ସେଲ୍ଟର ହୋମ ଦ୍ୱାରା ଅପରାଧିକ କାର୍ଯ୍ୟକଳାପର ତଦନ୍ତ ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ବିଜେପିି

Straight to the Point

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଗୁଡ୍ ନିୟୁ୍ଜ୍ ଇଣ୍ଡିଆ ତରଫରୁ ସେଲ୍ଟର ହୋମ ଚାଲୁଥିଲା । ଗଣମାଧ୍ୟମରେ ପ୍ରଦର୍ଶିତ ହେବା ପରେ ଏହି ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିବା ବହୁ ଚର୍ଚ୍ଚିତ ଢେଙ୍କାନାଳ ଜିଲ୍ଲା ବେଲଟିକିରି ସେଲ୍ଟର ହୋମ ଲଜ୍ଜା ଘଟଣା ଲୋକଲୋଚନକୁ ଆସିପାରିଛି । ବିଭିନ୍ନ ବେଆଇନ କାର୍ଯ୍ୟକଳାପ ବିଶେଷ କରି ନାବାଳିକା ଯୈ÷ାନ ନିର୍ଯାତନା, ମାନବ ଚାଲାଣ, ବିଦେଶୀ ପୁଞ୍ଜି କାରବାର ଭଳି ଅତ୍ୟନ୍ତ ସାଂଘାତିକ ଏବଂ ଉଦବେଗଜନକ ଘଟଣାମାନ ଦୀର୍ଘ ୨ ବର୍ଷ ଧରି ଏହି ସଂସ୍ଥା ଦ୍ୱାରା ଚାଲିଥିବାର ଅଭିଯୋଗ ଗୁଡିକର ତଦନ୍ତ ହେବା ନିହାତି ଆବଶ୍ୟକ । ଏହିଘଟଣାର ସଠିକ ତଦନ୍ତ ପାଇଁ ଆଜି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛି ।

ରାଜ୍ୟରେ କିପରି ଓ କାହା ଇଙ୍ଗିତିରେ ଗୁଡ଼୍ ନିୟୁଜ୍ ଇଣ୍ଡିଆ ପରିଚାଳିତ ଢେଙ୍କାନାଳ ଜିଲ୍ଲାର ବେଲଟିକିରି ଠାରେ ଥିବା ବେଆଇନ୍ ଭାବେ ଚାଲିଥିଲା ? ଏ ସମସ୍ତ ସଂସ୍ଥାମାନଙ୍କୁ ବିଦେଶରୁ କେତେ ଅର୍ଥ ଆସୁଥିଲା ? ବିଦେଶରୁ ଆସୁଥିବା ଏହି ସମସ୍ତ ଅର୍ଥକୁ ବେଆଇନ୍ ଭାବେ ଧର୍ମନ୍ତୀକରଣରେ ଖର୍ଚ୍ଚ କରାଯାଉଥିବା ଅଭିଯୋଗ ଆସିବା ସତ୍ୱେ ରାଜ୍ୟ ସରକାର କାହିଁକି ନୀରବ ଦ୍ରଷ୍ଟା ସାଜିଥିଲେ ? ଏ ସମସ୍ତ ଘଟଣାର ସତ୍ୟା ସତ୍ୟର ତଦନ୍ତ କରିବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଅଛିା

ରାଜ୍ୟରେ୨୬ ଟିରୁ୧୫ ଟି ବେଆଇନ୍ ସେଲ୍ଟର ହୋମ ଗୁଡ୍ ନିୟୁ୍ଜ୍ ଇଣ୍ଡିଆ ପକ୍ଷରୁ କାର୍ଯ୍ୟ କରୁଥିଲା । ଏଥିରେ ସେଲଟର ହୋମର କର୍ତ୍ତୁପକ୍ଷମାନେ ଜବରଦସ୍ତି ଧର୍ମାନ୍ତୀକରଣ ପାଇଁ ବାଧ୍ୟ କରୁଥିଲେ । ଏହି ସେଲଟର ହୋମର ମୁଖ୍ୟ କିଭଳି ସେଠାରେ ରହୁଥିବା ଅନ୍ତେବାସୀଙ୍କୁ ଜବରଦସ୍ତି ଧର୍ମ ପରିବର୍ତ୍ତନ କରାଉଥିଲେ ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଭଳି ସମ୍ବେଦନଶୀଳ ଘଟଣା ବିଷୟରେ ସଂପୂର୍ଣ୍ଣ ଅବଗତ କରାଇବା ସହ ଏ ସଂକ୍ରାନ୍ତରେ ମାନ୍ୟବର ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଅଛି । ଏଭଳି ଏକ ସ୍ପର୍ଶକର୍ତା ପ୍ରସଙ୍ଗକୁ ଗରୁତ୍ୱର ସହ ଗ୍ରହଣକରି ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ପାଇଁ ବିହୀତ ପଦକ୍ଷେପ ନେବାକୁ ଏହି ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।

ରାଜ୍ୟ ବିଜେପିର ଏହି ପ୍ରତିନିଧୀ ଦଳରେ ବରିଷ୍ଠ ନେତ୍ରୀ ସୁରମା ପାଢୀ, ରାଜ୍ୟ ଉପ ସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚାରାଜ୍ୟ ଉପ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ନିୟତି ଗିରି, କାନନବାଳା ପଟ୍ଟନାୟକ, ବବିତା ପାତ୍ର ପ୍ରମୁଖ ସାମିଲ ଥିଲେ ।

error: Thank You Keep Visiting