ନବୀନ ପାଖରେ ଆଣ୍ଠେଇବାକୁ ବିଜୟ ଉଛନ୍ନ

Straight to the Point

ଭୁବନେଶ୍ୱର(ଓଡ଼ିଶା ଜର୍ଣ୍ଣାଲ) ୨୦୦୦ ମସିହାରେ ସାଧାରଣ ନିର୍ବାଚନରେ ପାଟକୁରାରୁ ବିଜେଡି ପ୍ରାର୍ଥି ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ଦଳ ସଂସ୍ଥାପକ ବିଜୟ ମହାପାତ୍ରଙ୍କୁ ରାଜନୀତିରେ ନବାଗତ ନବୀନ ଟିକେଟ୍ ନଦେଇ ତାଙ୍କର ପ୍ରଥମ ରାଜନୀତି ଖେଳ ଆରମ୍ଭ କରିଥିଲେ । ନବୀନଙ୍କର ଏହି ବିଶ୍ୱାସ ଘାତକତାକୁ ସାରା ଓଡିଶାରେ ଲୋକ ନିନ୍ଦା କରିଥିଲେ । ବିଜୟ ମହାପାତ୍ର ମଧ୍ୟ ତ୍ରୃଣମୂଳ କଂଗ୍ରେସର ପ୍ରାର୍ଥୀ ତ୍ରିଲୋଚନ ବେହେରାଙ୍କୁ ସମର୍ଥନ କରିବାରୁ ଶ୍ରୀ ବେହେରା ବିପୁଳ ଭୋଟରେ ଅତନୁକୁ ହରାଇଥିଲେ । ଏହାପରେ ନବୀନ ପଟ୍ଟନାୟକ ଦି୍ୱତୀୟ ଚାଲ୍ ଖେଳି ତ୍ରିଲୋଚନ ବେହେରାଙ୍କୁ ବିଜେଡି ଦଳରେ ମିଶାଇ ବିଜୟ ମହାପାତ୍ରକୁ ବିଧାନସଭା ପ୍ରବେଶର ବାଟ ବନ୍ଦ କରିଥିଲେ । ଏହାପରେ ବିଜୟ ମହାପାତ୍ର ହତାଶ ହୋଇଯାଇ ଓଡିଶା ଗଣପରିଷଦ ଗଠନ କରି କଳଙ୍କିତ ଜାନକୀ ପଟ୍ଟନାୟକ ସହିତ ମିଶି ପାଟକୁରାରେ ଛିଡା ହୋଇ ଅତନୁଙ୍କ ଠାରୁ ରାଜନୀତିରେ ପ୍ରଥମ ପରାଜୟ ବରଣ କଲେ ।

