ଅପରାଜିତାଙ୍କ ପଛରେ ସେ ଓଡିଆ ଆଇଏଏସ୍ କିଏ?

Straight to the Point

ଭୁବନେଶ୍ୱର, (ଜେଜେ) : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଦା ସର୍ବଦା , ଯାହାଙ୍କୁ ଉପେକ୍ଷା କରିଆସିଥିଲେ ସେହି ମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୁରକ୍ଷା ଦେଇଛନ୍ତି । ଜୁଏଲ କହିଛନ୍ତି ଧର୍ମେନ୍ଦ୍ର ବାବୁ ହେଉଛନ୍ତି ଆମ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଜୁଏଲଙ୍କ ଏହି କଥାରେ କେତେ ସତ୍ୟତା ରହିଛି ତାହା ତ ସମୟ କହିବ । କିନ୍ତୁ ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଆଇ.ଏ.ଏସ୍. ଚାକୀରୀ ଛାଡି ଅପରାଜିତା ଷଡଙ୍ଗୀ ପଦ୍ମ ଦଳରେ ଯୋଗ ଦେବା ପରେ ବିଜେପି ଦଳ ଭିତରେ ଛକା ପଞ୍ଜା ଆରମ୍ଭ ହୋଇଯାଇଛି । କର୍ମୀ ମହଲରେ ଗୋଟିଏ ଚର୍ଚ୍ଚା ଜୋର ଧରିଛି, ଅପରାଜିତା ଆସିବା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କର ଦବଦବା ଆଗଭଳି ରହିବ ନାହିଁ । କାରଣ ଯଦି ହାଇକମାଣ୍ଡ ଧର୍ମେନ୍ଦ୍ରଙ୍କ ବ୍ୟକ୍ତିତ୍ୱ ଓ ସାମର୍ଥ୍ୟକୁ ଭରସା କରିଥାନ୍ତେ ତେବେ ଅପରାଜିତା ଷଡଙ୍ଗୀଙ୍କୁ ଏତେଟା ଭାଉ ଦେଇନଥାନ୍ତେ ।

ଧର୍ମେନ୍ଦ୍ରଙ୍କ ବିଷୟରେ ପ୍ରଚାର ହୋଇଛି ବାବୁ ଧର୍ମେନ୍ଦ୍ର ତାଙ୍କ ସହ ଲୋକଙ୍କୁ ରଖିପାରିଲେ ନାହିଁ, ଆଉ କେତେକ କହିଛନ୍ତି ଯେ ଧର୍ମେନ୍ଦ୍ରଙ୍କ ବିକଳ୍ପ ଅପରାଜିତା ହୋଇପାରିବେ ନାହିଁ । ନିକଟ ଇତିହାସକୁ ଦେଖିଲେ ବ୍ୟୁରକ୍ରାଟ ମାନେ ପ୍ରାୟତଃ କୌଣସି ଦିନ ରାଜନୀତିରେ ସଫଳ ହୋଇପାରିନାହଁନ୍ତି । ଏହାର ଏକ ଉଦାହରଣ ଆଇପିଏସ୍ ଅଫିସର କିରଣ ବେଦୀଙ୍କୁ ଉଦାହରଣଭାବେ ନେଇହେବ । ଅପରାଜିତା ଷଡଙ୍ଗୀ ରାଜନୀତିରେ ଯୋଗ ଦେବା ପୂର୍ବରୁ ସୋସାଆଲ ମିଡିଆରେ ଯେଉଁ ଭିଡଓ ପ୍ରସାରଣ କଲେ ସେଥିରୁ ସ୍ପଷ୍ଟ ଜଣାପଡିଗଲା ଯେ ଏବେ ବି ଲୋକମାନେ ତାଙ୍କ କାର୍ଯ୍ୟବଳୀ ବାବଦରେ ସବିଶେଷ ଜାଣନ୍ତି ନାହିଁ ବୋଲି ତାଙ୍କର ଧାରଣା । ବିଶେଷ କରି ଅପରାଜିତା ଷଡଙ୍ଗୀଙ୍କୁ ଓଡିଶା ବିଜେପି ଏକ ପ୍ରଚାରକ ଭାବେ ରାଜ୍ୟ ସାରା ପ୍ରାଚରକୁ ଓହ୍ଲାଇବେ ଏବଂ ତାଙ୍କର ଯାହା ସୁତ୍ରରୁ ଜଣାପଡିଛି ଅପରାଜିତା ଷଡଙ୍ଗୀ ୨୦୧୯ ନିର୍ବାଚନରେ ଭୁବନେଶ୍ୱରର ମଧ୍ୟମ ନିର୍ବାଚନ ମଣ୍ଡଳୀରୁ ଲଢିବେ ।

