ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଟ୍ରକ ମାଲିକ ସଂଘ

Straight to the Point

ତାଳଚେର : ତାଳଚେରରେ ଟ୍ରକ ମାଧ୍ୟମରେ କୋଇଲା ପରିବହନ ନେଇ ଉପୁଜୁଥିବା ସଙ୍କଟ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଟ୍ରକ ମାଲିକଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଥିଲେ । ତାଳଚେର ଅଞ୍ଚଳର ଏମସିଏଲ୍ ଜମି ହରାଇ ପ୍ରଜାମାନେ ବିଭିନ୍ନ ବ୍ୟାଙ୍କରୁ ରୁଣକରି ଟ୍ରକ ଯୋଗେ କୋଇଲା ପରିବହନ ବ୍ୟବସାୟ ଚଳାଇଛନ୍ତି । ମାତ୍ର କୋଇଲା ଖଣି ପକ୍ଷରୁ ଉପଯୁକ୍ତ ପରିମାଣର କୋଇଲା ଯୋଗାଇ ଦିଆ ଯାଉନଥିବାରୁ ଟ୍ରକ ମାଲିକମାନଙ୍କ ଅର୍ଥନୈତିକ ସ୍ଥିତି ବିପନ୍ନ ।

ଟ୍ରକ ଯୋଗେ ପରିବହନ ପାଇଁ ଏମ୍ସିଏଲ ଦେଉ ନଥିବାରୁ ଏଠିକାର ମାଲିକମାନେ ଦେବାଳିଆ ହୋଇଯିବା ସହିତ ସେମାନଙ୍କର ବ୍ୟାଙ୍କ କିସ୍ତି ସଠିକ ଭାବେ ପରିଶୋଧ କରିପାରୁ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି । ଉକ୍ତ ଟ୍ରକ ଗୁଡିକ ଉପରେ ପାଲଭିଡା ଶ୍ରମିକ, ଡ୍ରାଇଭର, ହେଲପର ନିର୍ଭର କରୁଥିବାରୁ ମାଲିକମାନେ ସେମାନଙ୍କୁ ଦରମା ଠିକ୍ ଭାବରେ ପ୍ରଦାନ କରି ପରୁ ନାହାଁନ୍ତି । ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ତାଳଚେର ଟ୍ରକ ଗୁଡିକ ଖତ ହେବା ସହିତ ଗାଡି ଉପରେ ନିର୍ଭର କରି ଚଳୁଥିବା ସମସ୍ତ ପରିବାର ଗୁଡିକ ଅନ୍ଧକାର ମଧ୍ୟକ ଠେଲି ହୋଇଯିବ ।

ଓଡିଶା କୋଲ କଞ୍ଜୁମର ଆସୋସିଏସିନ୍ ପକ୍ଷରୁ ସଭାପତି କ୍ଷିରୋଦ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଉପୁଜୁଥିବା ସମସ୍ୟା ସମାଧାନ ପାଇଁ ଅନୁରୋଧ କରିଥିଲେ । ପ୍ରତିନିଧି ଦଳର ତାଳଚେର ବିଧାୟକ ତଥା ଓଡିଶା କୋଲ କଞ୍ଜୁମର ଆସୋସିଏସନ୍ର ଉପଦେଷ୍ଟା ବ୍ରଜକିଶୋର ପ୍ରଧାନ, ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭାପତି ରାହାସ କୁମାର ସାହୁ, ଟିକନ ମହାନ୍ତି, ଦୁର୍ଗାଚରଣ ସାହୁ, ଜବାହାରଲାଲ ନେହେରୁ, ଅଶୋକ ସାହୁ, ରାଜେନ୍ଦ୍ର ପ୍ରଧାନ, ହୃଦୟ ଚନ୍ଦ୍ର ପ୍ରଧାନ, ସାରଙ୍ଗଧର ଖଣ୍ଡୁଆଳ, ବିନୋଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ରାଜ୍ୟ ଖଣି ବିଭାଗର ନିର୍ଦ୍ଦେଶକ ଦୀପକ ମହାନ୍ତିଙ୍କୁ ପ୍ରତିନିଧି ଦଳ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ ।

error: Thank You Keep Visiting