ଏହାର କିଛି ବର୍ଷ ପରେ ବିଜୟ ବାଧ୍ୟ ହୋଇ ମହାରାଷ୍ଟ୍ର ଶରତ ପାୱାରର ହାତ ଧରି ଏନସିପି ଦଳରେ ଯୋଗଦେଲେ । କିନ୍ତୁ ନବୀନ ପଟ୍ଟନାୟକ ଶରତ ପାୱାରଙ୍କ ସହିତ ସାଲିସ କରି ଏନସିପିରୁ ବିଜୟଙ୍କ ଗୋଚ୍ଛି କାଟିଲେ । ଫଳରେ କୈାଣସି ଉପାୟ ନପାଇ ବିଜୟ ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ । ଯେଉଁ ଦଳରେ ବିଜୟ ରହିବେ ସେହି ଦଳରେ ଗୋଷ୍ଠୀ ସୃଷ୍ଟି କରିବା ସଂଗେ ସଂଗେ ଦଳ ନେତୃତ୍ୱକୁ ସମାଲୋଚନା କରିବା ବିଜୟଙ୍କ ପୁରୁଣା ଦୋଷ । ବିଜେପିରୁ ୨୦୦୯ରେ ବିଜୟ ପାଟକୁରାରେ ନିର୍ବାଚନ ଲଢି ବିଜେଡିର ବେଦପ୍ରକାଶ ଠାରୁ ଶୋଚନୀୟ ପରାଜିତ ହୋଇ ହ୍ୟାଟ୍ରିକ ମାରିଥିଲେ । ତଥାପି ବିଜୟଙ୍କୁ ବିଜେପି ଦଳ ଗୁରୁତ୍ୱ ଦେଇ ରାଷ୍ଟ୍ରୀୟ କାର୍ଯ୍ୟକାରୀ କମିଟି ସଦସ୍ୟ କରାଇଥିଲେ । ବିଜେପି ଦଳରେ ତୁଙ୍ଗ ନେତାମାନେ ବିଜୟଙ୍କ ମତକୁ ଅଧିକ ଗୁରୁତ୍ୱ ଦେଉଥିଲେ । କିନ୍ତୁ କଥାରେ ଅଛି, କୁକୁର ଲାଂଗୁଡ ଯେତେ ସଳଖିଲେ ବଙ୍କା । ବିଜେପି ଦଳକୁ ବାରମ୍ବାର ସମାଲୋଚନା ଓ ଅପଦସ୍ତ କରି ବିଜୟ ବିଜେପି କର୍ମୀ ମହଲରେ ବର୍ଷେହେବ କୋଣ ଠୋସା ହୋଇଥିଲେ ହେଁ ଦଳରୁ ତାଙ୍କୁ ବିଦା କରାଯାଇନଥିଲା ।

କିନ୍ତୁ ବିଜୟ ବିଜେପି ଛାଡି ରାଜନୀତିରୁ ସନ୍ୟାସ ନେବେ କିମ୍ବା ବିଜେଡିକୁ ଯିବେ ତାହା ସ୍ଥିର ହୋଇପାରୁନାହିଁ । ବିଶ୍ୱସ୍ତ ମାନଙ୍କ ମତରେ ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲା ବର୍ତମ଼ାନ ଅକମଣ୍ୟ । ତେଣୁ ପୁଣି ପାଟକୁରାରେ ବେଦ ପ୍ରକାଶ ବିଜେଡି ଟିକେଟ ପାଇବ ନାହିଁ । ବିଜୟଙ୍କ ହାତଗଣତି ଅନୁଗତ ତାଙ୍କୁ ବୁଝାଉଛନ୍ତି ଯେ, ଶିଘ୍ର ନବୀନ ପଟ୍ଟନାୟକ ପାଖରେ ଶରଣ ପଶିଗଲେ ଆପଣ ବିଧାନସଭାକୁ ପଶିବେ । ବିଜୟଙ୍କ ମୃଷ୍ଟିମେୟ ସମର୍ଥକମାନେ ବର୍ତମାନ ମନେ ମନେ କୁରୁଳିବାକୁ ଆରମ୍ଭ କଲେଣି ଯେ ପୁଣି କାଳିଆ ଲେଉଟିବ ଆମେ ବାଳିଆ ଖାଇବୁ । କିନ୍ତୁ “ତୁଳସୀକ୍ଷେତ୍ର” ଅନୁସଂଧାନରୁ ଜଣାଯାଇଛି ଯେ ବିଜେଡିରେ ପଶିବା ପରେ ମଧ୍ୟ ତାଙ୍କୁ କୈାଣସି ବିଧାନସଭା କିମ୍ବା ଲୋକସଭା ପାଇଁ ଟିକେଟ ଦିଆଯିବ ନାହିଁ । ବିଜେପି ଛାଡିବା ପରେ ବିଜୟ ଓ ତାଙ୍କ ସମର୍ଥକ ବହୁ ବାହାସ୍ପଷ୍ଟ ମାରୁଥିଲେ ମଧ୍ୟ ଏବେ ତାଙ୍କ ପଛରେ ଜନସମର୍ଥନ ପ୍ରାୟ ନଥିବା ଚକିତ କରିଛି ।

error: Thank You Keep Visiting