ବିଜେପି ତୁଣ୍ଡ ସାଜିଛନ୍ତି ଦାମ!

Straight to the Point

ଭୁବନେଶ୍ୱର, (ଜେଜେ) : ଦଳରୁ ବହିଷ୍କ୍ୃତ ହୋଇଥିବା ବିଧାୟକ ଓ ପୂର୍ବତନ ମନ୍ତ୍ରୀ ଡ.ଦାମଦର ରାଉତଙ୍କ କାର୍ଯ୍ୟଶୈଳୀକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଏହି ପ୍ରଶ୍ନ ଭିତରେ ତାଙ୍କର ବାଚଳାମୀ ପଦାକୁ ଆସିଛି । ତାଙ୍କ କହିବା ଏବଂ କରିବା ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ତାଙ୍କର ମୂଳ ଲକ୍ଷ୍ୟ କିପରି ବିଜେଡି ହାରିବ ଯାହା ସୂତ୍ର କହୁଛି ଭିତରେ ଭିତରେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ସହିତ ଏକ ସନ୍ଧି କରିଛନ୍ତି । ପ୍ରକାଶ ଥାଉ ଡ. ରାଉତ ଯେଉଁ ସବୁ ଅଭିଯୋଗ କରୁଛନ୍ତି ବିଜେଡି ଉପରେ ତାହା କେତେ ଦୂର ସତ୍ୟ ଥିଲେ ମଧ୍ୟ ସମୟ ଏବଂ ତାଙ୍କ ଆଭି ମୂଖ୍ୟ ଅନ୍ୟ କଥା କହୁଛି । ଯାହାକି ସାଧାରଣରେ ଲୋକ ଗ୍ରହଣ କରୁନାହାଁନ୍ତି । ନିକଟରେ ତାଙ୍କ ବିଜୁ ସମତା କ୍ରାନ୍ତି ଦଳରେ ବୈଜୟନ୍ତ ଏବଂ ପ୍ରକାଶ ମିଶ୍ର ଯୋଗ ଦେବା ଗଣମାଧ୍ୟମରେ କହିଥିଲେ ଦାମ ବାବୁ , ପରେ ଏହା ମିଛ ବୋଲି ପ୍ରମାଣ ହୋଇଥିଲା ।

ଜନସାଧାରଣମାନଙ୍କରେ ଏକ ପ୍ରଶ୍ନ ଯଦି ଡ. ରାଉତ ଆଦର୍ଶ ଏବଂ ସ୍ୱାଭିମାନ କଥା କହୁଛନ୍ତି ତେବେ ସରକାରଙ୍କ ସହିତ ମନ୍ତ୍ରୀ ଥିବା ସମୟରେ ବା ପଦପଦବୀରେ ଥିବା ସମୟରେ ଯଦି ଦଳରୁ ନିଜେ ଇସ୍ତଫା ଦେଇ ସରକାରଙ୍କ ବିରୁଦ୍ଧରେ ଅଭିଯୋଗ କରିଥାନ୍ତେ ତେବେ ଲୋକ ଗ୍ରହଣ କରିଥାନ୍ତେ । ଦଳ ବହିଷ୍କାର କଲାପରେ ସରକାରଙ୍କ ବିରୁଦ୍ଧରେ ଦୁର୍ନୀତି କଥା ଉଠାଇବା ସାଧାରଣରେ ହଜମ ହେଉନାହିଁ । ନିକଟରେ ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ର ବିଜେପିରୁ ଇସ୍ତଫା ଦେଇଛନ୍ତି । ଏହି ସେହି ଦୁଇ ନେତାଙ୍କୁ ବିଜେଡି ଏବଂ କଂଗ୍ରେସ ନିଜ ଦଳରେ ସାମିଲ କରିବା ପାଇଁ ପ୍ରୟାସ ଚାଲିଛି । ସେପଟେ ଦୁଇପାଦ ଆଗକୁ ଯାଇ ଡ. ରାଉତ ବିଜୟ ଓ ଦିଲ୍ଲୀପ ବିଜୁ ସମତା କ୍ରାନ୍ତି ଦଳରେ ଯୋଗଦେବା ପାଇଁ ଆହ୍ୱାନ ଦେଇ ଗଣମାଧ୍ୟମରେ ମତ ରଖି କହିଛନ୍ତି ବିଜେଡି ଗଠନ ହେବାରେ ବିଜୟ ଓ ଦିଲ୍ଲୀପ ବାବୁଙ୍କର ଭୂମିକା ବହୁ ଆଗରେ ।

