ମାଲଗୋଦାମ ଥାନାରେ ଦାମଙ୍କ ନାଁରେ ଏତଲା
କଟକ: କଟକରେ ଗୁରୁବାର ଏକ ସାଧାରଣ ସଭାରେ ରାଜ୍ୟ ସରକାରଙ୍କୁ ଦୁର୍ନୀତିର ଖଳନାୟକ ବୋଲି ଆକ୍ଷେପ କରିଥିବା ବିଜେଡିର ବହିଷ୍କୃତ ନେତା ଦାମୋଦର ରାଉତଙ୍କ ବିରୋଧରେ ଓଡିଶା ସୁରକ୍ଷା ସେନା ଗତ ଶୁକ୍ରବାର ଦିନ ମାଲଗୋଦାମ ଥାନାରେ ଅଭିଯୋଗ କରିଛି। ସେନାର ଷ୍ଟେଟ ଲିଗାଲ ସେଲ୍ ମୁଖ୍ୟ ଅରୁଣ କୁମାର ନାୟକ କହିଛନ୍ତି, ଆଇପିସି ୧୨୪ଧାରା ଅନୁଯାୟୀ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିବିଶେଷଙ୍କୁ ସାଧାରଣ ସଭାରେ କୌଣସି ଉଦ୍ଦେଶ୍ୟମୂଳକ ଭାବେ ଆକ୍ଷେପ କରିବା ଏକ ଅପରାଧ । ତେଣୁ ଏହି ଅନୁଯାୟୀ ଦାମଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉ । ମାଲଗୋଦାମ ଥାନା ଅଧିକାରୀ ଦେବୀପ୍ରସନ୍ନ ପାତ୍ର କହିଛନ୍ତି, ଅଭିଯୋଗ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି । ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ।