କିସ୍ ପିଲାଙ୍କ ସହ ହକି ଖେଳିଲେ ନେଦରଲାଣ୍ଡ ହକି ଟିମ୍

Straight to the Point

ଭୁବନେଶ୍ୱର: ଭୁବେନଶ୍ୱରରେ ଚାଲିଥିବା ପୁରୁଷ ବିଶ୍ୱକପ୍ ହକିରେ ଭାଗ ନେବାକୁ ଆସିଥିବା ନେଦରଲାଣ୍ଡ ହକି ଦଳ ଶୁକ୍ରବାର କିଟ୍ ଓ କିସ୍ ପରିଦର୍ଶନରେ ଆସିଥିଲେ । ସେମାନେ କିଟ ର ବିଭିନ୍ନ କ୍ୟାମ୍ପସ ବୁଲିବା ପରେ କିସ ର ବିଭିନ୍ନ ବିଭାଗ ପରିଦର୍ଶନ କରିଥିଲେ । ପରେ କିଟ ହକି ଷ୍ଟାଡିଅମ ଠାରେ ନେଦରଲାଣ୍ଡ ଦଳ କିସ ହକି ଟିମ ସହ ଖେଳିଥିଲେ । କିସ ପିଲାମାନେ ମଧ୍ୟ ଦକ୍ଷ ନେଦରଲାଣ୍ଡ ଦଳ ସହ ଖେଳିବାର ମଜା ନେଇଥିଲେ ଏବଂ ସେମାନଙ୍କଠାରୁ ବିଭିନ୍ନ କୌଶଳ ଜାଣିଥିଲେ । କିସ ପରିଦର୍ଶନ କରି ନେଦରଲାଣ୍ଡ ହକି ଦଳର ସଦସ୍ୟମାନେ ବେଶ ଉତ୍ସାହିତ ଥିଲେ ।

ସେମାନେ ସେମାନଙ୍କ ପ୍ରତିକ୍ରିୟାରେ କହିଥିଲେ, ଆମେ ବିଶ୍ୱର ବହୁ ସ୍ଥାନ ବୁଲିଛୁ, କିନ୍ତୁ କିସ ଭଳି ଏକ ଅନୁଷ୍ଠାନ ପ୍ରଥମ ଥର ଦେଖିଲୁ । ଗୋଟିଏ ପରିସରରେ ଏତେ ସଂଖ୍ୟକ ଜନଜାତି ଛାତ୍ରଛାତ୍ରୀ ରହିବା ବିଶ୍ୱରେ ପ୍ରଥମ ବୋଲି ସେମାନେ କହିଥିଲେ । ଏଠାରେ ପିଲାମାନଙ୍କୁ ପାଠପଢ଼ା ଛଡ଼ା କ୍ରୀଡ଼ା କ୍ଷେତ୍ରରେ ଯେଉଁଭଳି ପ୍ରୋତ୍ସାହନ ଦିଆଯାଉଛି ତାହା ପ୍ରଶଂସନୀୟ । ବିଭିନ୍ନ କ୍ରୀଡ଼ାରେ କିସ ର ବହୁ ଛାତ୍ରଛାତ୍ରୀ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରିଥିବା ଜାଣି ସେମାନେ ଆଶ୍ଚର୍ଯ୍ୟ ହୋଇଥିଲେ । ଏହି ଅବସରରେ ନେଦରଲାଣ୍ଡ ହକି ଦଳ କିସରେ ହକିର ବିକାଶ ପାଇଁ କିସକୁ ୨ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ କରିଥିଲେ । ଏଥିରେ ଆନନ୍ଦ ପ୍ରକାଶ କରିବା ସହ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ନେଦରଲାଣ୍ଡ ହକି ଦଳକୁ ଧନ୍ୟବାଦ ଜଣାଇଛନ୍ତି ।

error: Thank You Keep Visiting