ଟେଣ୍ଡର କରି ଯୋଗ୍ୟ କଂପାନୀକୁ ବିଦ୍ୟୁତ ବଂଟନ ଦାୟୀତ୍ୱ ଦିଆଯାଉ: ବିଜେପି

Straight to the Point

 ରାଜ୍ୟରେ ନିରନ୍ତର ଭାବେ ବିଦ୍ୟୁତ ସେବା ଯୋଗାଇବାରେ ରାଜ୍ୟସରକାର ସଂପୂର୍ଣ୍ଣରୂପେ ବିଫଳ
 ପୂର୍ବରୁ ତିନି ତିନି ଥର ରାଜ୍ୟ ସରକାର ବିଦ୍ୟୁତ ବିଭାଗକୁ ଘରୋଇ କରଣ କରି ବିଫଳ ହୋଇଛନ୍ତି
 ଦେଶରେ ଅନେକ ବଡ ବଡ କଂପାନୀ ଥିବାସତ୍ୱେ ଅନଭିଜ୍ଞ କଂପାନୀ ଇଣ୍ଡିଆ ପାୱାର ହାତରେ ରାଜ୍ୟସରକାର ବିଦ୍ୟୁତ ସେବା ଯୋଗାଇବା ଦାୟୀତ୍ୱ ଟେକି ଦେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି
 ୨୦୦୦ ମସିହାରେ ରାଜ୍ୟରେ ଏଟି ଏଣ୍ଡ ସି ଲସ ୫୪ ପ୍ରତିଶତ ଥିବାବେଳେ ୨୦୧୮ ମସିହାରେ ଏହା ୪୦ ପ୍ରତିଶତରେ ପହଂଚିଛି

ଭୁବନେଶ୍ୱର: ରାଜ୍ୟରେ ନିରନ୍ତର ଭାବେ ବିଦ୍ୟୁତ ସେବା ଯୋଗାଇବାରେ ରାଜ୍ୟସରକାର ସଂପୂର୍ଣ୍ଣରୂପେ ବିଫଳ ହୋଇଥିବାବେଳେ ଓଡିଶା ପାୱାର ସରପ୍ଲସ ରାଜ୍ୟ ଭାବେ ରାଜ୍ୟସରକାର ଡିଣ୍ଡିମ ପିଟି ଚାଲିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ.ସାମନ୍ତ ସିଂହାର କହିଛନ୍ତି ଯେ, ପୂର୍ବରୁ ତିନି ତିନି ଥର ରାଜ୍ୟ ସରକାର ବିଦ୍ୟୁତ ବିଭାଗକୁ ଘରୋଇ କରଣ କରିବାକୁ ଚେଷ୍ଟା କରିଛନ୍ତି । ୧୯୯୮ ମସିହାରେ ରାଜ୍ୟସରକାର ବିଦ୍ୟୁତ ବିଭାଗକୁ ଘରୋଇ କରଣ କରି ବିଏସସିଏସକୁ ନିମନ୍ତ୍ରଣ କରିଥିଲେ । ରାଜ୍ୟରେ ଥିବା ୪ ଟି ବିଦ୍ୟୁତ ଯୋଗାଉଥିବା ସଂସ୍ଥାରୁ ୩ଟି ସଂସ୍ଥାକୁ ବି.ଏସ.ସି.ଏସ ନେବା ବେଳେ ୧ଟି ସଂସ୍ଥାକୁ ଆମେରିକାନ କଂପାନୀ ଏ.ଇ.ଏସକୁ ଦାୟୀତ୍ୱ ଦିଆଯାଇଥିଲା । ଦୁର୍ଭାଗ୍ୟର କଥା କି, ରାଜ୍ୟ ସରକାରଙ୍କ ଅପାରଗତା ଏବଂ ରାଜ୍ୟସରକାରଙ୍କ ନିୟନ୍ତ୍ରଣ ନଥିବା କରଣରୁ ୨ ବଷ ର୍ ମଧ୍ୟରେ ଏ.ଏସ.ଇ ଛାଡିକି ପଲାଇଥିଲା ।

୨୦୦୫ ମସିହାରେ କୌଣସି କଂପାନୀ ଓଡିଶାରେ ବିଦ୍ୟୁତ ବିତରଣ କରିବା ପାଇଁ ରାଜି ନହେବାରୁ ରାଜ୍ୟସରକାର ୨ୟ ଥର ପାଇଁ ବିଦ୍ୟୁତ ବିଭାଗକୁ ଘରୋଇ କରଣ କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । ୨୦୧୬ ମସିହାରେ ୩ୟ ଥର ପାଇଁ ରାଜ୍ୟସରକାର ଘରୋଇ କରଣ କରିବାକୁ ଚେଷ୍ଟା କରିଥିଲେ । ସେ ସମୟରେ କେବଳ ଇଣ୍ଡିଆ ପାୱାର ଗୋଟିଏ କଂପାନୀ ଥିବାରୁ ରାଜ୍ୟସରକାର ଏଥିରୁ ନିବୃତ ରହିଥିଲେ । ପରେ ୨୦୧୭-୧୮ରେ ୨ଟି କଂପାନୀ ଇଣ୍ଡିଆ ପାୱାର ଏବଂ ଟାଟା ପାୱାର ବିଦ୍ୟୁତ ବିଭାଗ ଘରୋଇକରଣ କରିବାକୁ ରାଜ୍ୟସରକାର ବାଛିଛନ୍ତି । ଦେଶରେ ଅନେକ ବଡ ବଡ କଂପାନୀ ଥିବାସତ୍ୱେ ଅନଭିଜ୍ଞ କଂପାନୀ ଇଣ୍ଡିଆ ପାୱାର ହାତରେ ରାଜ୍ୟସରକାର ବିଦ୍ୟୁତ ସେବା ଯୋଗାଇବା ଦାୟୀତ୍ୱ ଟେକି ଦେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଡ. ସାମନ୍ତ ସିଂହାର କହିଛନ୍ତି ।

ବିଦ୍ୟୁତ ବିଭାଗରେ ସୁଧାର ଆଣିବା ପାଇଁ ୨୦୦୨ ମସିହାରେ ଶୋଭନ କାନୁନଗୋ ରିପୋର୍ଟକୁ ରାଜ୍ୟସରକାର ଲାଗୁ କରିପାରିଲେ ନାହିଁ । ସେହିପରି ଏ.ଇ.ଏସ ଉପରେ ଥିବା ୪୦୦ କୋଟି ଟଙ୍କା ବକେୟା ରାଶି ରାଜ୍ୟସରକାର ଏପର୍ଯ୍ୟନ୍ତ ଆଦାୟ କରିପାରିଲେ ନାହିଁ । ସେହିପରି ବିଦ୍ୟୁତ ଯୋଗାଣରେ ବିଫଳ ହୋଇଥିବା ବି.ଏସ.ସି.ଏସର ଲାଇସେନ୍ସ ରଦ୍ଦ କରିବା ପାଇଁ ରାଜ୍ୟସରକାରଙ୍କୁ ୧୦ ବର୍ଷ ଲାଗିଥିଲା ବୋଲି ଡ. ସାମନ୍ତ ସିଂହାର କହିଛନ୍ତି ।