ଦିଲ୍ଲୀପ ବିଜୁଙ୍କ ଆଦର୍ଶରେ ରାଜନୀତିକୁ ଆସିଛନ୍ତି । ଏମାନେ ବିଜେଡି ଗଠନ ସହ ନବୀନଙ୍କୁ ରାଜନୀତିକୁ ଆଣିଥିଲେ ଶେଷ ମୂହର୍ତ୍ତରେ ନବୀନ ଏହି ଦୁଇଜଣଙ୍କୁ ଅପମାନଜନକ ସ୍ଥିତିରେ ଦଳରୁ ବାହାର କରାଇଥିଲେ । ୨୦ ବର୍ଷତଳର ଏହି ଅପମାନକୁ ସେମାନେ କଦାପି ଭୁଲି ନଥିଲେ । ଏହି ପରିସ୍ଥିତିରେ ସେମାନେ ବିଜେଡିରେ ଯୋଗ ଦେବା ସମ୍ଭାବନାକୁ ଡ.ରାଉତ ଆଦୌବିଶ୍ୱାସ କରିପାରୁନାହାଁନ୍ତି ବୋଲି ଗଣ ମାଧ୍ୟମରେ କହିଛନ୍ତି । ଏଠାରେ ପ୍ରକାଶ ଥାଉ ଦାମଙ୍କର ଏହି ପ୍ରତିକ୍ରିୟା ପରେ ବୁଦ୍ଧୀଜୀବୀ ମହଲରେ ଚର୍ଚ୍ଚା ଦାମଙ୍କର ଗଣମାଧ୍ୟମରେ ଏହି ଭଳି କହିବାର କାରଣ ଅନ୍ୟ କିଛି ସଂଙ୍କେତ ଦେଇଛି । ଅତଏବ ବିଜେପିର ସେ ତୁଣ୍ଡ ସାଜିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏପରି କହିବାର ଅର୍ଥ ଯଦି ବିଜୟ ଓ ଦିଲ୍ଲୀପ ବିଜେଡିରେ ଯୋଗ ଦିଅନ୍ତି ତେବେ ଦାମ ଦେଇଥିବା ଉକ୍ତିଗୁଡିକ ବିଜେପିକୁ ସମାଲୋଚିତ କରିବା ପାଇଁ କିଛି ତ ଖୁରାକ ମିଳିଯିବ । ଦାମ ବାବୁ ଜାଣିଦେବା କଥା ରାଜନୀତିରେ କେହି କାହାର ମିତ୍ର ଓ ଶତ୍ରୁ ନୁହଁନ୍ତି ଏବଂ ବିଜୟ ମହାପାତ୍ର ଆଜି ପର୍ଯ୍ୟନ୍ତ ନବୀନ ବାବୁଙ୍କୁ କେବେ ସମାଲୋଚିତ କରିନାହଁନ୍ତି ।

ସରକାର କାର୍ଯ୍ୟକଳାପ କୁ ସମାଲୋଚିତ କରିଛନ୍ତି ଏବଂ ପୂର୍ବରୁ ନବୀନ ବାବୁଙ୍କ ସହ ତାଙ୍କ କୌଣସି ଶତ୍ରୁତା ନାହିଁ ବୋଲି କହିସାରିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶାର ସ୍ୱାର୍ଥ ପାଇଁ ବିଜୟ ଏବଂ ଦିଲ୍ଲୀପ ବିଜେଡିରେ ଯୋଗ ଦିଅନ୍ତି ତେବେ ଭୁଲ ରହିବ କେଉଁଠି ବୋଲି ବିଜୟ ଓ ଦିଲ୍ଲୀପଙ୍କ ସମର୍ଥକମାନେ ଆଲୋଚନା କରୁଛନ୍ତି । ଏପଟେ ବିଜେପି ଯେଉଁ ଭଳି ଡଙ୍ଗରେ ସାମ୍ବାଧାନିକ ଉପରେ ହସ୍ତକ୍ଷେପ କରୁଛି ତାହା ଗଣତନ୍ତ୍ରିକ ପାଇଁ ବିପଦ । ଭାରତବର୍ଷ ଇତହାସ ରେ କେବେଭି ଘଟିନଥିବା ଘଟଣା ଚମ୍ବକରେ କହିବାକୁ ଚାହୁଁଛୁ ସୁପ୍ରିମକୋର୍ଟର ଚାରିଜଣ ଜଜ୍ ଗଣମାଧ୍ୟମ ସାମନାକୁ ଆସିବା, ସି.ବି.ଆଇ. ଦୁଇ ଉପରସ୍ତ ଅଧିକାରୀଙ୍କ ମଧ୍ୟରେ ତିକ୍ତତା ।

ରାମମନ୍ଦିର କଥାରେ ଯେଉଁ ଭଳି ବିଜେପିର ମୁଖ୍ୟମନ୍ତ୍ରୀ ଖୋଲା ଖୋଲି ସୁପ୍ରିମକୋର୍ଟ ବିରୁଦ୍ଧରେ ବୟାନ ଦେବା ଏସମସ୍ତ ଘଟଣାକୁ ଦେଖିଲେ ଅନେକ ପ୍ରଶ୍ନ ଠିଆ କରିଛି । ଏହି ପରିପ୍ରେକ୍ଷୀରେ ଓଡିଶାର ସ୍ୱାର୍ଥ ପାଇଁ ଯଦି ବିଜୟ ଓ ଦିଲ୍ଲୀପ ବିଜେଡିରେ ଯୋଗଦାନ କରିବେ ତାହା କୌଣସି ଅସୁବିଧା ନୁହେଁ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି । ସୁତରାଂ ବିଜୟ ଓ ଦିଲ୍ଲୀପ କୌଣସି ପଦକ୍ଷେପ ନନେବା ପୂରବରୁ ଦାମ ଯେଉଂ ପ୍ରତିକ୍ରିୟା ଗୁଡିକ ଦେଉଛନ୍ତି ତାହା ବିଜେପିର ତୁଣ୍ଡ ବୋଲି ଜଣାଯାଉଛି ।

error: Thank You Keep Visiting