କା ଅନୁଦାନ ରାଶି ପ୍ରଦାନ କରାଯାଇଛି । ଜଗତସିଂହପୁର ପୌରାଂଚଳ ଓ ରଘୁନାଥପୁର ବ୍ଲକରେ କାର୍ଯ୍ୟ ଆରମ୍ଭ ହୋଇନଥିବା ବେଳେ ଅନ୍ୟାନ୍ୟ ବ୍ଲକରେ ପ୍ରକଳ୍ପ କାର୍ଯ୍ୟ ଚାଲୁରହିଛି । ଚଳିତ ଆର୍ଥିକବର୍ଷରେ ଏହି କାର୍ଯ୍ୟ ଶେଷ କରିବାକୁ ଉପାଧ୍ୟକ୍ଷ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

ବୈଠକରେ ବସୁନ୍ଦରା ଯୋଜନାରେ ଭୂମିହୀନଙ୍କୁ ପଟ୍ଟା ପ୍ରଦାନ, ବିଜୁ ପକାଁଘର ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ସ୍ୱଚ୍ଛଭାରତ ଯୋଜନାରେ ପାଇଖାନା ନିର୍ମାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଧାନସଂଗ୍ରହ, ବିଜ୍ଞାନ ମେଳା, କୃଷି ଉପନିର୍ଦ୍ଧେଶକ ନୂତନ କାର୍ଯ୍ୟାଳୟକୁ ବିଦୁ୍ୟତ ସଂଯୋଗ ଓ ଆପ୍ରୋଚ ରୋଡ, ଆଟ୍ରୋସିଟି କେସ, ସହରରେ ହାଇମାକ୍ସ ଲାଇଟ୍ ଓ ରାସ୍ତା ଉନ୍ନତିକରଣ ଉପରେ ସମୀକ୍ଷା କରିଥିଲେ । ପ୍ରାରମ୍ଭରେ ଅତିରିକ୍ତ ଜିଲାପାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଉପଜିଲାପାଳ ଧନ୍ୟବାଦ ଦେଇଥିଲେ । ଏହି ବୈଠକରେ ଜିଲାସ୍ତରୀୟ ଅଧିକାରୀ ବିଭିନ୍ନ ବିଭାଗିୟ ନିର୍ବାହୀଯନ୍ତ୍ରୀ, ସିଡିଏମଓ, ସିଡିଭିଓ, ଉପନର୍ଦ୍ଧେଶକ କୃଷି, ବିଡିଓ, ତହସିଲଦାର ପ୍ରମୁଖ ଯୋଗଦେଇଥିଲେ ।

error: Thank You Keep Visiting