ଆରଆଇସିଏସ୍ ପକ୍ଷରୁ ଏନଭାର୍ଣ୍ଣମେଣ୍ଟ ପାଠ୍ୟକ୍ରମ ପାଇଁ ଆବେଦନ ଆହ୍ୱାନ

Straight to the Point

ଭୁବନେଶ୍ୱର: ଆମିଟି ବିଶ୍ୱବିଦ୍ୟାଳୟର ଆରଆଇସିଏସ୍ ବିଲ୍ଟ ଏନଭାର୍ଣ୍ଣମେଂଟ୍ ପକ୍ଷରୁ ବିଲ୍ଟ ଏନଭାର୍ଣ୍ଣମେଂଟ୍ ପାଠ୍ୟକ୍ରମ ପାଇଁ ୨୦୧୯ ଶିକ୍ଷା ବର୍ଷ ନିମନ୍ତେ ଆବେଦନ ଆହ୍ୱାନ କରାଯାଇଛି । ଏହା ହେଉଛି ଭାରତର ପ୍ରଥମ ଓ ଏକମାତ୍ର ବିଲ୍ଟ ଏନଭାର୍ଣ୍ଣମେଂଟ୍ ସ୍କୁଲ । ଏହାର କ୍ୟାମ୍ପସ ନୋଏଡା ଓ ମୁମ୍ବାଇରେ ରହିଛି । ରିଅଲ ଇଷ୍ଟେଟ୍, ଭିତିଭୂମି ଓ ନିର୍ମାଣ କ୍ଷେତ୍ରରେ କ୍ୟାରିଅର ଗଠନ କରିବାକୁ ଚାହୁଁଥିବା ବିଦ୍ୟାର୍ଥୀମାନେ ଏହି ପାଠ୍ୟକ୍ରମରେ ନାମ ଲେଖାଇପାରିବେ । ସେମାନେ ଆରଆଇସିଏସ୍ ଏସ୍ବିଇର ୱେବସାଇଟ୍ରେ ପୋଷ୍ଟ ଗ୍ରାଜୁଏସନ୍ ପାଠ୍ୟକ୍ରମ ପାଇଁ ଅନଲାଇନ୍ରେ ଆବେଦନ କରିପାରିବେ ।

ସ୍କୁଲର ଉଭୟ କ୍ୟାମ୍ପସରେ ରିଅଲ ଇଷ୍ଟେଟ ଆଣ୍ଡ ଅର୍ବାନ ଇନଫ୍ରାଷ୍ଟ୍ରକଚର୍, କଂଷ୍ଟ୍ରକସନ୍ ପ୍ରୋଜେକ୍ଟ ମ୍ୟାନେଜମେଂଟ୍, କଂଷ୍ଟ୍ରକସନ ଇକୋନମି ଆଣ୍ଡ କ୍ୱାଲିଟି ସର୍ଭେଇଂ ଭଳି ତିନିଟି ବିଷୟରେ ଏମବିଏ ଓ ଫାସିଲିଟିଜ୍ ମ୍ୟାନେଜମେଂଟ୍ ଉପରେ ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରାଯାଉଛି ।

ସ୍ନାତକରେ ୫୦% ମାର୍କ ରଖି ପାସ୍ ହୋଇଥିବା ଓ ମ୍ୟାଟ୍, ଜିମ୍ୟାଟ, ସିମ୍ୟାଟ, କ୍ୟାଟ୍ ଆଦି ପ୍ରବେଶିକା ପରୀକ୍ଷାରେ ସ୍କୋର ହାସଲ କରିଥିବା ଛାତ୍ରଛାତ୍ରୀମାନେ ଏହି ପାଠ୍ୟକ୍ରମ ପାଇଁ ଆବେଦନ କରିପାରିବେ । ଅନ୍ୟଥା ସାକ୍ଷାତକାର ଦିନ ଆମିଟି ପ୍ରବେଶିକା ପରୀକ୍ଷା ମଧ୍ୟ ଦେଇ ନାମ ଲେଖାଇପାରିବେ ।ନାମଲେଖା ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୨୧ ଡିସେମ୍ବର ୨୦୧୮ ।

ପ୍ରାର୍ଥୀମାନେ ଅନଲାଇନ୍ ଆବେଦନ ଫର୍ମ ଡାଉନ୍ଲୋଡ୍ କରି ଫି’ ଦେଇ ତାହାକୁ ଦାଖଲ କରିପାରିବେ । ଅଫଲାଇନ୍ରେ ମଧ୍ୟ ଆବେଦନ ଫର୍ମ ମଗାଇପାରିବେ । ସେଥିପାଇଁ ୧୧୦୦ ଟଙ୍କାର ଡିଡି ଆମିଟି ଫର୍ମ ନାମରେ ଦେବାକୁ ପଡ଼ିବ । ଡିଡିର ପଛ ପାଖରେ ବିଦ୍ୟାର୍ଥୀଙ୍କ ନାମ ଓ ଫର୍ମ ନମ୍ବର ଉଲ୍ଲେଖ ରହିବା ଦରକାର ।

For Applications: www.ricssbe.org/programs/admissions/

For more information:  www.ricssbe.org/programs/admissions/how-to-apply/

error: Thank You Keep Visiting