ତାହାର କାରଣ ମଧ୍ୟମ ନିର୍ବାଚନ ମଣ୍ଡଳୀରେ ଶିକ୍ଷିତ ଭୋଟଙ୍କ ସଂଖ୍ୟା ଅଧିକ । ଶିକ୍ଷିତ ଭୋଟରଙ୍କ ତାଙ୍କ ଆଡକୁ ଆଣିବା ଅପରାଜିତାଙ୍କ ପକ୍ଷରେ ସହଜ ଏବଂ ସଫଳ ହେବେ ବୋଲି ସେ ନିଜେ ଅନୁମୟ କରିସାରିଛନ୍ତି । କିନ୍ତୁ ବର୍ଷ ବର୍ଷ ଧରି ସଂଗଠନକୁ ମଜବୁତ କରିଥିବା ଜଗନ୍ନାଥ ପ୍ରଧାନ ଓରଫ ଜଗା ମଧ୍ୟ ଟିକେଟ ପାଇଁ ଆଶାରେ ରହିଆସିଛନ୍ତି ଏବଂ ସେ ଟିକେଟ ପାଇବା ଆଶାରେ ସଂଗଠନ ମଜବୁତ ମଧ୍ୟ କରିଛନ୍ତି । କିନ୍ତୁ ଅପରାଜିତା ଷଡଙ୍ଗୀ ଆସିଲା ପରେ ଜଗାଙ୍କର ରାଜନୈତିକର ଭବିଷ୍ୟତ ଚିନ୍ତା ଏବଂ ସେ ନିଜେ ମଧ୍ୟ ଦ୍ୱନ୍ଦରେ । ଏପଟେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳିରୁ ଧର୍ମେନ୍ଦ୍ର ବାବୁ ନିଜେ ଠିଆ ହେବା ଯେଉଁ ପ୍ରଚାର ହେଉଥିଲା ସେଥିରେ ମଧ୍ୟ ଫୁଲଷ୍ଟପ ଲାଗିଛି । ସେଜାଗାରୁ ତାଙ୍କର ଧର୍ମ ପତ୍ନୀ ନିର୍ବାଚନକୁ ଓହ୍ଲାଇବେ ଏବଂ ସେଥିରେ ସହଯୋଗ କରିବେ ବିଜେପିର ମୁଖପାତ୍ର ଯିଏ ପୂର୍ବରୁ ସେହି ନିର୍ବାଚନ ମଣ୍ଡଳିରୁ ଠିଆ ହୋଇଥିବା ଗୋଲକ ମହାପାତ୍ର ଏବଂ ଦିଲ୍ଲୀପ ବାବୁ ।

ଏସବୁ ସ୍ଥିତିକୁ ଦେଖି ବିଜେପି ମଧ୍ୟରେ ଅପରାଜିତାଙ୍କୁ ନେଇ ସଂଗଠନରେ ଅନେକ ଛକା ପଞ୍ଝା ଲାଗିରହିଛି ଏବଂ ଅପରାଜିତାଙ୍କ ଆଗମନ ସର୍ବଗ୍ରେ ଆଦୌ ଉତ୍ସାହଜନକ ହୋଇପାରିଲା ନାହିଁ । ଭାଜପା ମୁଖ୍ୟ କର୍ଯାଳୟରେ ନହୋଇ ଏହି ମିଶ୍ରଣ ସଭାପତି ଅମିତ ସାହଙ୍କ ଘରେ ହେଲା ଏମିତି ଆଗମାନକୁ ନେଇ ବାବୁ ଧର୍ମେନ୍ଦ୍ର ଖୁସି ନୁହଁନ୍ତି । ତାହା ମଧ୍ୟ ଅପରାଜିତାଙ୍କ ସାମ୍ବାଦିକ ସମ୍ମୀଳନୀ ପୁର୍ବରୁ ଜଣାପଡିଲା । କାରଣ ଏହି ସମ୍ମୀଳନୀ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲେ ମଧ୍ୟ ନିଜେ ଧର୍ମେନ୍ଦ୍ର ସେଠାରେ ଉପସ୍ଥିତ ନଥିଲେ । ଏହା ଭିତରେ ଆଉ ବିଶେଷ ସୁତ୍ରରୁ ଖବର ମିଳିଛି ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗଦାନ ପଛରେ ଧର୍ମେନ୍ଦ୍ର କି ଜୁଏଲଙ୍କ ହାତ ଜମା ନାହିଁ ।

ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଅପରାଜିତାଙ୍କ ପ୍ରବେଶ ପଥରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଜଣେ ବରିଷ୍ଠ ଓଡିଆ ଆଇଏଏସ୍ ଅଫିସରଙ୍କ ଆଶିର୍ବାଦ ରହିଛି ଯିଏ କି ନରେନ୍ଦ୍ର ମୋଦିଙ୍କୁ ଅମିତସାହଙ୍କୁ ଅପରାଜିତାଙ୍କ ଦକ୍ଷତା, ସଚ୍ଚୋଟ ଏବଂ ସାମର୍ଥ୍ୟକୁ ପ୍ରକାଶ କରି ମୋଦି ଏବଂ ଅମିତ ସାହଙ୍କ ନିକଟରେ ପରିଚିତ କରାଇ ଏ ନିଷ୍ପତ୍ତି ନିଆଯାଇଛି । ଆଗାମୀ ଭବିଷ୍ୟତ କହିବ ଅପରାଜିତା ଷଡଙ୍ଗୀ ଓଡିଶା ରାଜନୀତିରେ କଣ ପ୍ରଭାବ ପକାଇବେ । ଯାହାବି ହେଉ ବର୍ଷ ବର୍ଷ ଧରି ବିଜେପି ପତକାକୁ ଧରି ସଂଗଠନ ମଜବୁତ କରୁଥିବା ନେତା ଆଜି ଦ୍ୱନ୍ଦରେ ।

error: Thank You Keep Visiting