ପୁଣେରୁ ନିର୍ବାଚନ ଲଢିବେ ଧକ୍ ଧକ୍ ଗାର୍ଲ

Straight to the Point
ମୁମ୍ବାଇ:(ଓଡ଼ିଶା ଜର୍ଣ୍ଣାଲ) ବିଜୟ କୁମାର ପଣ୍ଡା: ବଲିଉଡର ଧକ୍ ଧକ୍  ଗାର୍ଲ ମାଧୁରୀ ଦୀକ୍ଷିତ ଏବେ ତାଙ୍କ ରାଜନୀତିକ କ୍ୟାରିୟର ଆରମ୍ଭ କରିବାକୁ ଯାଉଥିବା ଜଣାପଡିଛି ।ସେ ଖୁବ୍ ଶୀଘ୍ର ବିଜେପି ଦଳରେ ମିଶିବେ । ଖାଲି ସେତିକି ନୁହେଁ, ୨୦୧୯ରେ ପଦ୍ମ ଦଳ ତାଙ୍କୁ ପୁଣେ ଲୋକସଭା ଆସନରୁ ପ୍ରାର୍ଥୀ କରିବ ବୋଲି ମଧ୍ୟ ଜଣାପଡିଛି । ଗତ ଜୁନ୍ ମାସରେ ବିଜେପି ପକ୍ଷରୁ ‘ସମର୍ଥନ ପାଇଁ ସମ୍ପର୍କ ‘କାର୍ଯ୍ୟକ୍ରମ କରାଯାଇଥିଲା । ଏହି ସମୟରେ ବିଜେପି ସଭାପତି ଅମିତ ସାହା ମୁମ୍ବାଇ ସ୍ଥିତ ମାଧୁରୀଙ୍କ  ଘରକୁ ଯାଇଥିଲେ । ମାଧୁରୀ ସେତେବେଳେ ବିଜେପିରେ ମିଶିବେ ବୋଲି ନିଜର ଇଚ୍ଛା ପ୍ରକାଶ କରିଥିଲେ । ପିଟିଆଇକୁ ସୂଚନା ଦେଇ ମହାରାଷ୍ଟ୍ରର ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ୫୧ବର୍ଷୀୟ ମାଧୁରୀଙ୍କୁ ଦଳ ପୁଣେ ଲୋକସଭା ଆସନରୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି ।
error: Thank You Keep Visiting