ଓଡିଶା ପ୍ରଥମ ରାଜ୍ୟ ଭାବେ ବିଦ୍ୟୁତ ବିଭାଗକୁ ଘରୋଇ କରଣ ପାଇଁ ପ୍ରଥମେ ଉଦ୍ୟମ କରିଥିବାବେଳେ ଓଡିଶାର ଏଟି ଏଣ୍ଡ ସି ସବୁଠୁ ଅଧିକା କ୍ଷତି ହୋଇଛି । ଏଥିପାଇଁ ବଡ ବଡ କଂପାନୀ ଓଡିଶା ଆସୁନାହାଁନ୍ତି । ୨୦୦୦ ମସିହାରେ ପଡୋଶୀ ଆନ୍ଧ୍ରପ୍ରଦେଶର ଏଟି ଏଣ୍ଡ ସି ଲସ ଥିଲା ୨୭ ପ୍ରତିଶତ ଯାହା ୨୦୧୭-୧୮ଏହା କମି ୮.୫ ରହିଛି । ଦିଲ୍ଲୀ ୫୨ ପ୍ରତିଶତ ଥିବାବେଳେ ୨୦୧୮ରେ ୧୨ ପ୍ରତିଶରେ ପହଂଚିଛି । ଗୁଜରାଟ ୩୧ ପ୍ରତିଶତରୁ କମି ୧୨.୪ ପ୍ରତିଶତକୁ ତମିଛି । ତାମିଲନାଡୁ ୪୧ ପ୍ରତିଶତରୁ ୧୪.୬ ପର୍ଯ୍ୟନ୍ତ କମିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ୨୦୦୦ ମସିହାରେ ୫୪ ପ୍ରତିଶତ ଥିବାବେଳେ ୨୦୧୮ ମସିହାରେ ୪୦ ପ୍ରତିଶତ ଏଟି ଏଣ୍ଡ ସି ଲସ ହୋଇଛି ବୋଲି ଡ. ସାମନ୍ତସିଂହାର କହିଛନ୍ତି ।

ଦେଶରେ ଅର୍ବାନ ଅଂଚଳରେ ଘରୋଇକରଣ କରାଯାଉଥିବା ସମୟରେ ରାଜ୍ୟରେ ଗ୍ରାମାଚଂଳ ମାନଙ୍କରେ ବିଦ୍ୟୁତ ଯୋଗାଣକୁ ଘରୋଇକରଣ କରିବାକୁ ବସିଛନ୍ତି । ଅନ୍ୟରାଜ୍ୟ ବିଦ୍ୟୁତ ଘରୋଇ କରଣ କରିବା ପରେ ବିଦ୍ୟୁତ ଟାରିଫ କମ୍ ହୋଇଛି । ପ୍ରତି ୟୁନିଟ ପିଛା ଗୁଜୁରାଟରେ ୧.୫୦ ପଇସା, ଆନ୍ଧ୍ରପ୍ରଦେଶରେ ୧.୪୫ ପଇସା ଥିବାବେଳେ ଓଡିଶାରେ ୟୁନିଟ ପିଛା ୨.୫୦ ପଇସା ହିସାବରେ କାହିଁକି ଆଦାୟ କରାଯାଉଛି ବୋଲି ଡ. ସାମନ୍ତ ସିଂହାର ପ୍ରଶ୍ନ କରିଛନ୍ତି ।

ରାଜ୍ୟସରକାର ବିଦ୍ୟୁତ ଯୋଗାଣ ସଂସ୍ଥାର ଟେଣ୍ଡର ପକ୍ରିୟାକୁ ନିଜ ହିସାବରେ ତଥା ତୃଟ୍ରିପୂର୍ଣ୍ଣ ଭାବେ କରି ଇଣ୍ଡିଆ ପାୱାର କଂପାନୀକୁ ଅହେତୁକ ଅନୁକଂପା ଦେଖାଇ ଚାଲିଛନ୍ତି । ଏଭଳି ଟେଣ୍ଡର ପକ୍ରିୟାକୁ ଡ. ସାମନ୍ତ ସିଂହାର ନିନ୍ଦା କରିବା ସହ ପୁନଶ୍ଚ ଟେଣ୍ଡର ପକ୍ରିୟା କରିବା ପାଇଁ ଦାବି କରିଛନ୍ତି ।

error: Thank You Keep Visiting